ତପସ୍ବିନୀ -ସୁମିତ ବିବାଦ: ତପସ୍ବିନୀଙ୍କ ଘର ପ୍ରବେଶ ପରେ ଘର ଛାଡିଲେ ଶ୍ବଶୁର, କହିଲେ ଜୀବନ ପ୍ରତି ବିପଦ ଅଛି

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର: ଡିମ୍ପଲ ଓ ସୁମିତ ବିବାଦରେ ପଡୁନି ପୂର୍ଣ୍ଣଛେଦ। ଯେତେ ଆଗଉଛି ନୂଆ ନୂଆ ଟୁଇଷ୍ଟ ଆସିବାରେ ଲାଗିଛି। ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ ପରେ ତପସ୍ବିନୀ ଘରେ ପ୍ରବେଶ କରିଛନ୍ତି। ହେଲେ  ତପସ୍ବିନୀଙ୍କ ଘର ପ୍ରବେଶ ପରେ ରାତି ଅଧରେ ଘର ଛାଡ଼ି ରାତିରେ ବାହାରେ ବୁଲିଲେ ଶ୍ବଶୁର କୁମାର ସାହୁ । ଆଣିଲେ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ । ରାତିରେ ରାସ୍ତାରେ ବୁଲିବା ସହ ଭିଡିଓ ଜାରି କହି ଅସହାୟତା ପ୍ରକାଶ […]

ବ୍ରହ୍ମପୁର: ବ୍ରହ୍ମପୁର: ଡିମ୍ପଲ ଓ ସୁମିତ ବିବାଦରେ ପଡୁନି ପୂର୍ଣ୍ଣଛେଦ। ଯେତେ ଆଗଉଛି ନୂଆ ନୂଆ ଟୁଇଷ୍ଟ ଆସିବାରେ ଲାଗିଛି। ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ ପରେ ତପସ୍ବିନୀ ଘରେ ପ୍ରବେଶ କରିଛନ୍ତି। ହେଲେ  ତପସ୍ବିନୀଙ୍କ ଘର ପ୍ରବେଶ ପରେ ରାତି ଅଧରେ ଘର ଛାଡ଼ି ରାତିରେ ବାହାରେ ବୁଲିଲେ ଶ୍ବଶୁର କୁମାର ସାହୁ । ଆଣିଲେ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ । ରାତିରେ ରାସ୍ତାରେ ବୁଲିବା ସହ ଭିଡିଓ ଜାରି କହି ଅସହାୟତା ପ୍ରକାଶ କଲେ ଶ୍ବଶୁର ପ୍ରମୋଦ । କହିଲେ-ପ୍ରଶାସନିକ ଅଧିକାରୀ ବେଆଇନ୍ ଭାବେ ବୋହୂକୁ ଘରେ ପ୍ରବେଶ କରାଇଛନ୍ତି । କୋର୍ଟଙ୍କ ରାୟକୁ ନେଇ ଦ୍ବନ୍ଦରେ ଥିଲି । ବୁଝିବାକୁ ଚେଷ୍ଟା କରିଥିଲି । ହେଲେ ସେମାନେ ଇଚ୍ଛା ବିରୋଧରେ ତପସ୍ପିନୀଙ୍କୁ ଘରେ ପୁରାଇଛନ୍ତି ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ସେ ଆହୁରି କହିଛନ୍ତି, ‘ନିଜକୁ ସୁରକ୍ଷିତ ନମଣି ଅଧରାତିରେ ଘର ଛାଡ଼ି ପଳାଇ ଆସିଛି । ପୂର୍ବରୁ ମୋ ବୋହୂ ମୋ ନାଁରେ ଓ ମୋ ପରିବାର ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ଏଥିପାଇଁ ମୁଁ ଅତ୍ୟନ୍ତ ଭୟଭୀତ ହୋଇ ଘର ଛାଡ଼ି ପଳାଇ ଆସିଛି । ପରବର୍ତ୍ତୀ ସମୟରେ ମୁଁ ଘରକୁ ଫେରିବିନି ।’

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର