ନୂଆ ଡିଜିପିଙ୍କ ପ୍ରଥମ କନ୍ଧମାଳ ଗସ୍ତ: ଆତ୍ମ ସମର୍ପଣ ପାଇଁ ମାଓବାଦୀଙ୍କୁ ଆହ୍ୱାନ

The Sakala Picture
Published On

ଫୁଲବାଣୀ : ଶୁକ୍ରବାର ଓଡ଼ିଶା ପୁଲିସ୍‍ ଡିଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିଲେ। ଆଉ ଦିନ କେଇଟା ପରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ପୁଲିସ ରେଞ୍ଜରେ ମାଓ ହିଂସା ଦେଖିବାକୁ ମିଳିଛି। ତେଣୁ ଏହି ଦୁଇ ରେଞ୍ଜର ମାଓ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ଡିଜିଙ୍କ ଏହି ଗସ୍ତ ରହିଥିଲା। ତେବେ ଦାୟିତ୍ୱ ନେବା ପରେ ଡିଜି ସୁନୀଲ ବଂଶଲ୍‍ଙ୍କ ଏହା ପ୍ରଥମ କନ୍ଧମାଳ […]

ଫୁଲବାଣୀ : ଶୁକ୍ରବାର ଓଡ଼ିଶା ପୁଲିସ୍‍ ଡିଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିଲେ। ଆଉ ଦିନ କେଇଟା ପରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ପୁଲିସ ରେଞ୍ଜରେ ମାଓ ହିଂସା ଦେଖିବାକୁ ମିଳିଛି। ତେଣୁ ଏହି ଦୁଇ ରେଞ୍ଜର ମାଓ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ଡିଜିଙ୍କ ଏହି ଗସ୍ତ ରହିଥିଲା। ତେବେ ଦାୟିତ୍ୱ ନେବା ପରେ ଡିଜି ସୁନୀଲ ବଂଶଲ୍‍ଙ୍କ ଏହା ପ୍ରଥମ କନ୍ଧମାଳ ଗସ୍ତ ଥିଲା। ଆଜି ଡିଜି ସୁନୀଲ୍‍ ବଂଶଲ୍‍ ଫୁଲବାଣୀ ଠାରେ ପହଞ୍ଚିବା ପରେ ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ରେଞ୍ଜର ୧୦ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ମାଓ ହିଂସାରେ ଜର୍ଜରିତ କନ୍ଧମାଳ ଜିଲ୍ଲା ସହ ଅନ୍ୟ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ଓ ନିର୍ବାଚନ ସୁରକ୍ଷାକୁ ନେଇ ସରଜମିନ ତଦନ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଏ ଅବରସରେ ସେ ମାଓ ଦମନ ପାଇଁ ସ୍ୱତନ୍ତ୍ର ରଣନୀତି କରାଯାଇଛି ବୋଲି କହିଥିଲେ। ମାଓ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଡିଜିପି। ଡିଜି ସୁନୀଲ ବଂଶଲ କନ୍ଧମାଳ ଗ୍ରସ୍ତକରି ଶୁକ୍ରବାର ପୂର୍ବାହ୍ନରେ ହେଲିପ୍ୟାଡ୍‍ ଯୋଗେ ଆସି ଫୁଲବାଣୀ ରିଜର୍ଭ ପଡ଼ିଆରେ ଓହ୍ଲାଇଥିଲେ। ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ମାଓ ଦମନ ଉପରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଦକ୍ଷିଣାଞ୍ଚଳ ଡିଆଇଜି ଓ ପଶ୍ଚିମଞ୍ଚଳ ଡିଆଇଜି ଯୋଗ ଦେବା ସହ ମାଓ ଅଧ୍ୟୁଷିତ ଜିଲ୍ଲାର ୫ ଏସ୍‍ପି ସାମିଲ ଥିଲେ। କିଭଳି ଏହି ୫ ଜିଲ୍ଲାରେ ମାଓ ଦମନ କରାଯିବ ସେ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବା ସହ ମାଓବାଦୀ ମାନେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ କହିଛନ୍ତି ଡିଜି। ସେପଟେ ମାଓପ୍ରବଣ ଅଞ୍ଚଳରେ ପଞ୍ଚୟତ ନିର୍ବାଚନ କିଭଳି ସ୍ୱଚ୍ଛ ଓ ଅବାଧ ହେବ ତାହା ଉପରେ ବିଶେଷ ଦୃଷ୍ଟି ଦିଆଯାଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ। ଏହି ସମୀକ୍ଷା ବୈଠକରେ ଡିଜିଙ୍କ ସମତେ ଡାଇରେକ୍ଟର ଅଫ୍‍ ଇଣ୍ଟଲିଜେନ୍ସ ଲଳିତ ଦାସ, ଡିଜି ଏସ୍‍ଏପି ମୋନଜ ଛାବ୍ରା, ଆଇଜି ଅପରେସନ ଅମିତାଭ ଠାକୁର, ଡିଆଇଜି ଏସ୍‍ଆଇଡବ୍ଲ୍ୟୁ ଅନିରୁଧ ସିଂ, ଆଇଜି ବିଏସ୍‍ଏଫ୍‍ ଏସ୍‍.ବୁଦ୍ଧ କୋଟି, ଆଇଜି ବ୍ରହ୍ମପୁର ସତ୍ୟବ୍ରତ ଭୋଇ, ଆଇଜି ସମ୍ୱଲପୁର ଦୀପକ କୁମାରଙ୍କ ସମତେ ମାଓ ପ୍ରବଣ ଅଞ୍ଚଳର ୫ ଏସପି ଜଣେ ଏସ୍‍ଡିପିଓ ଦେଇଥିଲେ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର