ଧର୍ମେନ୍ଦ୍ରଙ୍କୁ ଧନ୍ଯବାଦ ଜଣାଇବା ସହ ମେଡିକାଲ କଲେଜ କଥା ଭୁଲିଗଲେ ବୋଲି କହିଲେ ପ୍ରଣବ

The Sakala Picture
Published On

ଭୁବନେଶ୍ୱର: ରାଉରକେଲାରେ ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍ପିଟାଲ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକାର୍ପିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ତେବେ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି କଥା ମଧ୍ୟ ମନେ ପକାଇଛନ୍ତି ପ୍ରଣବ। ସେ ଟ୍ୱିଟ୍‌ କରି ପରୋକ୍ଷରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରେ ଦେଇଥିବା ପ୍ରତିଶ୍ରୁତି ଏବେ […]

ଭୁବନେଶ୍ୱର: ରାଉରକେଲାରେ ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍ପିଟାଲ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକାର୍ପିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ତେବେ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି କଥା ମଧ୍ୟ ମନେ ପକାଇଛନ୍ତି ପ୍ରଣବ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସେ ଟ୍ୱିଟ୍‌ କରି ପରୋକ୍ଷରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରେ ଦେଇଥିବା ପ୍ରତିଶ୍ରୁତି ଏବେ ସୁଦ୍ଧା ପାଳନ ହେଲା ନାହି । ମୋଦି କହିଥିଲେ ରାଉରକେଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ହେଲେ ଏବେ ସୁଦ୍ଧା ସେଥିପାଇଁ କୌଣସି ପଦକ୍ଷେପ ନିଆଯାଇଥିବା ଦେଖାଯାଉ ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପ୍ରତି ଦୃଷ୍ଟି ରଖିଥିବେ ବୋଧ ହୁଏ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ତେବେ ପ୍ରଣବ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ‘ଭାଇ ଧର୍ମେନ୍ଦ୍ର, ଆଇଜିଏଚ୍‌ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଧନ୍ୟବାଦ । ମାନ୍ୟବର ପ୍ରଧାନମନ୍ତ୍ରୀ ରାଉରକେଲାରେ ମେଡିକାଲ କଲେଜ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମୁଁ ନିଶ୍ଚିତ ଯେ, ଆପଣ ଏଦିଗରେ ପ୍ରୟାସ କରୁଥିବେ । ଓଡ଼ିଶାର ବିକାଶରେ ବହୁମୂଲ୍ୟ ଅବଦାନ ଥିବା ସୁନ୍ଦରଗଡ଼ବାସୀ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇବାର ହକଦାର୍ ।’

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ସୂଚନାଯୋଗ୍ୟ, ୨୦୧୫ରେ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିବା ବେଳେ ସୁନ୍ଦରଗଡ଼ରେ ମେଡିକାଲ କଲେଜ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ସୁଦ୍ଧା ତାହା ହୋଇପାରିଲା ନାହିଁ । ଆଇଜିଏଚ ମେଡିକାଲ କଲେଜ କରାଯାଉ ନଥିବାରୁ ରାଉରକେଲାରେ ଅସନ୍ତୋଷ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର