ଦିନରେ ଫେରିବାଲା, ରାତିରେ ଚୋରି

The Sakala Picture
Published On

କଟକ/ନରସିଂହପୁର : ଦିନରେ ଗାଁ ଗାଁ ବୁଲି ଫେରିବାଲା ସାଜି ବିଭିନ୍ନ ସାମଗ୍ରୀ ବିକ୍ରି କରିଛୁନ୍ତି। ରାତି ହେଲେ ଘରର ତାଲା ଭାଙ୍ଗି ଲୁଟ୍‍ କରୁଛନ୍ତି। ଏପରି ଲୁଟେରା ଗ୍ୟାଙ୍ଗ ଏବେ ନରସିଂହପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ଗତ ସପ୍ତାହକ ମଧ୍ୟରେ ଏହି ଲୁଟେରା ଦଳ ୧୨ରୁ ଅଧିକ ସ୍ଥାନରୁ ଲୁଟ୍‍ କରିବାରେ ସଫଳ ହୋଇଛିିି। ଯାହା ଏବେ ଗ୍ରାମାଞ୍ଚଳ ପୁଲିସର ଚିନ୍ତା ବଢ଼ାଇଛି। କେବଳ ନରସିଂହପୁର ନୁହେଁ ନୟାଗଡ଼ର ବିଭିନ୍ନ ସ୍ଥାନରେ ମଧ୍ୟ […]

କଟକ/ନରସିଂହପୁର : ଦିନରେ ଗାଁ ଗାଁ ବୁଲି ଫେରିବାଲା ସାଜି ବିଭିନ୍ନ ସାମଗ୍ରୀ ବିକ୍ରି କରିଛୁନ୍ତି। ରାତି ହେଲେ ଘରର ତାଲା ଭାଙ୍ଗି ଲୁଟ୍‍ କରୁଛନ୍ତି। ଏପରି ଲୁଟେରା ଗ୍ୟାଙ୍ଗ ଏବେ ନରସିଂହପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ଗତ ସପ୍ତାହକ ମଧ୍ୟରେ ଏହି ଲୁଟେରା ଦଳ ୧୨ରୁ ଅଧିକ ସ୍ଥାନରୁ ଲୁଟ୍‍ କରିବାରେ ସଫଳ ହୋଇଛିିି। ଯାହା ଏବେ ଗ୍ରାମାଞ୍ଚଳ ପୁଲିସର ଚିନ୍ତା ବଢ଼ାଇଛି। କେବଳ ନରସିଂହପୁର ନୁହେଁ ନୟାଗଡ଼ର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ଲୁଟେରା ଦଳ ବେଶ୍‍ ସକ୍ରିୟ ରହିଛନ୍ତି। ପୁଲିସ ନରସିଂହପୁର ବଜାରର କେତେକ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ଲୁଟେରା ଦଳଙ୍କ ସଂକ୍ରାନ୍ତରେ ଜାଣିବାକୁ ପାଇଛି। ତନ୍ମଧ୍ୟରୁ କେତେକଙ୍କ ଫଟୋ ପୁଲିସ ହାସଲ କରିଛି।

ଆହୁରି ପଢ଼ନ୍ତୁ: ୧୦ କୋଟିର ସୁନା ଲୁଟ୍‌ ମାମଲା: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା କର୍ଣ୍ଣାଟକ ପୋଲିସ

ଲୁଟେରାମାନେ ଲୁଙ୍ଗି ଗାମୁଛା ଓ ଟ୍ରାକ୍‍ ପ୍ୟାଣ୍ଟ ଗଞ୍ଜି ପିନ୍ଧିବା ସହ ଦୁଇଖଣ୍ଡ ଲୁହା ରଡ, ପ୍ଲାସ୍‍ ଓ ମୋଟା କାଠଖଣ୍ଡ ଧରି ଅପରାଧ ଘଟାଇବାକୁ ଯାଉଥିବା ଜଣାପଡ଼ିଛି। ସେମାନେ ମୁଣ୍ଡଟେକା କେଳା ସମ୍ପ୍ରଦାୟର ହୋଇଥିବା ବେଳେ ଗଞ୍ଜାମରୁ ଆସିଥିବା ତଦନ୍ତ ବେଳେ ଜଣାପଡ଼ିଛି। ପୁଲିସ ଲୁଟେରା ଦଳ ସଂକ୍ରାନ୍ତରେ ଜାଣିବା ପରେ ସେମାନଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ହେଲେ ସେମାନଙ୍କ ରହିବାର କୌଣସି ଠିକଣା ରହୁନଥିବାରୁ ପୁଲିସ ଗିରଫ କରିବା କଷ୍ଟସାଧ୍ୟ ହୋଇଛି। ଏପରିକି ଏହି ଲୁଟିଆ ଦଳରେ ଜଣେ ନାବଳକ ରହିଥିବା ଜଣାପଡ଼ିଛି। ଏହି ଲୁଟେରା ଦଳକୁ ଧରିବା ପାଇଁ ବଡମ୍ବା, ନରସିଂହପୁର ଓ କାନପୁର ଥାନା ପୁଲିସକୁ ନେଇ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି।

ଆହୁରି ପଢ଼ନ୍ତୁ: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ; ଏପ୍ରିଲ ସୁଦ୍ଧା ଆସନ ସଂରକ୍ଷଣ ଚୂଡାନ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଗତ ଫେବୃଆରୀ ମାସରେ ନରସିଂହପୁର ଅଞ୍ଚଳରେ ନିୟମିତ ବ୍ୟବଧାନରେ ଚୋରି ଓ ଲୁଟ୍‍ପାଟ ବଢ଼ିଥିଲା। କେତେକ ଅପରାଧରେ ସମ୍ପୃକ୍ତ ଥିବା ଲୁଟେରାଙ୍କୁ ଧରିବାରେ ପୁଲିସ ସଫଳ ହୋଇ ନଥିଲା। ପାଟ୍ରୋଲିଂ କଡାକଡି କରାଯିବା ଓ ପୁଲିସ ସକ୍ରିୟ ରହିବା ଯୋଗୁ ଏହି ଲୁଟେରା ଦଳ ଫେରାର ହୋଇଯାଇଥିଲେ। ହେଲେ ଗତ ସପ୍ତାହେ ହେବ ନରସିଂହପୁରର ବିଭିନ୍ନ ଅଞ୍ଚଳରେ ଏବେ ପୁଣି ଲୁଟେରା ମାତିଲେଣି। ସେମାନେ ପ୍ରତିଦିନ କେଉଁଠି ନା କେଉଁଠି ଚୋରି କରିବାରେ ସକ୍ଷମ ହୋଇଛନ୍ତି। ପୁଲିସ ପହଞ୍ଚିବା ପୂର୍ବରୁ ଅପରାଧୀମାନେ ଫେରାର ହୋଇଯାଉଛନ୍ତି। ଯାହା ଏବେ ଗ୍ରାମାଞ୍ଚଳ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଗତ ୫ ତାରିଖରେ ସାଆରିଆ ଡିହପଦା ଗ୍ରାମରେ ପଶି ୧୪ ଭରି ସୁନା, ୧୬ ଭରି ରୁପା ଓ ୬୦ ହଜାର ଟଙ୍କା ଲୁଟ୍‍ କରିଥିଲେ।

ଆହୁରି ପଢ଼ନ୍ତୁ: କାଲିଠାରୁ ଉପରମୁହାଁ ହେବ ପାରଦ, ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଡେଇଁପାରେ ତାପମାତ୍ରା

ଗୋଟିଏ ଦିନରେ ସେମାନେ ୭ଜଣଙ୍କ ଘରେ ପଶି କଳାକନା ବୁଲାଇଥିଲେ। ପରଦିନ ସକାଳୁ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ପୁଣି ରାତିରେ ମଧ୍ୟ ଲୁଟେରାମାନେ ପୁଲିସକୁ ଖୋଲା ଚାଲେଞ୍ଜ ଦେଇଥିଲେ। ରଣସିଂହପୁର ତଗିଲୋ ଗ୍ରମରେ ପଶି ଜଣେ ହାଇସ୍କୁଲ ଶିକ୍ଷକଙ୍କ ଘରେ ପଶି ଲୁଟ୍‍ କରିଥିଲେ। ଏପରିକି ଅନ୍ୟଜଣେ ମହିଳାଙ୍କ ଘରେ ପଶି ସୁନା ଅଳଙ୍କାର ଲୁଟିଥିଲେ। ଯାହା ପୁଲିସର ନିଦ ହଜାଇ ଦେଇଥିଲା। ଲୁଟେରାମାନେ ଲଗାତର ୫ଦିନ ଧରି ଏହି ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ୧୨ରୁ ଅଧିକ ଘରୁ ଲୁଟ୍‍ କରି ସାରିଛନ୍ତି। ପୁଲିସ କେତେକ ଗାଁରେ ଡେରା ପକାଇଥିଲେ ମଧ୍ୟ ଲୁଟେରାମାନେ ଅନ୍ୟ ଗାଁରେ ପଶି ଚତୁରତାର ସହ ଅପରାଧ ଘଟାଉଛନ୍ତିିି। ଯାହାକୁ

ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଚୋରିର ଶିକାର ହୋଇଥିବା କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଏହି ଦଳରେ ପ୍ରାୟ ୫ରୁ ୭ଜଣ ସଦସ୍ୟ ରହିଛନ୍ତି। ତନ୍ମଧ୍ୟରୁ ଜଣେ ଛୋଟ ପିଲା ରହିଥିବା ପୁଲିସ ଜାଣିବାକୁ ପାଇଛି। ଲୁଟେରାମାନେ ଲୁଟ୍‍ ଘଟାଇବା ପରେ ବଣବୁଦା ଅଞ୍ଚଳକୁ ଚାଲିଯାଇଥାନ୍ତି। ଯେଉଁଥିପାଇଁ ସେମାନେ ପୁଲିସ ଓ ଜନସାଧାରଣଙ୍କ ନଜରକୁ ଆସି ନଥାନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଏସ୍‍ପି ପି.କେ ଜେନା କହନ୍ତି, ଏହି ଲୁଟେରା ଦଳକୁ ଚିହ୍ନଟ କରାଯାଇ ସାରିଛି। ମାତ୍ର ସେମାନେ ପ୍ରତିକ୍ଷଣରେ ସ୍ଥାନ ବଦଳାଉଥିବାରୁ ସେମାନଙ୍କୁ ଟ୍ରେସିଂ କରିବା ସହଜ ହେଉନାହିଁ। ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ସେମାନେ ଖୁବ୍‍ ଶୀଘ୍ର ଧରାପଡ଼ିବେ ବୋଲି ସେ କହିଛନ୍ତି।

11 Jul 2021 By The Sakala

ଦିନରେ ଫେରିବାଲା, ରାତିରେ ଚୋରି

କଟକ/ନରସିଂହପୁର : ଦିନରେ ଗାଁ ଗାଁ ବୁଲି ଫେରିବାଲା ସାଜି ବିଭିନ୍ନ ସାମଗ୍ରୀ ବିକ୍ରି କରିଛୁନ୍ତି। ରାତି ହେଲେ ଘରର ତାଲା ଭାଙ୍ଗି ଲୁଟ୍‍ କରୁଛନ୍ତି। ଏପରି ଲୁଟେରା ଗ୍ୟାଙ୍ଗ ଏବେ ନରସିଂହପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ଗତ ସପ୍ତାହକ ମଧ୍ୟରେ ଏହି ଲୁଟେରା ଦଳ ୧୨ରୁ ଅଧିକ ସ୍ଥାନରୁ ଲୁଟ୍‍ କରିବାରେ ସଫଳ ହୋଇଛିିି। ଯାହା ଏବେ ଗ୍ରାମାଞ୍ଚଳ ପୁଲିସର ଚିନ୍ତା ବଢ଼ାଇଛି। କେବଳ ନରସିଂହପୁର ନୁହେଁ ନୟାଗଡ଼ର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ଲୁଟେରା ଦଳ ବେଶ୍‍ ସକ୍ରିୟ ରହିଛନ୍ତି। ପୁଲିସ ନରସିଂହପୁର ବଜାରର କେତେକ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ଲୁଟେରା ଦଳଙ୍କ ସଂକ୍ରାନ୍ତରେ ଜାଣିବାକୁ ପାଇଛି। ତନ୍ମଧ୍ୟରୁ କେତେକଙ୍କ ଫଟୋ ପୁଲିସ ହାସଲ କରିଛି।

ଲୁଟେରାମାନେ ଲୁଙ୍ଗି ଗାମୁଛା ଓ ଟ୍ରାକ୍‍ ପ୍ୟାଣ୍ଟ ଗଞ୍ଜି ପିନ୍ଧିବା ସହ ଦୁଇଖଣ୍ଡ ଲୁହା ରଡ, ପ୍ଲାସ୍‍ ଓ ମୋଟା କାଠଖଣ୍ଡ ଧରି ଅପରାଧ ଘଟାଇବାକୁ ଯାଉଥିବା ଜଣାପଡ଼ିଛି। ସେମାନେ ମୁଣ୍ଡଟେକା କେଳା ସମ୍ପ୍ରଦାୟର ହୋଇଥିବା ବେଳେ ଗଞ୍ଜାମରୁ ଆସିଥିବା ତଦନ୍ତ ବେଳେ ଜଣାପଡ଼ିଛି। ପୁଲିସ ଲୁଟେରା ଦଳ ସଂକ୍ରାନ୍ତରେ ଜାଣିବା ପରେ ସେମାନଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ହେଲେ ସେମାନଙ୍କ ରହିବାର କୌଣସି ଠିକଣା ରହୁନଥିବାରୁ ପୁଲିସ ଗିରଫ କରିବା କଷ୍ଟସାଧ୍ୟ ହୋଇଛି। ଏପରିକି ଏହି ଲୁଟିଆ ଦଳରେ ଜଣେ ନାବଳକ ରହିଥିବା ଜଣାପଡ଼ିଛି। ଏହି ଲୁଟେରା ଦଳକୁ ଧରିବା ପାଇଁ ବଡମ୍ବା, ନରସିଂହପୁର ଓ କାନପୁର ଥାନା ପୁଲିସକୁ ନେଇ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି।

ଗତ ଫେବୃଆରୀ ମାସରେ ନରସିଂହପୁର ଅଞ୍ଚଳରେ ନିୟମିତ ବ୍ୟବଧାନରେ ଚୋରି ଓ ଲୁଟ୍‍ପାଟ ବଢ଼ିଥିଲା। କେତେକ ଅପରାଧରେ ସମ୍ପୃକ୍ତ ଥିବା ଲୁଟେରାଙ୍କୁ ଧରିବାରେ ପୁଲିସ ସଫଳ ହୋଇ ନଥିଲା। ପାଟ୍ରୋଲିଂ କଡାକଡି କରାଯିବା ଓ ପୁଲିସ ସକ୍ରିୟ ରହିବା ଯୋଗୁ ଏହି ଲୁଟେରା ଦଳ ଫେରାର ହୋଇଯାଇଥିଲେ। ହେଲେ ଗତ ସପ୍ତାହେ ହେବ ନରସିଂହପୁରର ବିଭିନ୍ନ ଅଞ୍ଚଳରେ ଏବେ ପୁଣି ଲୁଟେରା ମାତିଲେଣି। ସେମାନେ ପ୍ରତିଦିନ କେଉଁଠି ନା କେଉଁଠି ଚୋରି କରିବାରେ ସକ୍ଷମ ହୋଇଛନ୍ତି। ପୁଲିସ ପହଞ୍ଚିବା ପୂର୍ବରୁ ଅପରାଧୀମାନେ ଫେରାର ହୋଇଯାଉଛନ୍ତି। ଯାହା ଏବେ ଗ୍ରାମାଞ୍ଚଳ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଗତ ୫ ତାରିଖରେ ସାଆରିଆ ଡିହପଦା ଗ୍ରାମରେ ପଶି ୧୪ ଭରି ସୁନା, ୧୬ ଭରି ରୁପା ଓ ୬୦ ହଜାର ଟଙ୍କା ଲୁଟ୍‍ କରିଥିଲେ।

ଗୋଟିଏ ଦିନରେ ସେମାନେ ୭ଜଣଙ୍କ ଘରେ ପଶି କଳାକନା ବୁଲାଇଥିଲେ। ପରଦିନ ସକାଳୁ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ପୁଣି ରାତିରେ ମଧ୍ୟ ଲୁଟେରାମାନେ ପୁଲିସକୁ ଖୋଲା ଚାଲେଞ୍ଜ ଦେଇଥିଲେ। ରଣସିଂହପୁର ତଗିଲୋ ଗ୍ରମରେ ପଶି ଜଣେ ହାଇସ୍କୁଲ ଶିକ୍ଷକଙ୍କ ଘରେ ପଶି ଲୁଟ୍‍ କରିଥିଲେ। ଏପରିକି ଅନ୍ୟଜଣେ ମହିଳାଙ୍କ ଘରେ ପଶି ସୁନା ଅଳଙ୍କାର ଲୁଟିଥିଲେ। ଯାହା ପୁଲିସର ନିଦ ହଜାଇ ଦେଇଥିଲା। ଲୁଟେରାମାନେ ଲଗାତର ୫ଦିନ ଧରି ଏହି ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ୧୨ରୁ ଅଧିକ ଘରୁ ଲୁଟ୍‍ କରି ସାରିଛନ୍ତି। ପୁଲିସ କେତେକ ଗାଁରେ ଡେରା ପକାଇଥିଲେ ମଧ୍ୟ ଲୁଟେରାମାନେ ଅନ୍ୟ ଗାଁରେ ପଶି ଚତୁରତାର ସହ ଅପରାଧ ଘଟାଉଛନ୍ତିିି। ଯାହାକୁ

ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଚୋରିର ଶିକାର ହୋଇଥିବା କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଏହି ଦଳରେ ପ୍ରାୟ ୫ରୁ ୭ଜଣ ସଦସ୍ୟ ରହିଛନ୍ତି। ତନ୍ମଧ୍ୟରୁ ଜଣେ ଛୋଟ ପିଲା ରହିଥିବା ପୁଲିସ ଜାଣିବାକୁ ପାଇଛି। ଲୁଟେରାମାନେ ଲୁଟ୍‍ ଘଟାଇବା ପରେ ବଣବୁଦା ଅଞ୍ଚଳକୁ ଚାଲିଯାଇଥାନ୍ତି। ଯେଉଁଥିପାଇଁ ସେମାନେ ପୁଲିସ ଓ ଜନସାଧାରଣଙ୍କ ନଜରକୁ ଆସି ନଥାନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଏସ୍‍ପି ପି.କେ ଜେନା କହନ୍ତି, ଏହି ଲୁଟେରା ଦଳକୁ ଚିହ୍ନଟ କରାଯାଇ ସାରିଛି। ମାତ୍ର ସେମାନେ ପ୍ରତିକ୍ଷଣରେ ସ୍ଥାନ ବଦଳାଉଥିବାରୁ ସେମାନଙ୍କୁ ଟ୍ରେସିଂ କରିବା ସହଜ ହେଉନାହିଁ। ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ସେମାନେ ଖୁବ୍‍ ଶୀଘ୍ର ଧରାପଡ଼ିବେ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର