ସକାଳ ପ୍ରତିନିଧି ଓ ବିତରକଙ୍କ ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ

The Sakala Picture
Published On

ବାରିପଦା : ଶୁକ୍ରବାର ବାରିପଦା ଷ୍ଟାଡ଼ିୟମ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ‘ସକାଳ’ର ବିତରକ, ଏଜେଣ୍ଟ ଓ ବ୍ଲକ ପ୍ରତିନିଧି ମାନଙ୍କୁ ନେଇ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ସକାଳ’ର ବ୍ୟୁରୋ ମୁଖ୍ୟ ରଣଜିତ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସକାଳ’ ସାଧାରଣ ଜନତାଙ୍କ ସ୍ୱର ବୋଲି କହିଛନ୍ତି। ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାକୁ ପ୍ରଶାସନ ପାଖରେ ପହଞ୍ଚାଇ ସମସ୍ୟା ସମାଧାନ ଓ ନ୍ୟାୟ ପ୍ରଦାନ ପାଇଁ ‘ସକାଳ’ କାର୍ଯ୍ୟ କରିବା ଆରମ୍ଭ […]

ବାରିପଦା : ଶୁକ୍ରବାର ବାରିପଦା ଷ୍ଟାଡ଼ିୟମ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ‘ସକାଳ’ର ବିତରକ, ଏଜେଣ୍ଟ ଓ ବ୍ଲକ ପ୍ରତିନିଧି ମାନଙ୍କୁ ନେଇ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ସକାଳ’ର ବ୍ୟୁରୋ ମୁଖ୍ୟ ରଣଜିତ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସକାଳ’ ସାଧାରଣ ଜନତାଙ୍କ ସ୍ୱର ବୋଲି କହିଛନ୍ତି। ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାକୁ ପ୍ରଶାସନ ପାଖରେ ପହଞ୍ଚାଇ ସମସ୍ୟା ସମାଧାନ ଓ ନ୍ୟାୟ ପ୍ରଦାନ ପାଇଁ ‘ସକାଳ’ କାର୍ଯ୍ୟ କରିବା ଆରମ୍ଭ କରିଛି ବୋଲି କହିଥିଲେ। ପ୍ରସାରଣ ବିଭାଗ ଡିଜିଏମ୍‍ ବିଜୟ କୁମାର ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ‘ସକାଳ’ କାଗଜକୁ ଗୋଟିଏ ବର୍ଷ ଭିତରେ ମିଳିଥିବା ସଫଳତାର ଶ୍ରେୟ ବିତରକ, ଏଜେଣ୍ଟ ଓ ପ୍ରତିନିଧି ମାନଙ୍କ ଦଳଗତ ଚେଷ୍ଟା ପାଇଁ ସମ୍ଭବ ହୋଇଛି ବୋଲିି କହିଥିଲେ। ଖୁବ ଶୀଘ୍ର ପାଣିକୋଇଲି ଠାରେ ଅତ୍ୟାଧୁନିକ ନିଜସ୍ୱ ପ୍ରିଣ୍ଟିଂ ପ୍ରେସରୁ ଉତ୍ତର ଓଡ଼ିଶା ସଂସ୍କରଣର ପ୍ରକାଶ ପାଇବା ପରେ ମୟୂରଭଞ୍ଜ ସମେତ ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ପାଠକଙ୍କ ପାଇଁ ଅଧିକ ଖବର ଓ ସହଳ କାଗଜ ପହଞ୍ଚାଇବା ସହଜ ହୋଇପାରିିବ ବୋଲି ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଅନ୍ୟତମ ଅତିଥି ଭାବରେ ପ୍ରସାରଣ ବିଭାଗର ଏଜିଏମ ପ୍ରଶାନ୍ତ ବିହାରୀ ଖବରକାଗଜର ପ୍ରସାରଣ ବୃଦ୍ଧି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ନନ୍ଦିଘୋଷ ପ୍ରତିନିଧି ରାଧାଶ୍ୟାମ ପ୍ରଧାନ, ଯୁବ ସମାଜସେବୀ ଧୀରେନ କୁମାର ନାୟକ, ବାରିପଦା ଏଜେଣ୍ଟ ବୀରକିଶୋର ପରିଡ଼ା ଓ କରୁଣାକର ବେହେରା ନିଜର ବକ୍ତବ୍ୟ ରଖିଥଲେ। ଉପସ୍ଥିତ ବିତରକ, ଏଜେଣ୍ଟ ଓ ପ୍ରତିନିଧିଗଣ ନିଜ ନିଜ ଅଞ୍ଚଳର ସ୍ଥିତି ସମ୍ପର୍କରେ ବୈଠକରେ ସୂଚନା ପ୍ରଦାନ କରିଥିବା ବେଳେ ‘ସକାଳ’ ଖବରକାଗଜ ପାଇଁ ସମସ୍ତେ ନିଜର ସ୍ୱତନ୍ତ୍ର ପରିଚୟ ଓ ଅଧିକାର ପାଇଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ। ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଫଟୋଚିତ୍ରରେ ଅତିଥିଗଣ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ବାଲେଶ୍ୱର ସଂସ୍କରଣ ବ୍ୟୁରୋ ମୁଖ୍ୟ ଅସୀମ ମହାପାତ୍ର ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ମୃତିରଞ୍ଜନ ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ମନୋଜ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରସାରଣ ବିଭାଗର କାର୍ଯ୍ୟ ନିର୍ବାହୀ ଉମାକାନ୍ତ ମାଝୀ, ଉଦଳା ପ୍ରତିନିଧି ହିମାଦ୍ରୀ ଶେଖର ପାଲ, ରାସଗୋବିନ୍ଦପୁର ପ୍ରତିନିଧି ମହେନ୍ଦ୍ର କୁମାର ସେନାପତି, କରଞ୍ଜିଆ ପ୍ରତିନଧି ସୁରଜ ସିଂ, ଶୁକୃଳି ପ୍ରତିନିଧି ପ୍ରଭାତ କୁମାର ପଣ୍ଡା ଓ ଅନ୍ୟମାନେ ସହଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର