ଲିଙ୍ଗରାଜ ମନ୍ଦିରର ଜାଗର ଯାତ୍ରା: ରାତି ୧୦ଟାରେ ଉଠିବ ମହାଦୀପ

The Sakala Picture
Published On

ଭୁବନେଶ୍ୱର: ଆସନ୍ତାକାଲି ଜାଗର ଯାତ୍ରା । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର। ମନ୍ଦିର ସୌନ୍ଦର୍ଯ୍ଯକରଣ ସହ ମନ୍ଦିର ଚତୁର୍ପାର୍ଶ୍ଵରେ ଥିବା ଛୋଟ ବଡ଼ ମନ୍ଦିର ଅଲୋକୀକରଣ କରିଛି ବିଏମସି। ସେହିଭଳି ଟ୍ରାଫିକ ଓ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପୁଲିସ ପ୍ରଶାସନ ପକ୍ଷରୁ କରାଯାଇଛି। ରାତିରେ ସାମାଜିକ ଦୂରତା ରକ୍ଷା କରି ଦୀପ ଜାଳିବେ କିଭଳି ସେ ନେଇ ମଧ୍ୟ ପୁଲିସ ଓ ମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି। ଚିହ୍ନଟ ହୋଇଥିବା […]

ଭୁବନେଶ୍ୱର: ଆସନ୍ତାକାଲି ଜାଗର ଯାତ୍ରା । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର। ମନ୍ଦିର ସୌନ୍ଦର୍ଯ୍ଯକରଣ ସହ ମନ୍ଦିର ଚତୁର୍ପାର୍ଶ୍ଵରେ ଥିବା ଛୋଟ ବଡ଼ ମନ୍ଦିର ଅଲୋକୀକରଣ କରିଛି ବିଏମସି। ସେହିଭଳି ଟ୍ରାଫିକ ଓ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପୁଲିସ ପ୍ରଶାସନ ପକ୍ଷରୁ କରାଯାଇଛି। ରାତିରେ ସାମାଜିକ ଦୂରତା ରକ୍ଷା କରି ଦୀପ ଜାଳିବେ କିଭଳି ସେ ନେଇ ମଧ୍ୟ ପୁଲିସ ଓ ମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି। ଚିହ୍ନଟ ହୋଇଥିବା ସ୍ୱତନ୍ତ୍ର ସ୍ଥାନରେ କେବଳ ଜାଗର ଜାଳିପାରିବେ ଭକ୍ତ। ଏଥିସହ ପାନୀୟଜଳ, ଶୌଚାଳୟ ଓ ସ୍ୱଚ୍ଛତା ବ୍ୟବସ୍ଥା କରିଛି ବିଏମସି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ବାବା ଲିଙ୍ଗରାଜଙ୍କ ନୀତିକାନ୍ତି  ଓ ମହାଦୀପ କେତେ ବେଳେ ଉଠିବ ତାହାର ଚୂଡ଼ାନ୍ତ ଚିଠା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି। ସକାଳ ୫ଟାରୁ ଆରମ୍ଭ ହେବ ସାଧାରଣ ଦର୍ଶନ। ଆଡ଼କାଠରୁ ଭକ୍ତ କରିବେ ଦର୍ଶନ, କୋଭିଡ କଟକଣାରେ ଜାଗର ଜାଳିବା ଉପରେ ଗୁରୁତ୍ୱ। ରାତି ୧୦ଟା ରେ ଉଠିବ ମହାଦୀପ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ସୂଚନା ଅନୁଯାୟୀ, ଆସନ୍ତାକାଲି ରାତି ୩ଟାରୁ ଖୋଲିବ ମନ୍ଦିର ମୁଖ୍ୟଦ୍ୱାର। ୩.୩୦ରେ ମଙ୍ଗଳ ଆଳତି ପରେ ଆରମ୍ଭ ହେବ ଅବକାଶ ନୀତି। ଏହା ପରେ ୫ଟାରୁ ସାହଣ ମେଳା ଦର୍ଶନ ବା ସାଧାରଣ ଦର୍ଶନ। ନିୟମ ଅନୁଯାୟୀ ଗର୍ଭଗୃହ ଦର୍ଶନ ମନା ହୋଇଥିବାବେଳେ ଆଡ଼କାଠରୁ ଦର୍ଶନ କରିବେ। ମନ୍ଦିର ଚତୁର୍ପାର୍ଶ୍ଵରେ ବ୍ୟାରିକେଡ ହୋଇଛି। ଧାଡ଼ି ବାନ୍ଧି ମନ୍ଦିର ସିଂହ ଦ୍ଵାର ଦେଇ ପ୍ରବେଶ କରିବେ ଭକ୍ତ। ନାଟ୍ୟ ମଣ୍ଡପରେ କରିପାରିବେ ଭୋଗରାଜ। ଉତ୍ତର ଦ୍ୱାର ଦେଇ ପ୍ରବେଶ କରିବେ ସେବାୟତ ଓ ତାଙ୍କ ପରିବାର ବର୍ଗ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର