ଡିଭାଇଡରକୁ ପିଟି ଓଲଟିଲା ଅଟୋ: ଭାଉଜ ମୃତ, ନଣନ୍ଦ ଗୁରୁତର

The Sakala Picture
Published On

ବ୍ରହ୍ମପୁର,ରଙ୍ଗେଇଲୁଣ୍ଡା: ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ରାସ୍ତା ପାଲଟିଛି ମରଣଯନ୍ତା । ସାମାନ୍ୟ ଅସାବଧାନତାରେ ଯାଉଛି ଜୀବନ । ଜାତୀୟ ରାଜପଥ ୧୬ର ଗିରିସୋଲାଠାରୁ ହଳଦିଆପଦର ଫ୍ଲାଇଓଭରବ୍ରିଜ୍‌ ଖୋଲାଯିବାର ଦୁଇ ଦିନ ମଧ୍ୟରେ ପ୍ରଥମ ଦୁର୍ଘଟଣା ଘଟିଛି । ଏକ ଅଟୋ ଭାରସାମ୍ୟ ହରାଇ ଓଭରବ୍ରିଜ୍‌ ଉପରେ ଡିଭାଇଡରକୁ ପିଟି ଓଲଟି ପଡିବା ଫଳରେ ଏଥିରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ […]

ବ୍ରହ୍ମପୁର,ରଙ୍ଗେଇଲୁଣ୍ଡା: ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ରାସ୍ତା ପାଲଟିଛି ମରଣଯନ୍ତା । ସାମାନ୍ୟ ଅସାବଧାନତାରେ ଯାଉଛି ଜୀବନ । ଜାତୀୟ ରାଜପଥ ୧୬ର ଗିରିସୋଲାଠାରୁ ହଳଦିଆପଦର ଫ୍ଲାଇଓଭରବ୍ରିଜ୍‌ ଖୋଲାଯିବାର ଦୁଇ ଦିନ ମଧ୍ୟରେ ପ୍ରଥମ ଦୁର୍ଘଟଣା ଘଟିଛି । ଏକ ଅଟୋ ଭାରସାମ୍ୟ ହରାଇ ଓଭରବ୍ରିଜ୍‌ ଉପରେ ଡିଭାଇଡରକୁ ପିଟି ଓଲଟି ପଡିବା ଫଳରେ ଏଥିରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ମହିଳା ଜଣକ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ କୃଷ୍ଣ ନଗର ଅଂଚଳର ସନ୍ତୋଷି ଦାଶ(ଭାଉଜ) ଓ ଆହତ ଜଣକ ହେଲେ ଶୈଳେନ୍ଦ୍ରି ଦାଶ(ନଣନ୍ଦ) । ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେହିପରି ଆହତ ଶୈଳନ୍ଦ୍ରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଓଭରବ୍ରିଜ୍‌ ଖୋଲିବାର ମାତ୍ର ଦୁଇ ଦିନ ମଧ୍ୟରେ ପୁଣି ଏକ ଦୁର୍ଘଟଣାରେ ଜଣକଙ୍କର ମୃତ୍ୟୁକୁ ନେଇ ଅଞ୍ଚଳରେ ଲୋକେ ଭୟଭୀତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ବଡ଼ ରାୟ: ୪୦ ବର୍ଷର ସ୍ୱାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ରହିବେ ୧୯ ବର୍ଷୀୟା ପତ୍ନୀ

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ଉଭୟେ ଭାଉଜ ଓ ନଣନ୍ଦ ବ୍ରହ୍ମପୁରସ୍ଥିତ ନୀଳକଣ୍ଠେଶ୍ୱର ଶିଶୁ ବିଦ୍ୟା ମନ୍ଦିରରେ କାର୍ଯ୍ୟ କରିବାକୁ ଏକ ଅଟୋରେ ଆସୁଥିଲେ । ଅଟୋଟି ଦୁଇ ଦିନ ପୂର୍ବେ ଖୋଲା ଯାଇଥିବା ଗିରିସୋଲା ଓ ହଳଦିଆପଦର ଓଭରବ୍ରିଜ୍‌ ଉପରେ ଦ୍ରୁତ ଗତିରେ ଆସୁଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଓଲଟି ପଡିଥିଲା । ଫଳରେ ଉଭୟେ ସନ୍ତୋଷି ଓ ଶୈଳେନ୍ଦ୍ରୀ ଗାଡିରୁ ଛିଟିକି ରାସ୍ତା ଉପରେ ପଡିଥିଲେ । ସକାଳ ୭ଟାରେ ଏହି ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ଉଭୟ ଗୁରୁତରଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଏମକେସିଜି ପଠାଇଥିଲେ । ସେଠାରେ ଡାକ୍ତର ସନ୍ତୋଷୀଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଘଟିବା ପରେ ଅଟୋ ଚାଳକ ଦୁର୍ଘଟଣାଗସ୍ତ ଅଟୋକୁ ଛାଡି ଚମ୍ପଟ ମାରିଛି । ପୁଲିସ ଅଟୋକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍‌ରେ ହେଲାନି ପରିବର୍ତ୍ତନ, ୫.୨୫%ରେ ରହିଲା ସ୍ଥିର

08 Nov 2022 By The Sakala

ଡିଭାଇଡରକୁ ପିଟି ଓଲଟିଲା ଅଟୋ: ଭାଉଜ ମୃତ, ନଣନ୍ଦ ଗୁରୁତର

ବ୍ରହ୍ମପୁର,ରଙ୍ଗେଇଲୁଣ୍ଡା: ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ରାସ୍ତା ପାଲଟିଛି ମରଣଯନ୍ତା । ସାମାନ୍ୟ ଅସାବଧାନତାରେ ଯାଉଛି ଜୀବନ । ଜାତୀୟ ରାଜପଥ ୧୬ର ଗିରିସୋଲାଠାରୁ ହଳଦିଆପଦର ଫ୍ଲାଇଓଭରବ୍ରିଜ୍‌ ଖୋଲାଯିବାର ଦୁଇ ଦିନ ମଧ୍ୟରେ ପ୍ରଥମ ଦୁର୍ଘଟଣା ଘଟିଛି । ଏକ ଅଟୋ ଭାରସାମ୍ୟ ହରାଇ ଓଭରବ୍ରିଜ୍‌ ଉପରେ ଡିଭାଇଡରକୁ ପିଟି ଓଲଟି ପଡିବା ଫଳରେ ଏଥିରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ମହିଳା ଜଣକ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ କୃଷ୍ଣ ନଗର ଅଂଚଳର ସନ୍ତୋଷି ଦାଶ(ଭାଉଜ) ଓ ଆହତ ଜଣକ ହେଲେ ଶୈଳେନ୍ଦ୍ରି ଦାଶ(ନଣନ୍ଦ) । ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେହିପରି ଆହତ ଶୈଳନ୍ଦ୍ରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଓଭରବ୍ରିଜ୍‌ ଖୋଲିବାର ମାତ୍ର ଦୁଇ ଦିନ ମଧ୍ୟରେ ପୁଣି ଏକ ଦୁର୍ଘଟଣାରେ ଜଣକଙ୍କର ମୃତ୍ୟୁକୁ ନେଇ ଅଞ୍ଚଳରେ ଲୋକେ ଭୟଭୀତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ଉଭୟେ ଭାଉଜ ଓ ନଣନ୍ଦ ବ୍ରହ୍ମପୁରସ୍ଥିତ ନୀଳକଣ୍ଠେଶ୍ୱର ଶିଶୁ ବିଦ୍ୟା ମନ୍ଦିରରେ କାର୍ଯ୍ୟ କରିବାକୁ ଏକ ଅଟୋରେ ଆସୁଥିଲେ । ଅଟୋଟି ଦୁଇ ଦିନ ପୂର୍ବେ ଖୋଲା ଯାଇଥିବା ଗିରିସୋଲା ଓ ହଳଦିଆପଦର ଓଭରବ୍ରିଜ୍‌ ଉପରେ ଦ୍ରୁତ ଗତିରେ ଆସୁଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଓଲଟି ପଡିଥିଲା । ଫଳରେ ଉଭୟେ ସନ୍ତୋଷି ଓ ଶୈଳେନ୍ଦ୍ରୀ ଗାଡିରୁ ଛିଟିକି ରାସ୍ତା ଉପରେ ପଡିଥିଲେ । ସକାଳ ୭ଟାରେ ଏହି ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ଉଭୟ ଗୁରୁତରଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଏମକେସିଜି ପଠାଇଥିଲେ । ସେଠାରେ ଡାକ୍ତର ସନ୍ତୋଷୀଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଘଟିବା ପରେ ଅଟୋ ଚାଳକ ଦୁର୍ଘଟଣାଗସ୍ତ ଅଟୋକୁ ଛାଡି ଚମ୍ପଟ ମାରିଛି । ପୁଲିସ ଅଟୋକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର