ସାମ୍ବାଦିକମାନେ ଦ୍ବିତୀୟ ଡୋଜ୍ ନେବାର ୯ ମାସ ପରେ ନେଇପାରିବେ ପ୍ରିକସନ୍ ଡୋଜ୍ , ଆବଶ୍ୟକ ପଡିଲେ କରାଯିବ ସ୍ବତନ୍ତ୍ର ବ୍ୟବସ୍ଥା

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ କରୋନା ଆକ୍ରାନ୍ତାଙ୍କ ସଂଖ୍ଯା ବୃଦ୍ଧି ପାଇଥିବା ବେଳେ ଟିକାକରଣକୁ ଆହୁରି ଜୋର ଦାର କରାଯାଇଛି। ଯେଉଁମାନେ ଦ୍ବିତୀୟ ଡୋଜ୍ ନେବାର ୯ ମାସ ହୋଇଯାଇଥିବ ସେମାନେ ପ୍ରିକସନ୍ ଡୋଜ୍ ନେଇପାରିବେ । ଯେତେଶୀଘ୍ର ସମ୍ଭବ ଟିକାକରଣ ଶେଷ କରାଯିବ ବୋଲି ରାଜ୍ଯ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଯେ ସାମ୍ବାଦିକମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ପରିଗଣିତ କରାଯାଉଛି । ପ୍ରିକସନ୍ ଡୋଜ୍ ନେବା […]

ଭୁବନେଶ୍ବର: ରାଜ୍ଯରେ କରୋନା ଆକ୍ରାନ୍ତାଙ୍କ ସଂଖ୍ଯା ବୃଦ୍ଧି ପାଇଥିବା ବେଳେ ଟିକାକରଣକୁ ଆହୁରି ଜୋର ଦାର କରାଯାଇଛି। ଯେଉଁମାନେ ଦ୍ବିତୀୟ ଡୋଜ୍ ନେବାର ୯ ମାସ ହୋଇଯାଇଥିବ ସେମାନେ ପ୍ରିକସନ୍ ଡୋଜ୍ ନେଇପାରିବେ । ଯେତେଶୀଘ୍ର ସମ୍ଭବ ଟିକାକରଣ ଶେଷ କରାଯିବ ବୋଲି ରାଜ୍ଯ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଯେ ସାମ୍ବାଦିକମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ପରିଗଣିତ କରାଯାଉଛି । ପ୍ରିକସନ୍ ଡୋଜ୍ ନେବା ପାଇଁ ଆବଶ୍ୟକ ପଡିଲେ ସାମ୍ବାଦିକମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ମୋଟ୍ ୫ କୋଟି ୪୯ ଲକ୍ଷ ୮ ହଜାର ୬୧୯ ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ଯରୁ ପ୍ରଥମ ଡୋଜ ୩ କୋଟି ୧୪ ଲକ୍ଷ ୧ ହଜାର ୧୪୧, ଉଭୟ ଡୋଜ ୨ କୋଟି ୩୨ ଲକ୍ଷ ୧୯ ହଜାର ୨୯୭, ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ୧୧ ଲକ୍ଷ ୭୯ ହଜାର ୪୫୨ ଡୋଜ ଟିକା ବା ଲକ୍ଷ୍ୟର ୫୦ ପ୍ରତିଶତ ଏବଂ ୨ ଲକ୍ଷ ୮୮ ହଜାର ୧୮୧ ପ୍ରିକସନ୍ ଡୋଜ୍ ଦିଆଯାଇଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

20 Jan 2022 By The Sakala

ସାମ୍ବାଦିକମାନେ ଦ୍ବିତୀୟ ଡୋଜ୍ ନେବାର ୯ ମାସ ପରେ ନେଇପାରିବେ ପ୍ରିକସନ୍ ଡୋଜ୍ , ଆବଶ୍ୟକ ପଡିଲେ କରାଯିବ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ଯରେ କରୋନା ଆକ୍ରାନ୍ତାଙ୍କ ସଂଖ୍ଯା ବୃଦ୍ଧି ପାଇଥିବା ବେଳେ ଟିକାକରଣକୁ ଆହୁରି ଜୋର ଦାର କରାଯାଇଛି। ଯେଉଁମାନେ ଦ୍ବିତୀୟ ଡୋଜ୍ ନେବାର ୯ ମାସ ହୋଇଯାଇଥିବ ସେମାନେ ପ୍ରିକସନ୍ ଡୋଜ୍ ନେଇପାରିବେ । ଯେତେଶୀଘ୍ର ସମ୍ଭବ ଟିକାକରଣ ଶେଷ କରାଯିବ ବୋଲି ରାଜ୍ଯ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଯେ ସାମ୍ବାଦିକମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ପରିଗଣିତ କରାଯାଉଛି । ପ୍ରିକସନ୍ ଡୋଜ୍ ନେବା ପାଇଁ ଆବଶ୍ୟକ ପଡିଲେ ସାମ୍ବାଦିକମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।

ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ମୋଟ୍ ୫ କୋଟି ୪୯ ଲକ୍ଷ ୮ ହଜାର ୬୧୯ ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ଯରୁ ପ୍ରଥମ ଡୋଜ ୩ କୋଟି ୧୪ ଲକ୍ଷ ୧ ହଜାର ୧୪୧, ଉଭୟ ଡୋଜ ୨ କୋଟି ୩୨ ଲକ୍ଷ ୧୯ ହଜାର ୨୯୭, ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ୧୧ ଲକ୍ଷ ୭୯ ହଜାର ୪୫୨ ଡୋଜ ଟିକା ବା ଲକ୍ଷ୍ୟର ୫୦ ପ୍ରତିଶତ ଏବଂ ୨ ଲକ୍ଷ ୮୮ ହଜାର ୧୮୧ ପ୍ରିକସନ୍ ଡୋଜ୍ ଦିଆଯାଇଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।

https://www.thesakala.in/latest-odisha-news/journalists-can-take-preaction-dose/article-8597
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର