ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି, ଜିଲ୍ଲାକୁ ପଠାଗଲା ନିର୍ବାଚନ ସଂପର୍କିତ ଉପକରଣ ଓ ଫର୍ମ

The Sakala Picture
Published On

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜାରି ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରାଜ୍ୟ ନିର୍ବାଚନ କମିଶନ ତାଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଆଜି ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ଜିଲ୍ଲାକୁ ନିର୍ବାଚନ ସଂପର୍କିତ ଉପକରଣ ଓ ଫର୍ମ ପଠାଇଛନ୍ତି। ଆସନ୍ତା ଜାନୁଆରୀ ୧୦ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। […]

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜାରି ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରାଜ୍ୟ ନିର୍ବାଚନ କମିଶନ ତାଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଆଜି ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ଜିଲ୍ଲାକୁ ନିର୍ବାଚନ ସଂପର୍କିତ ଉପକରଣ ଓ ଫର୍ମ ପଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଆସନ୍ତା ଜାନୁଆରୀ ୧୦ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ କରୋନା ସ୍ଥିତିରେ କିପରି ସୁଚାରରୂପେ ନିର୍ବାଚନ ହେବ ସେ ନେଇ ଆଲୋଚନା ହେବ। ସର୍ବଦଳୀୟ ବୈଠକରେ ସମସ୍ତ ଦଳର ମତ ନେବେ ରାଜ୍ୟ ନିର୍ବାଚନ କମିଶନ। ଏହା ପରେ ଆସନ୍ତା ୧୨ ତାରିଖରେ ବସିବ ଅଧିକାରୀସ୍ତରୀୟ ବୈଠକ । ଏଥିରେ ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିପାରନ୍ତି ରାଜ୍ୟ ନିର୍ବାଚନ କମିଶନର ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ତେବେ ଏହାପୂର୍ବରୁ ନିର୍ବାଚନ କମିଶନ ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି । ପୂର୍ବରୁ ବାଲାଟ ବାକ୍ସ ପଠାଯାଇଥିବା ବେଳେ ଆଜି ଭୋଟରଙ୍କ ପାଇଁ ବ୍ୟବହୃତ କାଳି, ପଞ୍ଚାୟତ ମାନୁଆଲ ଓ ଷ୍ଟାମ୍ପ ପଠାଯାଇଛି ।ଆଲ୍‌ଫା ବେଟିକ୍‌ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୦ ଜିଲ୍ଲାକୁ ଏହି ସବୁ ସାମଗ୍ରୀ ପଠାଯାଇଛି । ଏହାପରେ ଗୁରୁବାର ଆଉ ୧୦ ଏବଂ ଶୁକ୍ରବାର ଆଉ ୧୦ ଜିଲ୍ଲାକୁ ଏହି ସବୁ ସାମଗ୍ରୀ ପଠାଯିବ । ପର୍ଯ୍ୟାୟକ୍ରମେ ୭ ତାରିଖ ସୁଦ୍ଧା ସବୁ ଜିଲ୍ଲାକୁ ପଠାଯିବ। ଭୋଗ ଗ୍ରହଣ ସମୟରେ ଏହି ସାମଗ୍ରୀ କାର୍ଯ୍ୟରେ ଲଗାଯିବ ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର