ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଓ ବୋମାମାଡ଼, ୪୦ରୁ ଉର୍ଦ୍ଧ୍ବ ଆହତ

The Sakala Picture
Published On

ପରିକୁଦ: ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଅଲଣ୍ଡା  ଗ୍ରାମପଞ୍ଚାୟତର ଅଲଣ୍ଡା  ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଏବଂ ବୋମାମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ଏହାଫଳରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣାରେ ୨୦ରୁ ଅଧିକ ବାଇକ ନଷ୍ଟ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଏହି ମତଦାନ କେନ୍ଦ୍ରକୁ ତିଛିନି ଗାଁର ଲୋକମାନେ ଭୋଟ ଦେବା ପାଇଁ ଯାଇଥିଲେ। ଦୁଇ ଗାଁ ମଧ୍ୟରେ ପୂର୍ବରୁ ରାଜନୈତିକ ଶତ୍ରୁତା ରହି ଆସୁଥିଲା । ଆଜି ମତଦାନ ବେଳେ […]

ପରିକୁଦ: ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଅଲଣ୍ଡା  ଗ୍ରାମପଞ୍ଚାୟତର ଅଲଣ୍ଡା  ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଏବଂ ବୋମାମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ଏହାଫଳରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣାରେ ୨୦ରୁ ଅଧିକ ବାଇକ ନଷ୍ଟ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ସୂଚନା ଅନୁଯାୟୀ ଏହି ମତଦାନ କେନ୍ଦ୍ରକୁ ତିଛିନି ଗାଁର ଲୋକମାନେ ଭୋଟ ଦେବା ପାଇଁ ଯାଇଥିଲେ। ଦୁଇ ଗାଁ ମଧ୍ୟରେ ପୂର୍ବରୁ ରାଜନୈତିକ ଶତ୍ରୁତା ରହି ଆସୁଥିଲା । ଆଜି ମତଦାନ ବେଳେ ସେହି ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ହୋଇଥିଲା । ଏକାଧିକ ବୋମାମାଡ,  ଠେଙ୍ଗା ଓ ବିଭିନ୍ନ ମାରଣାସ୍ତ୍ରରେ ଉଭୟପକ୍ଷରୁ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଗାଡି ମୋଟର, ଦୋକାନ-ଘର ଭଙ୍ଗାରୁଜା ହେବାସହ ୪୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଗଣ୍ଡଗୋଳ ପରେ ଗାଁରେ ଏବେ ପୁଲିସ ପଏଁତରା ମାରୁଛନ୍ତି। ପରିସ୍ଥିତି ଶାନ୍ତ ଅଛି ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ବଡଜେନା କହିଛନ୍ତି । ଘଟଣା ପରେ ମାଜିଷ୍ଟ୍ରେଟ ତଥା ସ୍ଥାନୀୟ ତହସିଲଦାର ହୁଲ୍ଲାସ କୁମାର ସେଠୀ ଉପସ୍ଥିତ ଅଛନ୍ତି ଏବଂ ଭୋଟବାକ୍ସ ଲୁଟପାଟ ହୋଇଥିବା କହିଛନ୍ତି ଉଭୟ ଗାଁର ଲୋକେ। ବିପକ୍ଷବାଦୀଙ୍କ ବିରୁଦ୍ଧରେ ଦୋଷ ଲଦାଲଦି କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପୁଲିସ ହାତ ଖାଲି ରହିଛି। ଘଟଣା ସ୍ଥଳରେ କୃଷ୍ଣପ୍ରସାଦ ଥାନା ଆଇଆଇସି ଦିଲୀପ କୁମାର ସ୍ବାଇଁ, ତହସିଲଦାର ଉଲାସ କୁମାର ସେଠୀ, ଆବଶକୀୟ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ଏହି ଆକ୍ରମଣରେ ଉଭୟ ପକ୍ଷରୁ ଆହତ ହୋଇ ପ୍ରଥମେ କୃଷ୍ଣପ୍ରସାଦ ଡ଼ାକ୍ତର ଖାନାରେ ଭିକିତ୍ସିତ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ସେହିପରି କୃଷ୍ଣପ୍ରସାଦର ୧୦ ନମ୍ବର ବୁଥରେ ଉତେଜନା ହୋଇଥିଲା। ଫଳରେ କିଛି ସମୟ ମତଦାନ ବନ୍ଦ ଥିଲା । ସେହିପରି କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କାର ଏକ ବୁଥରେ ମଧ୍ୟ ବିଶୃଙ୍ଖଳା ହୋଇ ପରବର୍ତ୍ତି ମୁହୂର୍ତ୍ତରେ ମତଦାନ ହୋଇଥିଲା । ଅନ୍ୟ କୌଣସି ବୁଥରେ ଅପ୍ରୀତିକର ପରିସ୍ଥିତି ହୋଇଥିବା ଖବର ମିଳିନାହିଁ ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନା ଅନୁଯାୟୀ, ଆଜି ପ୍ରଥମ ପର୍ଯ୍ଯାୟରେ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ୬୭ଲକ୍ଷ ୫୧ହଜାର ମତଦାତା ୨୨୩୭୯ଟି ବୁଥରେ ଲୋକେ ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛିଛନ୍ତି।

16 Feb 2022 By The Sakala

ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଓ ବୋମାମାଡ଼, ୪୦ରୁ ଉର୍ଦ୍ଧ୍ବ ଆହତ

ପରିକୁଦ: ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଅଲଣ୍ଡା  ଗ୍ରାମପଞ୍ଚାୟତର ଅଲଣ୍ଡା  ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଏବଂ ବୋମାମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ଏହାଫଳରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣାରେ ୨୦ରୁ ଅଧିକ ବାଇକ ନଷ୍ଟ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ଏହି ମତଦାନ କେନ୍ଦ୍ରକୁ ତିଛିନି ଗାଁର ଲୋକମାନେ ଭୋଟ ଦେବା ପାଇଁ ଯାଇଥିଲେ। ଦୁଇ ଗାଁ ମଧ୍ୟରେ ପୂର୍ବରୁ ରାଜନୈତିକ ଶତ୍ରୁତା ରହି ଆସୁଥିଲା । ଆଜି ମତଦାନ ବେଳେ ସେହି ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ହୋଇଥିଲା । ଏକାଧିକ ବୋମାମାଡ,  ଠେଙ୍ଗା ଓ ବିଭିନ୍ନ ମାରଣାସ୍ତ୍ରରେ ଉଭୟପକ୍ଷରୁ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଗାଡି ମୋଟର, ଦୋକାନ-ଘର ଭଙ୍ଗାରୁଜା ହେବାସହ ୪୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଗଣ୍ଡଗୋଳ ପରେ ଗାଁରେ ଏବେ ପୁଲିସ ପଏଁତରା ମାରୁଛନ୍ତି। ପରିସ୍ଥିତି ଶାନ୍ତ ଅଛି ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ବଡଜେନା କହିଛନ୍ତି । ଘଟଣା ପରେ ମାଜିଷ୍ଟ୍ରେଟ ତଥା ସ୍ଥାନୀୟ ତହସିଲଦାର ହୁଲ୍ଲାସ କୁମାର ସେଠୀ ଉପସ୍ଥିତ ଅଛନ୍ତି ଏବଂ ଭୋଟବାକ୍ସ ଲୁଟପାଟ ହୋଇଥିବା କହିଛନ୍ତି ଉଭୟ ଗାଁର ଲୋକେ। ବିପକ୍ଷବାଦୀଙ୍କ ବିରୁଦ୍ଧରେ ଦୋଷ ଲଦାଲଦି କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପୁଲିସ ହାତ ଖାଲି ରହିଛି। ଘଟଣା ସ୍ଥଳରେ କୃଷ୍ଣପ୍ରସାଦ ଥାନା ଆଇଆଇସି ଦିଲୀପ କୁମାର ସ୍ବାଇଁ, ତହସିଲଦାର ଉଲାସ କୁମାର ସେଠୀ, ଆବଶକୀୟ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ଏହି ଆକ୍ରମଣରେ ଉଭୟ ପକ୍ଷରୁ ଆହତ ହୋଇ ପ୍ରଥମେ କୃଷ୍ଣପ୍ରସାଦ ଡ଼ାକ୍ତର ଖାନାରେ ଭିକିତ୍ସିତ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ସେହିପରି କୃଷ୍ଣପ୍ରସାଦର ୧୦ ନମ୍ବର ବୁଥରେ ଉତେଜନା ହୋଇଥିଲା। ଫଳରେ କିଛି ସମୟ ମତଦାନ ବନ୍ଦ ଥିଲା । ସେହିପରି କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କାର ଏକ ବୁଥରେ ମଧ୍ୟ ବିଶୃଙ୍ଖଳା ହୋଇ ପରବର୍ତ୍ତି ମୁହୂର୍ତ୍ତରେ ମତଦାନ ହୋଇଥିଲା । ଅନ୍ୟ କୌଣସି ବୁଥରେ ଅପ୍ରୀତିକର ପରିସ୍ଥିତି ହୋଇଥିବା ଖବର ମିଳିନାହିଁ ।

ସୂଚନା ଅନୁଯାୟୀ, ଆଜି ପ୍ରଥମ ପର୍ଯ୍ଯାୟରେ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ୬୭ଲକ୍ଷ ୫୧ହଜାର ମତଦାତା ୨୨୩୭୯ଟି ବୁଥରେ ଲୋକେ ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛିଛନ୍ତି।

https://www.thesakala.in/latest-odisha-news/clashes-and-bombings-between-the-two-groups-at-the-booth/article-9301
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର