ବିଜେଡି ପ୍ରତିଷ୍ଠାର ପଚିଶି ବର୍ଷରେ କର୍ମୀଙ୍କୁ ନବୀନଙ୍କ ବାର୍ତ୍ତା: ରାଜ୍ୟବାସୀଙ୍କ ଆସ୍ଥା ବଜାୟ ରଖିବା ସହ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କର

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ସହ ରାଜ୍ୟକୁ ବିକାଶ ପଥରେ ନେବା ଲକ୍ଷ୍ୟ ନେଇ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା। ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ବିଜେଡି ଇତି ମଧ୍ୟରେ ୨୪ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ଆସୁଛି। କୌଣସି ରାଜନୈତିକ ଦଳ ପାଇଁ ଏହା ବହୁତ ବଡ଼ ଉପଲବ୍ଧି । ଏହି କ୍ରମରେ ଦଳ ଆଗାମୀ ୨୬ ତାରିଖରେ ଦଳର ୨୫ତମ ପ୍ରତିଷ୍ଠା […]

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ସହ ରାଜ୍ୟକୁ ବିକାଶ ପଥରେ ନେବା ଲକ୍ଷ୍ୟ ନେଇ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା। ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ବିଜେଡି ଇତି ମଧ୍ୟରେ ୨୪ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ଆସୁଛି। କୌଣସି ରାଜନୈତିକ ଦଳ ପାଇଁ ଏହା ବହୁତ ବଡ଼ ଉପଲବ୍ଧି । ଏହି କ୍ରମରେ ଦଳ ଆଗାମୀ ୨୬ ତାରିଖରେ ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ରାଜ୍ୟ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପୂର୍ଣ୍ଣ ପ୍ରାଣରେ ସମର୍ପିତ ସେବା କାର୍ଯ୍ୟ ଜାରି ରଖିବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଜଣାଇଛନ୍ତି। ଦଳୀୟ ନେତା ଓ କର୍ମୀଙ୍କୁ ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ପ୍ରତିଷ୍ଠା ହେବା ପରଠାରୁ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ଆକୁଣ୍ଠ ସମର୍ଥନ ବିଜୁ ଜନତା ଦଳକୁ ମିଳିଛି। ବିଜୁ ବାବୁଙ୍କ ନୀତି ଆଦର୍ଶରେ ଗଠିତ ଏହି ଆଞ୍ଚଳିକ ଦଳ ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛି। ଗାଁରୁ ସହର ସବୁଠି ଜନସେବାରେ ନିୟୋଜିତ ଥିବା ଅଗଣିତ କର୍ମୀଙ୍କ ନିଷ୍ଠା, କଠିନ ଅଧ୍ୟବସାୟ ଓ ତ୍ୟାଗକୁ ପାଥେୟ କରି ବିଜୁ ଜନତା ଦଳ ଆଜି ଲୋକଙ୍କ ଦଳରେ ପରିଣତ ହୋଇଛି ଏବଂ ଆଗକୁ ଅଧିକ ସୁଦୂର ପ୍ରସାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଦଳୀୟ ନେତା ଓ କର୍ମୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି ଯେ ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏହି ଦିନଠାରୁ ବର୍ଷ ତମାମ୍ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ, ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ଆହୁରି ନିକଟତର ହେବା ପାଇଁ ଉଦ୍ୟମ ଜାରି ରହିବ। ଦଳୀୟ ଏକତା ଓ ଶୃଙ୍ଖଳା ବଜାୟ ରଖି ତ୍ୟାଗ ଏବଂ ନିଷ୍ଠାର ସହିତ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ପୂର୍ଣ୍ଣ ପ୍ରାଣରେ ସମର୍ପିତ କରିବା ହିଁ ଏହି ପ୍ରତିଷ୍ଠା ଦିବସର ଆମର ଆଗାମୀ କାଲି ପାଇଁ ଦଳୀୟ କାର୍ଯ୍ୟକ୍ରମର ଖସଡ଼ା ହେବ। ଏହି ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କର ଆମ ଉପରେ ରହିଥିବା ଆସ୍ଥା ବଜାୟ ରଖିବା ସହିତ ଜନସେବାକୁ ଆମ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଉଭୟ ବ୍ଲକ୍‌ ଏବଂ ସହରାଞ୍ଚଳରେ ପାଳନ ହେବ ବିଜେଡିର ପ୍ରତିଷ୍ଠା ଦିବସ । ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି, ଯୁବ, ଛାତ୍ର, ମହିଳା, ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ । କୋଭିଡ୍‌ ନିୟମରେ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଭୁବନେଶ୍ୱରରୁ ଅପରାହ୍ଣ ୪ଟା ୩୦ରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା ଦ୍ୱାରା ଲୋକଙ୍କ ନିକଟତର ହେବା ବିଜେଡି ପ୍ରତିଷ୍ଠା ଦିବସର ଲକ୍ଷ୍ୟ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

21 Dec 2021 By The Sakala

ବିଜେଡି ପ୍ରତିଷ୍ଠାର ପଚିଶି ବର୍ଷରେ କର୍ମୀଙ୍କୁ ନବୀନଙ୍କ ବାର୍ତ୍ତା: ରାଜ୍ୟବାସୀଙ୍କ ଆସ୍ଥା ବଜାୟ ରଖିବା ସହ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କର

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ସହ ରାଜ୍ୟକୁ ବିକାଶ ପଥରେ ନେବା ଲକ୍ଷ୍ୟ ନେଇ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା। ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ବିଜେଡି ଇତି ମଧ୍ୟରେ ୨୪ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ଆସୁଛି। କୌଣସି ରାଜନୈତିକ ଦଳ ପାଇଁ ଏହା ବହୁତ ବଡ଼ ଉପଲବ୍ଧି । ଏହି କ୍ରମରେ ଦଳ ଆଗାମୀ ୨୬ ତାରିଖରେ ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ରାଜ୍ୟ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପୂର୍ଣ୍ଣ ପ୍ରାଣରେ ସମର୍ପିତ ସେବା କାର୍ଯ୍ୟ ଜାରି ରଖିବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଜଣାଇଛନ୍ତି। ଦଳୀୟ ନେତା ଓ କର୍ମୀଙ୍କୁ ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ପ୍ରତିଷ୍ଠା ହେବା ପରଠାରୁ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ଆକୁଣ୍ଠ ସମର୍ଥନ ବିଜୁ ଜନତା ଦଳକୁ ମିଳିଛି। ବିଜୁ ବାବୁଙ୍କ ନୀତି ଆଦର୍ଶରେ ଗଠିତ ଏହି ଆଞ୍ଚଳିକ ଦଳ ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛି। ଗାଁରୁ ସହର ସବୁଠି ଜନସେବାରେ ନିୟୋଜିତ ଥିବା ଅଗଣିତ କର୍ମୀଙ୍କ ନିଷ୍ଠା, କଠିନ ଅଧ୍ୟବସାୟ ଓ ତ୍ୟାଗକୁ ପାଥେୟ କରି ବିଜୁ ଜନତା ଦଳ ଆଜି ଲୋକଙ୍କ ଦଳରେ ପରିଣତ ହୋଇଛି ଏବଂ ଆଗକୁ ଅଧିକ ସୁଦୂର ପ୍ରସାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଦଳୀୟ ନେତା ଓ କର୍ମୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି ଯେ ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏହି ଦିନଠାରୁ ବର୍ଷ ତମାମ୍ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ, ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ଆହୁରି ନିକଟତର ହେବା ପାଇଁ ଉଦ୍ୟମ ଜାରି ରହିବ। ଦଳୀୟ ଏକତା ଓ ଶୃଙ୍ଖଳା ବଜାୟ ରଖି ତ୍ୟାଗ ଏବଂ ନିଷ୍ଠାର ସହିତ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ପୂର୍ଣ୍ଣ ପ୍ରାଣରେ ସମର୍ପିତ କରିବା ହିଁ ଏହି ପ୍ରତିଷ୍ଠା ଦିବସର ଆମର ଆଗାମୀ କାଲି ପାଇଁ ଦଳୀୟ କାର୍ଯ୍ୟକ୍ରମର ଖସଡ଼ା ହେବ। ଏହି ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କର ଆମ ଉପରେ ରହିଥିବା ଆସ୍ଥା ବଜାୟ ରଖିବା ସହିତ ଜନସେବାକୁ ଆମ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଉଭୟ ବ୍ଲକ୍‌ ଏବଂ ସହରାଞ୍ଚଳରେ ପାଳନ ହେବ ବିଜେଡିର ପ୍ରତିଷ୍ଠା ଦିବସ । ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି, ଯୁବ, ଛାତ୍ର, ମହିଳା, ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ । କୋଭିଡ୍‌ ନିୟମରେ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଭୁବନେଶ୍ୱରରୁ ଅପରାହ୍ଣ ୪ଟା ୩୦ରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା ଦ୍ୱାରା ଲୋକଙ୍କ ନିକଟତର ହେବା ବିଜେଡି ପ୍ରତିଷ୍ଠା ଦିବସର ଲକ୍ଷ୍ୟ ।

https://www.thesakala.in/latest-odisha-news/naveen-patnaiks-message-to-party-worker-amid-of-bjd-anniversary/article-7769
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp