ପାଖେଇ ଆସୁଛି ଇଲେକ୍ସନ ହେଲେ, ତା’ ପୂର୍ବରୁ ଅଫେରା ରାଇଜକୁ ଚାଲିଗଲେ କାକା…..

The Sakala Picture
Published On

ଭୁବନେଶ୍ବର : ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ୬୩ ବର୍ଷୀୟ ମିହିର ଗତ ଡିସେମ୍ବର ୭ ତାରିଖରୁ ଅସୁସ୍ଥତା କାରଣରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। କିଡନୀ ରୋଗରେ ଆକ୍ରାନ୍ତ ଥିବା ମିହିରଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ମିହିର ଦାସଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯାହା […]

ଭୁବନେଶ୍ବର : ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ୬୩ ବର୍ଷୀୟ ମିହିର ଗତ ଡିସେମ୍ବର ୭ ତାରିଖରୁ ଅସୁସ୍ଥତା କାରଣରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। କିଡନୀ ରୋଗରେ ଆକ୍ରାନ୍ତ ଥିବା ମିହିରଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ମିହିର ଦାସଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯାହା ଫଳରେ ସପ୍ତାହରେ ତାଙ୍କର ତିନି ଥର ଡାଏଲିସସ ହେଉଥିଲା ।

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

ଆଜି(ମଙ୍ଗଳବାର) ହଠାତ ମିହିରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହେଲାନାହିଁ।  ମିହିର ଦାସଙ୍କ ପରଲୋକରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଡିଶା ସିନେ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ ମିହିର ଦାସ।ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସ ୧୯୫୯ ମସିହା ଫେବୃଆରୀ ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ପ୍ରଥମେ ଆର୍ଟ ଫିଲ୍ମରେ ଅଭିନୟ କରିଥିଲେ। ତାହା ଥିଲା ‘ସ୍କୁଲ୍‌ ମାଷ୍ଟର’। ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା। ତା’ପରେମିହିର ଦାସ ଗୋବିନ୍ଦ ତେଜଙ୍କ ନିର୍ଦ୍ଦେଶିତ ‘ରାମାୟଣ’ ଚଳଚ୍ଚିତ୍ରରୁ ନିଜ ଅଭିନୟ ଜୀବନର ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ନିର୍ମାଣାଧୀନ ପାଣି ଟାଙ୍କି ଉପରୁ ଠେଲି ସାଙ୍ଗକୁ ହତ୍ୟା !

୧୯୭୯ରେ ନିର୍ମିତ ଚଳଚ୍ଚିତ୍ର ‘ମଥୁରା ବିଜୟ’ରେ ତାଙ୍କ ଅଭିନୟ ହୃଦୟସ୍ପର୍ଶୀ ହୋଇପାରିଥିଲା। ପ୍ରାୟ ୩ ଦଶନ୍ଧି ହେବ ମିହିର ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ପରାକାଷ୍ଠା ଓ ଅଭିନୟ ପାରଦର୍ଶିତା ପ୍ରତିପାଦିତ କରିବାରେ ସଫଳ ହୋଇପାରିଥିଲେ। ‘ପୁଅ ମୋର ଭୋଳାଶଙ୍କର’ ଚଳଚ୍ଚିତ୍ରରେ ତାଙ୍କ ନିଖୁଣ ଅଭିନୟକୁ ଦର୍ଶକମାନେ ଏବେ ମଧ୍ୟ ମାନେ ରଖିଛନ୍ତି। ୧୯୯୮ରେ ‘ଲକ୍ଷ୍ମୀ ପ୍ରତିମା’ ଓ ୨୦୦୫ରେ ‘ଫେରିଆ ମୋ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ।

ଆହୁରି ପଢ଼ନ୍ତୁ: ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ; ହାତ ଟେକି ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଓଡ଼ିଆ ସିନେ ଜଗତ ପାଇଁ ମିହିର ଦାସ କେବଳ ଜଣେ ଅଭିନେତା ନୁହେଁ ସେ  ଜଣେ ଅନୁଷ୍ଠାନ ଥିଲେ । ବହୁ ନୂଆ କଳାକାର ତାଙ୍କୁ ସେମାନଙ୍କର ଆଦର୍ଶମାନି ଆଜିବି କାର୍ଯ୍ୟକରୁଛନ୍ତି। ନାୟକ ହେଉ କିମ୍ବା ଖଳନାୟକ, ଚରିତ୍ର ଅଭିନୟ ହେଉ କିମ୍ବା ହାସ୍ୟ ଚରିତ୍ର, ଅଲ୍‌ ଇନ୍‌ ଓ୍ବାନ୍‌ ଥିଲେ ମିହିର ଦାସ । ନିଜ ଅଭିନୟ ଯାଦୁରେ ଓଡିଶାର ଘରେ ଘରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି ଭେଟେରାନ୍‌ ମିହିର ଦାସ।

ଆଜି ମିହିରଙ୍କ ପରଲୋକରେ ତାଙ୍କ ପ୍ରସଂଶକଙ୍କ ମହଲରେ  ତାଙ୍କ ଅଭିନିତ ଅଭିମନ୍ୟୁ ଚଳଚିତ୍ରର କାକା ଭୂମିକାକୁ ନେଇ ବେଶ ଚର୍ଚ୍ଚା-ଆଲୋଚନା ହେଉଛି। କାରଣ ଏହି ଚଳଚିତ୍ରରେ ମିହିର କାକା ଭୂମିକାରେ ଅଭିନୟ କରିଥିଲେ। ଯେଉଁଥିରେ ତାଙ୍କର ଏକ ମୁଖ୍ୟ ଡାଇଲଗ୍‌ ଥିଲା ‘ଇଲେକ୍ସନ ଇଲେକ୍ସନ କହି କାକାକୁ ଡରେଇବ ନାହିଁ……ଇଲେକ୍ସନ ବି କାକା କରେ ଆଉ ସିଲେକ୍ସନ ବି କାକା କରେ …’। ଆଜି ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଥିବା ବେଳେ ଫେବୃଆରୀ ୧୬ରେ ଭୋଟ ଗ୍ରହଣ ଆରମ୍ଭ ହେବ କିନ୍ତୁ ତା ପୂର୍ବରୁ କାକା(ମିହିର)ଙ୍କର ପରଲୋକ ହୋଇଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର