ଭୁବନେଶ୍ବରରେ ବଢୁଛି ସଂକ୍ରମଣ : ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

The Sakala Picture
Published On

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଏକାଧିକ ସ୍ଥାନରେ ସଂକ୍ରମଣ ବୃଦ୍ଧି ଭୁବନେଶ୍ବର ମହାନଗର ନିଗମ( ବିଏମସି) ପାଇଁ ଚିନ୍ତାର କାରଣ ପାଲଟିଛି। ରାଜଧାନୀ ସଂକ୍ରମଣ ମାମଲା ବଢ଼ିବା କାରଣରୁ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୁଛି ବିଏମସି । ଆଜି ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ସମସ୍ତ କଣ୍ଟେନମେଣ୍ଟ ୭ ଦିନ ପାଇଁ ବଳବତ୍ତର ରହିବ । ଗତକାଲି ଏକାଧିକ ପୁଲିସ କର୍ମଚାରୀ କୋଭିଡ୍ ସଂକ୍ରମିତ […]

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଏକାଧିକ ସ୍ଥାନରେ ସଂକ୍ରମଣ ବୃଦ୍ଧି ଭୁବନେଶ୍ବର ମହାନଗର ନିଗମ( ବିଏମସି) ପାଇଁ ଚିନ୍ତାର କାରଣ ପାଲଟିଛି। ରାଜଧାନୀ ସଂକ୍ରମଣ ମାମଲା ବଢ଼ିବା କାରଣରୁ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୁଛି ବିଏମସି । ଆଜି ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ସମସ୍ତ କଣ୍ଟେନମେଣ୍ଟ ୭ ଦିନ ପାଇଁ ବଳବତ୍ତର ରହିବ । ଗତକାଲି ଏକାଧିକ ପୁଲିସ କର୍ମଚାରୀ କୋଭିଡ୍ ସଂକ୍ରମିତ ହେବା ପରେ ଭୁବନେଶ୍ୱର ଡିସିପି ଅଫିସକୁ ସିଲ୍ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଆଜି ବାପୁଜୀନଗରର ପ୍ଲଟ ନମ୍ବର ୬୦, ସତ୍ୟନଗରର ପ୍ଲଟ ନମ୍ବର ୧୨୦ (ବି), ଆଚାର୍ଯ୍ୟ ବିହାରର ପ୍ଲଟ ନମ୍ବର ୧୪୧୯ (ଏ), ଟଙ୍କପାଣି ରୋଡ ବିଷ୍ଣୁ ନଗରର ପ୍ଲଟ ନମ୍ବର ୧୧୪୭ ଓ ଆଚାର୍ଯ୍ୟ ବିହାରର ପ୍ଲଟ ନମ୍ବର ଏଲ୍୩/୬୫କୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସିର ଦକ୍ଷିଣ ପୂର୍ବ ଜୋନ । ସଂକ୍ରମଣ ବୃଦ୍ଧି ପରେ ଏ ପଦକ୍ଷେପ ନିଆଯାଇଥିବା ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ଗୋଟିଏ ସ୍ଥାନରେ ଏକାଧିକ ସଂକ୍ରମିତ ଚିହ୍ନଟ ଯୋଗୁଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଘୋଷଣା ଦିନ ଠାରୁ କଟକଣା ୭ ଦିନ ଯାଏ ବଳବତ୍ତର ରହିବ । ବିଏମସିର ତଥ୍ୟ ଅନୁସାରେ, ୩ ତାରିଖରେ ୧୪୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେଥିରୁ ୧୯ଟି କ୍ୱାରେଣ୍ଟାଇନ୍ ମାମଲା ଥିବାବେଳେ ୧୨୩ଟି ସ୍ଥାନୀୟ ସଂକ୍ରମଣ ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର