ଭିସୁଟରେ ପୁଣି ରାଗିଂ ! ୩ ଜୁନିୟର ଛାତ୍ରଙ୍କୁ ମାଡ଼

The Sakala Picture
Published On

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‍)ରେ ରାଗିଂ ମାମଲା ଥମିବାର ନାଁ ଧରୁନି। ରାଗିଂ ମାମଲାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଉଥିଲେ ବି ସିନିୟର ଛାତ୍ର ଏଥିରୁ ବିରତ ହେଉନାହାନ୍ତି। ଏବେ ପୁଣି ଭିସୁଟ୍‍ରେ ରାଗିଂ ହୋଇଛି। ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଛାତ୍ରାବାସରେ ଏହି ରାଗିଂ ହୋଇଛି। ଏ ନେଇ ହଷ୍ଟେଲ ଅଧୀକ୍ଷକଙ୍କ ନିକଟରେ […]

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‍)ରେ ରାଗିଂ ମାମଲା ଥମିବାର ନାଁ ଧରୁନି। ରାଗିଂ ମାମଲାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଉଥିଲେ ବି ସିନିୟର ଛାତ୍ର ଏଥିରୁ ବିରତ ହେଉନାହାନ୍ତି। ଏବେ ପୁଣି ଭିସୁଟ୍‍ରେ ରାଗିଂ ହୋଇଛି। ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଛାତ୍ରାବାସରେ ଏହି ରାଗିଂ ହୋଇଛି। ଏ ନେଇ ହଷ୍ଟେଲ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି। ଆଜି କୁଳପତିଙ୍କ ନିକଟରେ ଏହି ଛାତ୍ରମାନେ ଅଭିଯୋଗ କରିବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟ କ୍ରତୁ ହଷ୍ଟେଲରେ ଦ୍ୱିତୀୟ ବର୍ଷର ଛାତ୍ର ରହୁଛନ୍ତି। ଶନିବାର ରାତିରେ ଏହି ହଷ୍ଟେଲର ୩ ଜଣ ଛାତ୍ରଙ୍କୁ ଅତ୍ରି ହଷ୍ଟେଲରେ ରହୁଥିବା ତୃତୀୟ ବର୍ଷର କେତେକ ଛାତ୍ର ଫୋନ୍‍ କରି ଡାକିଥିଲେ। ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ର ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଆଣ୍ଠେଇ ବସିବାକୁ କହିଥିଲେ। ୩ କନିଷ୍ଠ ଛାତ୍ର ଏହାକୁ ବିରୋଧ କରିବାରୁ ସେମାନେ ଗାଳିଗୁଲଜ କରିଥିଲେ। ତୃତୀୟ ବର୍ଷର ଛାତ୍ରମାନେ ମିଶି ଏହି ୩ ଛାତ୍ରଙ୍କୁ ମାଡ଼ ମାରିଥିଲେ। ସେମାନଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ। ୩ ଛାତ୍ର ହଷ୍ଟେଲ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ରାଗିଂର ଶିକାର ଛାତ୍ରମାନେ ରବିବାର ହଷ୍ଟେଲ ୱାର୍ଡେନଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି। ଦ୍ୱିତୀୟ ବର୍ଷ ଛାତ୍ରାବାସର ୱାର୍ଡେନ୍‍ ଅଭିଯୋଗ ପାଇଥିବା କହିଛନ୍ତି। ରାଗିଂ କି ଅନ୍ୟ କାରଣରୁ ଏପରି ହୋଇଛି ତାହା ସୋମବାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ରବିବାର ୩ ଛାତ୍ରଙ୍କ ଅଭିଭାବକ ଆସି ସମ୍ୱଲପୁରରେ ପହଞ୍ଚିଛନ୍ତି। ସୋମବାର ସେମାନେ ଏ ସମ୍ପର୍କରେ କୁଳପତିଙ୍କ ନିକଟରେ ଅଭିଯୋଗ କରିବେ। ସୂଚନାଯୋଗ୍ୟ, ବାରମ୍ୱାର ରାଗିଂ ଭିସୁଟ୍‍ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

07 Mar 2022 By The Sakala

ଭିସୁଟରେ ପୁଣି ରାଗିଂ ! ୩ ଜୁନିୟର ଛାତ୍ରଙ୍କୁ ମାଡ଼

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‍)ରେ ରାଗିଂ ମାମଲା ଥମିବାର ନାଁ ଧରୁନି। ରାଗିଂ ମାମଲାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଉଥିଲେ ବି ସିନିୟର ଛାତ୍ର ଏଥିରୁ ବିରତ ହେଉନାହାନ୍ତି। ଏବେ ପୁଣି ଭିସୁଟ୍‍ରେ ରାଗିଂ ହୋଇଛି। ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଛାତ୍ରାବାସରେ ଏହି ରାଗିଂ ହୋଇଛି। ଏ ନେଇ ହଷ୍ଟେଲ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି। ଆଜି କୁଳପତିଙ୍କ ନିକଟରେ ଏହି ଛାତ୍ରମାନେ ଅଭିଯୋଗ କରିବେ ବୋଲି କହିଛନ୍ତି।

ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟ କ୍ରତୁ ହଷ୍ଟେଲରେ ଦ୍ୱିତୀୟ ବର୍ଷର ଛାତ୍ର ରହୁଛନ୍ତି। ଶନିବାର ରାତିରେ ଏହି ହଷ୍ଟେଲର ୩ ଜଣ ଛାତ୍ରଙ୍କୁ ଅତ୍ରି ହଷ୍ଟେଲରେ ରହୁଥିବା ତୃତୀୟ ବର୍ଷର କେତେକ ଛାତ୍ର ଫୋନ୍‍ କରି ଡାକିଥିଲେ। ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ର ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଆଣ୍ଠେଇ ବସିବାକୁ କହିଥିଲେ। ୩ କନିଷ୍ଠ ଛାତ୍ର ଏହାକୁ ବିରୋଧ କରିବାରୁ ସେମାନେ ଗାଳିଗୁଲଜ କରିଥିଲେ। ତୃତୀୟ ବର୍ଷର ଛାତ୍ରମାନେ ମିଶି ଏହି ୩ ଛାତ୍ରଙ୍କୁ ମାଡ଼ ମାରିଥିଲେ। ସେମାନଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ। ୩ ଛାତ୍ର ହଷ୍ଟେଲ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ରାଗିଂର ଶିକାର ଛାତ୍ରମାନେ ରବିବାର ହଷ୍ଟେଲ ୱାର୍ଡେନଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି। ଦ୍ୱିତୀୟ ବର୍ଷ ଛାତ୍ରାବାସର ୱାର୍ଡେନ୍‍ ଅଭିଯୋଗ ପାଇଥିବା କହିଛନ୍ତି। ରାଗିଂ କି ଅନ୍ୟ କାରଣରୁ ଏପରି ହୋଇଛି ତାହା ସୋମବାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ରବିବାର ୩ ଛାତ୍ରଙ୍କ ଅଭିଭାବକ ଆସି ସମ୍ୱଲପୁରରେ ପହଞ୍ଚିଛନ୍ତି। ସୋମବାର ସେମାନେ ଏ ସମ୍ପର୍କରେ କୁଳପତିଙ୍କ ନିକଟରେ ଅଭିଯୋଗ କରିବେ। ସୂଚନାଯୋଗ୍ୟ, ବାରମ୍ୱାର ରାଗିଂ ଭିସୁଟ୍‍ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର