ଘରୋଇ ହସ୍ପିଟାଲରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ଉପଯୋଗିତା ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର

The Sakala Picture
Published On

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଅନୁବନ୍ଧିତ ବେସରକରୀ ହସ୍‌ପିଟାଲ ଗୁଡିକରେ ରାଜ୍ୟର ଗରିବ ରୋଗୀଙ୍କର କିପରି ହେଉଛି ଚିକିତ୍ସା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ମିଳିଥିବା ସ୍ମାର୍ଟ କାର୍ଡ ଦ୍ବାରା ସେମାନେ ବ୍ୟବବହୁଳ ଚିକିତ୍ସା ସେବା ମାଗଣାରେ ପାଇପାରୁଛନ୍ତି କି ନାହିଁ। ସେମାନଙ୍କୁ ବେସରକାରୀ ମେଡିକାଲରେ କିପରି ଚିକିତ୍ସା କରାଯାଇଛି ।  ଚିକିତ୍ସା ପାଇଁ ମେଡିକାଲ ପକ୍ଷରୁ ତାଙ୍କୁ ଅର୍ଥ ମଗାଯାଇଛି କି। ଏସବୁର ତଦାରଖ କରିବା ପାଇଁ ଗୋଟିଏ ଦିନ […]

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଅନୁବନ୍ଧିତ ବେସରକରୀ ହସ୍‌ପିଟାଲ ଗୁଡିକରେ ରାଜ୍ୟର ଗରିବ ରୋଗୀଙ୍କର କିପରି ହେଉଛି ଚିକିତ୍ସା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ମିଳିଥିବା ସ୍ମାର୍ଟ କାର୍ଡ ଦ୍ବାରା ସେମାନେ ବ୍ୟବବହୁଳ ଚିକିତ୍ସା ସେବା ମାଗଣାରେ ପାଇପାରୁଛନ୍ତି କି ନାହିଁ। ସେମାନଙ୍କୁ ବେସରକାରୀ ମେଡିକାଲରେ କିପରି ଚିକିତ୍ସା କରାଯାଇଛି ।  ଚିକିତ୍ସା ପାଇଁ ମେଡିକାଲ ପକ୍ଷରୁ ତାଙ୍କୁ ଅର୍ଥ ମଗାଯାଇଛି କି। ଏସବୁର ତଦାରଖ କରିବା ପାଇଁ ଗୋଟିଏ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ନିର୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ମିଳିବା ପରେ ଆଜି ହଠାତ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ପହଞ୍ଚି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ତଦାରଖ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ମେଡିକାଲରେ ହଠାତ ପହଞ୍ଚି ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀ ଏବଂ ସେମାନଙ୍କୁ ସମ୍ପର୍କୀୟଙ୍କୁ ଭେଟିଛନ୍ତି। ରୋଗୀମାନଙ୍କ ନିକଟକୁ ଯାଇ କିପରି ଚିକିତ୍ସା ହେଉଛି।ଚିକତ୍ସା ବ୍ୟବସ୍ଥାରେ ସେମାନେ ସନ୍ତୁଷ୍ଟ କି ନାହିଁ। ଚିକିତ୍ସା ପାଇଁ କେହି ଟଙ୍କା ଦାବି କରୁଛନ୍ତି କି? ଏସବୁ କଥା ରୋଗୀମାନଙ୍କ ଠାରୁ ପଚାରି ବୁଝିଥିଲେ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ରୋଗୀମାନଙ୍କୁ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ମେଡିକାଲରେ ଭେଟିବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ଯେ ଏହି ଘରୋଇ ହସ୍ପିଟାଲରେ ରାଜ୍ୟ ର କଳାହାଣ୍ଡି, ଗଞ୍ଜାମ, ବରଗଡ଼, ଯାଜପୁର ଏବଂ ଖୋର୍ଦ୍ଧା ଅଞ୍ଚଳର ରୋଗୀମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଚିକିତ୍ସା ପାଇଁ ଆଡମିଟ ହୋଇଛନ୍ତି। ସମସ୍ତଙ୍କର BSKY CARD ଦ୍ୱାରା ମାଗଣାରେ ଚିକିତ୍ସା କରାଯାଉଛି। ଚିକିତ୍ସା ନେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ସନ୍ତୁଷ୍ଟ ଅଛନ୍ତି।

ସୂଚନାଯୋଗ୍ୟ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି.ଏସ୍‌.କେ.ୱାଇ ଯୋଜନାର ସଫଳ କାର୍ଯ୍ୟକାରୀତା ପାଇଁ ଜିଲ୍ଲାପାଳ ଓ ଏସ୍‌.ପି ମାନେ ବେସରକାରୀ ହସ୍‌ପିଟାଲ ଗୁଡିକର ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ମୁଖ୍ରମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିକହିଥିଲେ ଯେ ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା। ସ୍ମାର୍ଟ ହେଲ୍‌ଥ କାର୍ଡ ଗୁଡିକର ସୂଚାରୁ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗ ଓ ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଏହି ଯୋଜନା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବହୁତ ପ୍ରଭାବ ରହିଛି । ଏହି କାର୍ଯ୍ୟକ୍ରମରେ ଅନୁବନ୍ଧିତ ବେସରକରୀ ହସ୍‌ପିଟାଲ ଗୁଡିକରେ ଯୋଜନାର କାର୍ଯ୍ୟାନ୍ବୟନ ସଂପର୍କରେ ନିୟମିତ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର