ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ: ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ୱୋଧିତ କରିବେ ନବୀନ

The Sakala Picture
Published On

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଜନସେବାର ଜୟଯାତ୍ରାରେ ଆଉ ଏକବର୍ଷ ଅତିକ୍ରମ କରିବାକୁ ଯାଉଛି ବିଜେଡି । ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ବ୍ଲକସ୍ତରରେ ମଧ୍ୟ ବ୍ୟାପକ ଆୟୋଜନ କରାଯାଇଛି । ବ୍ଲକସ୍ତରରେ ଦଳର ସମସ୍ତ ପ୍ରତିନିଧି, ଯୁବ, […]

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଜନସେବାର ଜୟଯାତ୍ରାରେ ଆଉ ଏକବର୍ଷ ଅତିକ୍ରମ କରିବାକୁ ଯାଉଛି ବିଜେଡି । ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ବ୍ଲକସ୍ତରରେ ମଧ୍ୟ ବ୍ୟାପକ ଆୟୋଜନ କରାଯାଇଛି । ବ୍ଲକସ୍ତରରେ ଦଳର ସମସ୍ତ ପ୍ରତିନିଧି, ଯୁବ, ଛାତ୍ର, ମହିଳା ଓ କମିଟିର ସମସ୍ତ ସଦସ୍ୟ, ବ୍ଲକ ସଂଯୋଜକ, ଜୋନ୍ ସଂଯୋଜକ ପ୍ରମୁଖ ଉପସ୍ଥିତ ରହିବେ । ଏଥି ସହ ୨୫ ଜଣ ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସମସ୍ତ ସକ୍ରିୟ ସଭ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହେବେ । ପ୍ରତିଷ୍ଠା ଦିବସରେ ଗାଁକୁ ଯିବେ ଦଳର କର୍ମୀ ଓ ନେତା । ସୁଶାସନ ଓ ଜନକଲ୍ୟାଣକାରୀ ଯୋଜନାର ଯେଉଁ ମାଇଲଖୁଣ୍ଟ ରାଜ୍ୟ ସରକାର ସ୍ଥାପନ କରିଛନ୍ତି, ତା’ର ସମୀକ୍ଷା ସହ ନୂଆ ବୈଷୟିକ ଜ୍ଞାନ କୌଶଳରେ ସେବା ପ୍ରଦାନ ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ ହେବ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

୨୫ ବର୍ଷର ଦୀର୍ଘ ଯାତ୍ରା ପଥରେ ଦଳ ଅନେକ ସମୟରେ ଅନେକ ଅସମଞ୍ଜସ୍ୟ ପରିସ୍ଥିତି ସମ୍ମୁଖୀନ ହୋଇଛି। ରାଜନୈତିକ ବାଦବିବାଦ ଓ ବିରୋଧୀଙ୍କ ଘାତ ପ୍ରତିଘାତ ସତ୍ୱେ ବିଜେଡି ରାଜ୍ୟର ଶୀର୍ଷ ଓ ଅପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳରେ ପରିଣତ ହୋଇଛି। ସଂଖ୍ୟାଧିକ ମତଦାତା ବିଜେଡିକୁ ନିରବଚ୍ଛିନ୍ନ ଭାବରେ ସମର୍ଥନ ଦେଇ ଦଳକୁ କ୍ରମାନ୍ୱୟରେ ୫ମଥର କ୍ଷମତାସୀନ କରାଇଛନ୍ତି। ବିଜେଡି ଏକ ରାଜନୈତିକ ଦଳ ଅପେକ୍ଷା ଏକ ଅନୁଷ୍ଠାନରେ ଏବଂ ଏହାର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ‘ବ୍ରାଣ୍ଡ’ରେ ପରିଣତ ହୋଇଛନ୍ତି। ରାଜ୍ୟବାସୀଙ୍କୁ ନିଜ ପରିବାରର ସଦସ୍ୟ ଭାବରେ ଗ୍ରହଣ କରି ସେମାନଙ୍କ ସ୍ୱାର୍ଥସାଧନ ସହ ରାଜ୍ୟର ସ୍ୱାର୍ଥ ନିମନ୍ତେ କେନ୍ଦ୍ର ସହ ଲଢ଼ିବାକୁ ନବୀନଙ୍କ ଆହ୍ୱାନକୁ ବୀଜମନ୍ତ୍ର ଭାବରେ ଗ୍ରହଣ କରିଛି ବିଜେଡି। ସମାଜର ଶେଷସ୍ଥାନରେ ଥିବା ଗରିବ ଲୋକଟିର ବିକାଶ ପାଇଁ କାର୍ଯ୍ୟ କରିବାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ଆହ୍ୱାନକୁ କାର୍ଯ୍ୟକାରୀ କରିବା ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଶତବାର୍ଷିକୀ ପାଳନ ବେଳକୁ ଓଡ଼ିଶାକୁ ଦେଶର ଶୀର୍ଷ ରାଜ୍ୟରେ ପରିଣତ କରିବାକୁ ନବୀନଙ୍କ ପ୍ରତିବଦ୍ଧତାକୁ ସାକାର କରିବାକୁ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଆଗଭର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଓଡ଼ିଶାର ବିକାଶ, ଓଡ଼ିଆଙ୍କ ଉନ୍ନତି, ଓଡ଼ିଆ ଅସ୍ମିତାର ସୁରକ୍ଷା, ମହିଳା ସଶକ୍ତିକରଣ ନିମନ୍ତେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ସାକାର କରିବାକୁ ବିଜେଡ଼ି ଲକ୍ଷ୍ୟ ରଖିଛି। ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ଜାତି ସମଗ୍ର ବିଶ୍ୱରେ ସମ୍ମାନର ସହ ମୁଣ୍ଡ ଟେକି ଠିଆ ହେବ ବୋଲି ବିଜୁ ସ୍ୱପ୍ନ ଦେଖିଥିଲେ ତାହାକୁ କାର୍ଯ୍ୟକାରୀ କରିବା ଏବେ ବିଜୁ ଜନତା ଦଳର ଦାୟିତ୍ୱ ହୋଇଛି। ଯେଉଁଥିପାଇଁ ଦୁଇ ଦଶନ୍ଧି ତଳେ ଏକ ଆର୍ଥିକ ଦୁଃସ୍ଥିତି, ନିଃସମ୍ବଳ ରାଜ୍ୟ ଭାବରେ ପରିଚିତ ଓଡ଼ିଶା ଆଜି ସାରା ଦେଶରେ ସମ୍ମାନର ସହ ମୁଣ୍ଡଟେକି ଠିଆ ହୋଇ ପାରିଛି। ଅନାହାର ମୃତ୍ୟୁର ପର୍ଯ୍ୟଟନସ୍ଥଳ କଳାହାଣ୍ଡି ଆଜି ଦେଶର ଧାନକ୍ଷେତରେ ପରିଣତ ହୋଇଛି। ମହାବାତ୍ୟା ବିଧ୍ୱସ୍ତ ଓଡ଼ିଶା ଏବେ ଦେଶର ପୁଞ୍ଜିନିବେଶର ପେଣ୍ଠ ପାଲଟିଛି। ବନ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ସତ୍ୱେ ନିରନ୍ତର ବିକାଶ କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରଠାରୁ ଉଚ୍ଚସ୍ତରରେ ପହଞ୍ଚିଛି। ରାଜ୍ୟବାସୀଙ୍କ ଆୟ ବୃଦ୍ଧି ଜାତୀୟ ହାରକୁ ଅତିକ୍ରମ କରିଛି। ବିଭିନ୍ନ ସମୟରେ କେନ୍ଦ୍ରୀୟ ଅବହେଳା, ଅନୁଦାନ ହ୍ରାସ, ଯୋଜନାର ଅଂଶ ହ୍ରାସ ସତ୍ୱେ ଗତ ୨୧ ବର୍ଷ ମଧ୍ୟରେ ନବୀନଙ୍କ ନେତୃତ୍ୱାଧୀନ ବିଜେଡି ସରକାର ପାଖାପାଖି ୧୦୦ଟି ନିଜସ୍ୱ ଯୋଜନା ପ୍ରଣୟନ କରିଛି। ଏଥିରେ ସମାଜର ତଳସ୍ତରର ଲୋକମାନେ ଉପକୃତ ହୋଇଛନ୍ତି। ୭୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସକ୍ଷମ ହୋଇ ପାରିଛି।

ସ୍ୱତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ଦାବିକୁ କେନ୍ଦ୍ର ସରକାର ଏଯାଏ ଗ୍ରହଣ କରିପାରି ନାହାନ୍ତି। ରେଳବିକାଶ କ୍ଷେତ୍ରରେ ଓଡ଼ିଶା ପଡ଼ୋଶୀ ରାଜ୍ୟଠାରୁ ପଛୁଆ, ଜାତୀୟ ରାଜପଥ, ଟେଲିକମ୍‍ ସଂଯୋଗ, ବ୍ୟାଙ୍କ ସେବା ଆଦି କ୍ଷେତ୍ରରେ ଓଡ଼ିଶା କେନ୍ଦ୍ରଠାରୁ ଉପଯୁକ୍ତ ସହଯୋଗ ପାଉନାହିଁ। ଉପକୂଳ ରାଜପଥ, ଅର୍ଥନୈତିକ କରିଡ଼ର, କୋଇଲା ରାଜଭାଗ କ୍ଷେତ୍ରରେ ଓଡ଼ିଶା ନିରନ୍ତର ଅବହେଳାର ଶିକାର ହୋଇଛି। ଏହା ସତ୍ତ୍ବେ ସଂଘୀୟ ବ୍ୟବସ୍ଥାରେ ରହିଥିବା ଭାଗିଦାରିତାରୁ ବିଜେଡି ସରକାର କେବେ ବି ଓହରି ନାହିଁ। ମହାମାରୀ ସମୟରେ ସାରା ଦେଶକୁ ଅକ୍ସିଜେନ ଯୋଗାଣଠାରୁ ଆରମ୍ଭ କରି ମହାମାରୀ ପ୍ରପୀଡ଼ିତ ଲୋକଙ୍କୁ ମାଗଣା ଟିକା ଯୋଗାଣ, ସ୍ୱଚ୍ଛ ଟିକସରେ ଅଂଶ ଆଦି କ୍ଷେତ୍ରରେ ବିଜେଡି ସରକାର ସାରା ଦେଶକୁ କେନ୍ଦ୍ର ନିକଟରେ ପ୍ରତିନିଧିତ୍ୱ କରିଛି। ଏଥିପାଇଁ ଜାତୀୟ ରାଜନୀତିରେ ବିଜେଡି ଏକ ଦୃଢ଼ ଶକ୍ତି ଭାବରେ ଉଭା ହୋଇଛି। ରାଜ୍ୟରେ ଦଳ ପ୍ରତି ଲୋକଙ୍କ ସମର୍ଥନ ପ୍ରତି ନିର୍ବାଚନରେ ବୃଦ୍ଧି ପାଇବାରେ ଲାଗିଛି। ଭୋଟ ହାର ବଢ଼଼ିବାରେ ଲାଗିଛି, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ରାଜ୍ୟବାସୀ ଅଜାଡ଼ି ଦେଇଛନ୍ତି ଅକୁଣ୍ଠ ଭଲ ପାଇବା। ସଙ୍ଗଠନ ବଢ଼଼ାଇଛି ଦଳର ଆତ୍ମବିଶ୍ୱାସ, ଶୃଙ୍ଖଳା ଓ ଅନୁଶାସନ ଦଳକୁ କରିଛି ଅଧିକ ମଜବୁତ।

ଏହି ପରିପ୍ରେକ୍ଷୀରେ ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ପଞ୍ଚାୟତ ନିର୍ବାଚନ, ଏହା ପରେ ପୌର ନିର୍ବାଚନ ହେବା ଆପାତତଃ ଚୂଡ଼ାନ୍ତ। ଏହାର ଠିକ୍‍ ଦୁଇ ବର୍ଷ ପରେ ବିଧାନସଭା ଓ ସାଧାରଣ ନିର୍ବାଚନ। ଗତ ଦୁଇ ଦଶନ୍ଧି ଧରି ଅପରାଜେୟ ରହିଥିବା ବିଜେଡି ଏହି ନିର୍ବାଚନଗୁଡ଼ିକରେ କିପରି ପ୍ରଦର୍ଶନ କରିବ ତାହା ଉପରେ ଏବେ ସମସ୍ତଙ୍କର ଦୃଷ୍ଟି। କ୍ରମାଗତ ବିଜୟ ଦଳ ଓ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ଗଭୀର ଆତ୍ମପ୍ରତ୍ୟୟ ସୃଷ୍ଟି କରିଛି। ଗତ ଦଶନ୍ଧି ମଧ୍ୟରେ କୌଣସି ଉପନିର୍ବାଚନରେ ଦଳ ପରାଜିତ ହୋଇ ନାହିଁ, ପକ୍ଷାନ୍ତରେ ବିରୋଧୀଙ୍କ ସତ୍ତା ଲୋପ କରିବାକୁ ସମର୍ଥ ହୋଇଛି। ନବୀନଙ୍କ ବଳିଷ୍ଠ ନେତୃତ୍ୱ ଓ ସ୍ୱଚ୍ଛ ଭାବମୂର୍ତ୍ତି ହେଉଛି ଦଳର ପୁଞ୍ଜି। ସାଧାରଣ ଲୋକଙ୍କ ସହ ଯୋଡ଼ି ହେବା, ସେମାନଙ୍କୁ ସେବା ଯୋଗାଇବା, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ତଳସ୍ତରରେ ପହଞ୍ଚାଇବାକୁ ନବୀନ ଆହ୍ୱାନ ଦେଇଛନ୍ତି; ଯାହା ଦଳକୁ ଅଧିକ ଜନାଦୃତ କରିଛି।

ଏହି ପରିପ୍ରେକ୍ଷୀରେ ସଙ୍ଗଠନକୁ ଅଧିକ ସବଳ ଓ ସକ୍ରିୟ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଦଳରେ ସାଙ୍ଗଠନିକ ସମ୍ପାଦକ ପଦ ସୃଷ୍ଟି ଏହାର ଏକ ଅଂଶବିଶେଷ। ଯାହାର ପରିଣତି ଅତୀତରେ ଦେଖିବାକୁ ମିଳିଛି। ବିଭିନ୍ନ ନିର୍ବାଚନରେ ଦଳକୁ ବିପୁଳ ସଫଳତା ମିଳିଛି। ଉପନିର୍ବାଚନଗୁଡ଼ିକରେ ଦଳ ଉପରେ ଲୋକମାନେ ଆସ୍ଥା ସ୍ଥାପନ କରିଛନ୍ତି। ଅନ୍ୟ ଦଳର ନେତାମାନଙ୍କ ପାଇଁ ବିଜେଡି ପ୍ରବେଶ ଏକ ଆବେଗ ପାଲଟିଛି। ଆଉ ଏହି ପରିପ୍ରେକ୍ଷୀରେ ଭବିଷ୍ୟତ ପାଇଁ ଆରମ୍ଭ ହୋଇଛି ଦଳୀୟ ପ୍ରସ୍ତୁତି। ଦଳରେ ଦ୍ୱିତୀୟ ପିଢ଼ି ସୃଷ୍ଟି ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନେତୃତ୍ୱ ସମ୍ମେଳନ ଆୟୋଜନ କରି ଛାତ୍ର, ଯୁବକ ଓ ମହିଳାମାନଙ୍କୁ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରିବା ପାଇଁ ପଥ ପ୍ରସ୍ତୁତ କରାଯାଇଛି। ଯାହାକି ଦଳକୁ ସଶକ୍ତ କରିଛି। ଆହ୍ୱାନର ମୁକାବିଲା କରୁକରୁ ଦଳୀୟ ନେତାମାନେ ପ୍ରବୀଣ ହୋଇଛନ୍ତି, ଦଳ ସବଳ ହୋଇପାରିଛି।

26 Dec 2021 By The Sakala

https://www.thesakala.in/latest-odisha-news/25th-foundation-day-of-bjd-today/article-7891
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର