ରାଜ୍ୟକୁ ପୁଣି ଥରେ ଫେରିବ ବର୍ଷା: ଆଜି ରାତିରୁ ଘନ କୁହୁଡ଼ି, ଆସନ୍ତାକାଲିଠୁ ବର୍ଷା

The Sakala Picture
Published On

ଭୁବନେଶ୍ୱର: ବୁଧବାରଠାରୁ ରାଜ୍ୟକୁ ପୁଣି ଥରେ ବର୍ଷା ଫେରିବ। ବର୍ତ୍ତମାନ ପଶ୍ଚିମା-ଝଡ଼ ସକ୍ରିୟ ରହିଛି। ୮ ତାରିଖ ରାତିରୁ ଆଉ ଏକ ସତେଜ ପଶ୍ଚିମା-ଝଡ଼ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବା ସମ୍ଭାବନା। ଏହା ପ୍ରଭାବରେ ରାଜ୍ୟରେ ୯ ତାରିଖରୁ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ବଧବାର ଝାରସୁଗୁଡ଼ା, ସୁନ୍ଦରଗଡ଼଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦବଗଡ଼଼ ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଗୁରୁବାର ସୋନପୁର, ବୌଦ୍ଧ, କନ୍ଧମାଳ, […]

ଭୁବନେଶ୍ୱର: ବୁଧବାରଠାରୁ ରାଜ୍ୟକୁ ପୁଣି ଥରେ ବର୍ଷା ଫେରିବ। ବର୍ତ୍ତମାନ ପଶ୍ଚିମା-ଝଡ଼ ସକ୍ରିୟ ରହିଛି। ୮ ତାରିଖ ରାତିରୁ ଆଉ ଏକ ସତେଜ ପଶ୍ଚିମା-ଝଡ଼ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବା ସମ୍ଭାବନା। ଏହା ପ୍ରଭାବରେ ରାଜ୍ୟରେ ୯ ତାରିଖରୁ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ବଧବାର ଝାରସୁଗୁଡ଼ା, ସୁନ୍ଦରଗଡ଼଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦବଗଡ଼଼ ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଗୁରୁବାର ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ବର୍ଷା ଯୋଗୁ ପୁଣି ଥରେ ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।୮ ତାରଖ ଓ ୯ ତାରିଖରେ ବର୍ଷା ହେବା ପରେ ୧୦ ତାରିଖରୁ ପୁଣି ଥରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଅନ୍ୟପଟେ ବର୍ଷା ପୂର୍ବରୁ ଅର୍ଥାତ ମଙ୍ଗଳବାର ରାତିରୁ ବୁଧବାର ସକାଳ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ବିଳମ୍ବିତ ରାତିଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼଼, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳରେ ଘନ କୁହୁଡ଼ିର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର