ଆହୁରି ୨ ମାସ ଯାଏଁ ରାଜ୍ୟରେ କମିବନି ସଂକ୍ରମଣ ହାର : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ପ୍ରତିଦିନ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି। ପୂର୍ବରୁ ଯେଉଁଠି ଦୈନିକ ସଂକ୍ରମଣ ହଜାରେ ତଳେ ରହୁଥିଲା ଆଜି ତାହା ୮ ହଜାର ପାର୍‌ କରିସାରିଛି। ଏହାରି ମଧ୍ୟରେ ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ମଧ୍ୟ ରାଜ୍ୟରେ ବହୁ ମାତ୍ରାରେ ବୃଦ୍ଧି ପାଉଛି। ବତ୍ତର୍ମାନ ସୁଦ୍ଧା ରାଜ୍ୟରୁ ୧୭୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ରାଜ୍ୟରେ ବଢୁଥିବା […]

ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ପ୍ରତିଦିନ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି। ପୂର୍ବରୁ ଯେଉଁଠି ଦୈନିକ ସଂକ୍ରମଣ ହଜାରେ ତଳେ ରହୁଥିଲା ଆଜି ତାହା ୮ ହଜାର ପାର୍‌ କରିସାରିଛି। ଏହାରି ମଧ୍ୟରେ ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ମଧ୍ୟ ରାଜ୍ୟରେ ବହୁ ମାତ୍ରାରେ ବୃଦ୍ଧି ପାଉଛି। ବତ୍ତର୍ମାନ ସୁଦ୍ଧା ରାଜ୍ୟରୁ ୧୭୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନେଇ ରାଜ୍ୟବାସୀ ଚିନ୍ତିତ ଥିବା ବେଳେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବବା ବେଳେ ଆସନ୍ତା ୨ମାସ କରୋନା ସଂକ୍ରମଣ ବଢ଼ିକି ରହିବ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ରାଜ୍ୟବାସୀ ସତର୍କ ରୁହନ୍ତୁ। କରୋନା କଟକଣାର ସଠିକ ଅନୁପାଳନ କରୁନ୍ତୁ। ୫୦୦ତଳକୁ ଖସିଯାଇଥିବା ସଂଖ୍ୟା ଏବେ ୮ହଜାର ଟପିଲାଣି। ତେବେ ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବବା ବେଳେ ଆସନ୍ତା ୨ମାସ କରୋନା ସଂକ୍ରମଣ ବଢ଼ିକି ରହିବ। ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟାପୁଛି । ଅଧିକାଂଶ ଆକ୍ରାନ୍ତଙ୍କର ସାମନ୍ୟ ଲକ୍ଷଣ ଅଛି । ପ୍ରାୟ ୮ଟି ଜିଲ୍ଲାରେ ଟିପିଆର ଅଧିକ ଅଛି, ତେଣୁ ୮ଜିଲ୍ଲା ବର୍ତ୍ତମାନ ରେଡ ଜୋନରେ ରହିଛି । କିନ୍ତୁ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ଆଇସିୟୁ ଆବଶ୍ୟକତା କମ୍ ରହୁଛି ।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

ରାଜ୍ୟର କରୋନା ସ୍ଥିତି ନେଇ ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ସମସ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକ ଅନୁସାରେ କ୍ଲଷ୍ଟର କଣ୍ଟେନମେଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଟିକାକରଣ ଜୋରଦାର ହୋଇଛି। ବୁଷ୍ଟର ଡୋଜ୍‌ ମଧ୍ୟ ଦିଆଚାଲିଛି। ରାଜ୍ୟର ପାଞ୍ଚ ଜିଲ୍ଲାରେ ଟିକାକରଣ ହାର କମ୍ ରହିଛି ଯାହାକୁ ନେଇ ସେଠାକାର ଅଧିକାରୀମାନଙ୍କୁ ଟିକାକରଣ ହାର ବୃଦ୍ଧି ପାଇଁ ନିର୍ଦେଶ ଦିଆଯାଇଛି। ରାଜ୍ୟରେ ହସ୍ପିଟାଲାଇଜେସନ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି ଯଦି ଏହି ସଂଖ୍ୟା ବୃଦ୍ଧି ଘଟେ ତେବେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

12 Jan 2022 By The Sakala

ଆହୁରି ୨ ମାସ ଯାଏଁ ରାଜ୍ୟରେ କମିବନି ସଂକ୍ରମଣ ହାର : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ପ୍ରତିଦିନ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି। ପୂର୍ବରୁ ଯେଉଁଠି ଦୈନିକ ସଂକ୍ରମଣ ହଜାରେ ତଳେ ରହୁଥିଲା ଆଜି ତାହା ୮ ହଜାର ପାର୍‌ କରିସାରିଛି। ଏହାରି ମଧ୍ୟରେ ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ମଧ୍ୟ ରାଜ୍ୟରେ ବହୁ ମାତ୍ରାରେ ବୃଦ୍ଧି ପାଉଛି। ବତ୍ତର୍ମାନ ସୁଦ୍ଧା ରାଜ୍ୟରୁ ୧୭୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନେଇ ରାଜ୍ୟବାସୀ ଚିନ୍ତିତ ଥିବା ବେଳେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବବା ବେଳେ ଆସନ୍ତା ୨ମାସ କରୋନା ସଂକ୍ରମଣ ବଢ଼ିକି ରହିବ।

ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ରାଜ୍ୟବାସୀ ସତର୍କ ରୁହନ୍ତୁ। କରୋନା କଟକଣାର ସଠିକ ଅନୁପାଳନ କରୁନ୍ତୁ। ୫୦୦ତଳକୁ ଖସିଯାଇଥିବା ସଂଖ୍ୟା ଏବେ ୮ହଜାର ଟପିଲାଣି। ତେବେ ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବବା ବେଳେ ଆସନ୍ତା ୨ମାସ କରୋନା ସଂକ୍ରମଣ ବଢ଼ିକି ରହିବ। ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟାପୁଛି । ଅଧିକାଂଶ ଆକ୍ରାନ୍ତଙ୍କର ସାମନ୍ୟ ଲକ୍ଷଣ ଅଛି । ପ୍ରାୟ ୮ଟି ଜିଲ୍ଲାରେ ଟିପିଆର ଅଧିକ ଅଛି, ତେଣୁ ୮ଜିଲ୍ଲା ବର୍ତ୍ତମାନ ରେଡ ଜୋନରେ ରହିଛି । କିନ୍ତୁ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ଆଇସିୟୁ ଆବଶ୍ୟକତା କମ୍ ରହୁଛି ।

ରାଜ୍ୟର କରୋନା ସ୍ଥିତି ନେଇ ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ସମସ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକ ଅନୁସାରେ କ୍ଲଷ୍ଟର କଣ୍ଟେନମେଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଟିକାକରଣ ଜୋରଦାର ହୋଇଛି। ବୁଷ୍ଟର ଡୋଜ୍‌ ମଧ୍ୟ ଦିଆଚାଲିଛି। ରାଜ୍ୟର ପାଞ୍ଚ ଜିଲ୍ଲାରେ ଟିକାକରଣ ହାର କମ୍ ରହିଛି ଯାହାକୁ ନେଇ ସେଠାକାର ଅଧିକାରୀମାନଙ୍କୁ ଟିକାକରଣ ହାର ବୃଦ୍ଧି ପାଇଁ ନିର୍ଦେଶ ଦିଆଯାଇଛି। ରାଜ୍ୟରେ ହସ୍ପିଟାଲାଇଜେସନ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି ଯଦି ଏହି ସଂଖ୍ୟା ବୃଦ୍ଧି ଘଟେ ତେବେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର