ଶୀତୁଆ ସନ୍ଧ୍ଯାରେ ‘ଶିିିଶିର ସରସ’ ମଜା: ଆକର୍ଷଣରେ ମାଛ ଆଚାର ଓ କରୋନା ଚଟଣି

The Sakala Picture
Published On

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓର୍‌ମାସ୍ ଆନୁକୂଲ୍ୟରେ ଗ୍ରାମୀଣ କାରିଗର ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ନିମନ୍ତେ ପ୍ରଦର୍ଶନୀ ପଡ଼ିଆ ଠାରେ ଚାଲିଥିବା ଶିଶିର ସରସ-୨୦୨୦ର ଆଜି ଥିଲା ୪ର୍ଥ ଦିବସ । କରୋନ କଟକଣା ମଧ୍ୟରେ ବି ଯେମିତି ଭିଡ଼ ଜମୁଛି, ବ୍ୟବସାୟ ମଧ୍ୟ ଭଲ ଚାଲିଛି। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଘରକରଣା ଜିନିଷଠାରୁ ଆରମ୍ଭ କରି ଘରସଜା ସାମଗ୍ରୀ […]

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓର୍‌ମାସ୍ ଆନୁକୂଲ୍ୟରେ ଗ୍ରାମୀଣ କାରିଗର ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ନିମନ୍ତେ ପ୍ରଦର୍ଶନୀ ପଡ଼ିଆ ଠାରେ ଚାଲିଥିବା ଶିଶିର ସରସ-୨୦୨୦ର ଆଜି ଥିଲା ୪ର୍ଥ ଦିବସ । କରୋନ କଟକଣା ମଧ୍ୟରେ ବି ଯେମିତି ଭିଡ଼ ଜମୁଛି, ବ୍ୟବସାୟ ମଧ୍ୟ ଭଲ ଚାଲିଛି। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଘରକରଣା ଜିନିଷଠାରୁ ଆରମ୍ଭ କରି ଘରସଜା ସାମଗ୍ରୀ ବିକ୍ରି ହେଉଛି। କଟକଣା ମଧ୍ୟରେ ଶୀତୁଆ ସନ୍ଧ୍ୟାରେ କିଣାକିଣିର ବେଶ୍ ମଜା ନେଉଛନ୍ତି ରାଜଧାନୀବାସୀ। ୩ଦିନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି ଶିଶିର ସରସ ମେଳାରେ ବିଶେଷ ଆକର୍ଷଣରେ ମାଛ ଆଚାର ଓ କରୋନା ଚଟଣି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ମେଳା ପରିସରରେ କର୍ଣ୍ଣାଟକରୁ ଆସିଥିବା ମାଛ ଆଚାର କିଣିବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ସଜ ମାଛରେ ବିଭିନ୍ନ ରକମର ମସଲା ଏବଂ ତେଲ ଦେଇ ଏହି ଆଚାର ପ୍ରସ୍ତୁତ କରାଯାଇଛି। କର୍ଣ୍ଣାଟକର ସଞ୍ଜିବନୀ ଏସ୍ଏଚ୍‌ଜିର ମହିଳାମାନେ ଏଭଳି ନିଆରା ଆଚାର ପ୍ରସ୍ତୁତ କରି ମେଳାକୁ ଆଣିଛନ୍ତି। ଯାହାର ଦାମ୍ ରହିଛି ମାତ୍ର ୨୦ ଟଙ୍କା । ସେହିପରି ଥଣ୍ଡା, ଜ୍ୱରରୁ ମୁକ୍ତି ପାଇବା ପାଇଁ ଭିନ୍ନଧରଣର କରୋନା ଚଟଣି ପ୍ରସ୍ତୁତ କରାଯାଇଛି। ଅଦା, ଲଙ୍କା, ଗୋଲମରିଚ ଆଦିଭଳି ବିଭିନ୍ନ ମସଲାକୁ ମିଶାଇ ଏହି କରୋନା ଚଟଣି ତିଆରି କରାଯାଇଥିବା ଗୋଷ୍ଠୀର ସଦସ୍ୟା ଯଶୋଦା ଓ ସୁଦା କହିଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଏଭଳି ମାଛ ଆଚାର ରାଜଧାନୀବାସୀଙ୍କ ପାଇଁ ନୂଆ ହୋଇଥିବାରୁ ସମସ୍ତେ ଖୋଜିଖୋଜି ଆସି ଏହି ଷ୍ଟଲରୁ ଆଚାର କିଣୁଛନ୍ତି । ଆମ୍ବ, ଲଙ୍କା, କୋଳି ଆଚାର ଭଳି ମାଛ ଆଚାରର ମଧ୍ୟ ସ୍ବାଦ ନେଉଛନ୍ତି ସହରବାସୀ । ଏହାବ୍ୟତୀତ ପଣସ ପାମ୍ପଡ଼ କିଣିବା ପାଇଁ ମଧ୍ୟ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। କଞ୍ଚା ପଣସରୁ ଏଭଳି ନିଆରା ପାମ୍ପଡ଼ ପ୍ରସ୍ତୁତ କରାଯାଇଥିବାରୁ କର୍ଣ୍ଣାଟକର ଏହି ଷ୍ଟଲରେ ଭିଡ଼ ଜମୁଛି । ପ୍ରତି ୫ ପିସ୍ ପାମ୍ପଡ଼ର ୨୦ଟଙ୍କା ରହିଛି । ବିଭିନ୍ନ ରାଜ୍ୟର ଦେଶୀ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ମେଳାକୁ ଦର୍ଶକ ଆସୁଛନ୍ତି। କେବଳ ସେତିକି ନୁହେଁ, ଗୋଷ୍ଠୀଙ୍କ ଦ୍ବାରା ହାତ ତିଆରି ନଡ଼ିଆ, ଅଦା ଜୁସ୍ ମଧ୍ୟ ବେଶ୍ ଚାହିଦା ରହିଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର