ବଲାଙ୍ଗିର ପୁଲିସକୁ ସଫଳତା: ୫୨୮୦ ବୋତଲ କଫ ସିରଫ ଜବତ, ୩ ଗିରଫ

The Sakala Picture
Published On

ବଲାଙ୍ଗିର: ନିଶା ଦମନ କ୍ଷେତ୍ରରେ ବଲାଙ୍ଗିର ପୁଲିସକୁ ବଡ ସଫଳତା ମିଳିଛି। ବଲାଙ୍ଗିର ଜିଲ୍ଲାରେ ଦୀର୍ଘ ଦିନରୁ ବେଆଇନ ଭାବେ ନିଶା ଦ୍ରବ୍ୟ ଚାଲାଣ ହେଉଥିବାବେଳେ ଗୁରୁବାର ବିପୁଳ ପରିମାଣର କଫ ସିରଫ ଜବତ କରିଛି ବଲାଙ୍ଗିର ପୁଲିସ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଲୁହାସିଂହାର ଲକ୍ଷ୍ମୀନାରାୟଣ ଦାଶ ଓରଫ ଗୁଲୁ, କ୍ଷମାନିଧି ମେହେର ଓ ସୁରେଶ ଦାସ। ଏନେଇ ବଲାଙ୍ଗିର ଏସଡିପିଓ ତୋଫାନ ବାଗ ସୂଚନା […]

ବଲାଙ୍ଗିର: ନିଶା ଦମନ କ୍ଷେତ୍ରରେ ବଲାଙ୍ଗିର ପୁଲିସକୁ ବଡ ସଫଳତା ମିଳିଛି। ବଲାଙ୍ଗିର ଜିଲ୍ଲାରେ ଦୀର୍ଘ ଦିନରୁ ବେଆଇନ ଭାବେ ନିଶା ଦ୍ରବ୍ୟ ଚାଲାଣ ହେଉଥିବାବେଳେ ଗୁରୁବାର ବିପୁଳ ପରିମାଣର କଫ ସିରଫ ଜବତ କରିଛି ବଲାଙ୍ଗିର ପୁଲିସ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଲୁହାସିଂହାର ଲକ୍ଷ୍ମୀନାରାୟଣ ଦାଶ ଓରଫ ଗୁଲୁ, କ୍ଷମାନିଧି ମେହେର ଓ ସୁରେଶ ଦାସ। ଏନେଇ ବଲାଙ୍ଗିର ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି। ତେବେ ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ପୂର୍ବରୁ ନିଶା କାରବାର ମାମଲାରେ ଜେଲରେ ଥିବାବେଳେ ପାରୋଲ ରେ ଆସି ପୁଣି ବେପାର ଜମାଉଥିଲେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ସୂଚନା ଅନୁସାରେ, ଭୁବନେଶ୍ୱର ଓ କଟକ ଭଳି ଅଞ୍ଚଳରୁ ବଲାଙ୍ଗିର ଜିଲ୍ଲାକୁ ବେଆଇନ ଭାବେ କଫ ସିରଫ ଚାଲାଣ ହେଉଥିବା ନେଇ ବଲାଙ୍ଗିର ପୁଲିସ ହାତରେ ଖବର ଲାଗିଥିଲା। ପୂର୍ବରୁ କଫ ସିରପ ମାମଲାରେ ଜେଲରେ ସଜା କାଟୁଥିବା ଗୁଲୁ ଓ କ୍ଷମାନିଧି ମେହେର ପାରୋଲରେ ଆସି ପୁଣି ଏହି କାରବାର କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଗତ ଗୁରୁବାର ଦିନ ସନ୍ଧ୍ୟାରେ ଏକ ଗାଡି(ଓଡି ୦୩ ପି ୨୬୫୧)ରେ କଫ ସିରଫ ଚାଲାଣ ହେଉଥିବାବେଳେ ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗାଡିକୁ ପିଛା କରି ପଥରଚେପା ଠାରେ ଅଟକାଇ ଥିଲେ। ଗାଡିର ଯାଞ୍ଚ କରିବାରୁ ଉପରେ ଅଖା ବସ୍ତା ରଖାଯାଇଥିବାବେଳେ ଭିତରେ ବିପୁଳ ପରିମାଣର କଫ ସିରଫ ଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରୁ ପୁଲିସ କ୍ଷମାନିଧି ମେହେର ଓ ସୁରେଶ ଦାସଙ୍କୁ ଗିରଫ କରିଥିଲା। ପରେ ଏହି ଘଟଣାର ମାଷ୍ଟରମାଇଣ୍ଡ ଗୁଲୁ କୁ ଗିରଫ କରିଥିଲା। ଏହି ଘଟଣାରେ ମୋଟ ୩ ଜଣଙ୍କୁ ଗିରଫ କରିବା ସହ ମୋଟ ୫୨୮୦ ବୋତଲ କଫ ସିରଫ, କଫ ସିରପ ଚାଲାଣରେ ବ୍ୟବହୃତ ଗାଡି, ୩ ଟି ମୋବାଇଲ ଫୋନ ଓ ନଗଦ ୩୫୬୦ ଟଙ୍କା ଜବତ ହୋଇଥିବା ଏସଡିପିଓ ସୂଚନା ଦେଇଥିଲେ। ତେବେ ଜବତ ହୋଇଥିବା କଫ ସିରଫର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ସେ କହିଥିଲେ। ଏହି କଫ ସିରଫ ଚାଲାଣ କରି ବେପାରୀ ମାନେ ଏହାକୁ ଦୁଇଗୁଣା ମୂଲ୍ୟରେ ବିକ୍ରି କରୁଥିବାବେଳେ ପ୍ରତି ୫- ୬ ଦିନରେ ଥରେ ବଲାଙ୍ଗିର ଜିଲ୍ଲାକୁ କଫ ସିରଫ ଚାଲାଣ  ହେଉଥିବା ଏସଡିପିଓ ତୋଫାନ ବାଗ ପ୍ରକାଶ କରିଥିଲେ। ବଲାଙ୍ଗିର ଜିଲ୍ଲାରେ ନିଶା କାରବାର ରୋକିବା ପାଇଁ ଏସପି ନିତୀନ କୁଶଲକରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ଏହି ଟିମ ତରଫରୁ ବିଭିନ୍ନ ସମୟରେ ଚଢାଉ କରାଯାଉଛି। ତେବେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

21 Jan 2022 By The Sakala

ବଲାଙ୍ଗିର ପୁଲିସକୁ ସଫଳତା: ୫୨୮୦ ବୋତଲ କଫ ସିରଫ ଜବତ, ୩ ଗିରଫ

ବଲାଙ୍ଗିର: ନିଶା ଦମନ କ୍ଷେତ୍ରରେ ବଲାଙ୍ଗିର ପୁଲିସକୁ ବଡ ସଫଳତା ମିଳିଛି। ବଲାଙ୍ଗିର ଜିଲ୍ଲାରେ ଦୀର୍ଘ ଦିନରୁ ବେଆଇନ ଭାବେ ନିଶା ଦ୍ରବ୍ୟ ଚାଲାଣ ହେଉଥିବାବେଳେ ଗୁରୁବାର ବିପୁଳ ପରିମାଣର କଫ ସିରଫ ଜବତ କରିଛି ବଲାଙ୍ଗିର ପୁଲିସ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଲୁହାସିଂହାର ଲକ୍ଷ୍ମୀନାରାୟଣ ଦାଶ ଓରଫ ଗୁଲୁ, କ୍ଷମାନିଧି ମେହେର ଓ ସୁରେଶ ଦାସ। ଏନେଇ ବଲାଙ୍ଗିର ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି। ତେବେ ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ପୂର୍ବରୁ ନିଶା କାରବାର ମାମଲାରେ ଜେଲରେ ଥିବାବେଳେ ପାରୋଲ ରେ ଆସି ପୁଣି ବେପାର ଜମାଉଥିଲେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଭୁବନେଶ୍ୱର ଓ କଟକ ଭଳି ଅଞ୍ଚଳରୁ ବଲାଙ୍ଗିର ଜିଲ୍ଲାକୁ ବେଆଇନ ଭାବେ କଫ ସିରଫ ଚାଲାଣ ହେଉଥିବା ନେଇ ବଲାଙ୍ଗିର ପୁଲିସ ହାତରେ ଖବର ଲାଗିଥିଲା। ପୂର୍ବରୁ କଫ ସିରପ ମାମଲାରେ ଜେଲରେ ସଜା କାଟୁଥିବା ଗୁଲୁ ଓ କ୍ଷମାନିଧି ମେହେର ପାରୋଲରେ ଆସି ପୁଣି ଏହି କାରବାର କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଗତ ଗୁରୁବାର ଦିନ ସନ୍ଧ୍ୟାରେ ଏକ ଗାଡି(ଓଡି ୦୩ ପି ୨୬୫୧)ରେ କଫ ସିରଫ ଚାଲାଣ ହେଉଥିବାବେଳେ ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗାଡିକୁ ପିଛା କରି ପଥରଚେପା ଠାରେ ଅଟକାଇ ଥିଲେ। ଗାଡିର ଯାଞ୍ଚ କରିବାରୁ ଉପରେ ଅଖା ବସ୍ତା ରଖାଯାଇଥିବାବେଳେ ଭିତରେ ବିପୁଳ ପରିମାଣର କଫ ସିରଫ ଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରୁ ପୁଲିସ କ୍ଷମାନିଧି ମେହେର ଓ ସୁରେଶ ଦାସଙ୍କୁ ଗିରଫ କରିଥିଲା। ପରେ ଏହି ଘଟଣାର ମାଷ୍ଟରମାଇଣ୍ଡ ଗୁଲୁ କୁ ଗିରଫ କରିଥିଲା। ଏହି ଘଟଣାରେ ମୋଟ ୩ ଜଣଙ୍କୁ ଗିରଫ କରିବା ସହ ମୋଟ ୫୨୮୦ ବୋତଲ କଫ ସିରଫ, କଫ ସିରପ ଚାଲାଣରେ ବ୍ୟବହୃତ ଗାଡି, ୩ ଟି ମୋବାଇଲ ଫୋନ ଓ ନଗଦ ୩୫୬୦ ଟଙ୍କା ଜବତ ହୋଇଥିବା ଏସଡିପିଓ ସୂଚନା ଦେଇଥିଲେ। ତେବେ ଜବତ ହୋଇଥିବା କଫ ସିରଫର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ସେ କହିଥିଲେ। ଏହି କଫ ସିରଫ ଚାଲାଣ କରି ବେପାରୀ ମାନେ ଏହାକୁ ଦୁଇଗୁଣା ମୂଲ୍ୟରେ ବିକ୍ରି କରୁଥିବାବେଳେ ପ୍ରତି ୫- ୬ ଦିନରେ ଥରେ ବଲାଙ୍ଗିର ଜିଲ୍ଲାକୁ କଫ ସିରଫ ଚାଲାଣ  ହେଉଥିବା ଏସଡିପିଓ ତୋଫାନ ବାଗ ପ୍ରକାଶ କରିଥିଲେ। ବଲାଙ୍ଗିର ଜିଲ୍ଲାରେ ନିଶା କାରବାର ରୋକିବା ପାଇଁ ଏସପି ନିତୀନ କୁଶଲକରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ଏହି ଟିମ ତରଫରୁ ବିଭିନ୍ନ ସମୟରେ ଚଢାଉ କରାଯାଉଛି। ତେବେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି।

https://www.thesakala.in/latest-odisha-news/balangir/5280-bottles-of-cough-syrup-seized-3-arrested/article-8628
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର