ବିଜେଡିରେ ଯୋଗ ଦେଲେ ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂୂର୍ବତନ ସଭାପତି କରମଚାନ୍ଦ ମହାନ୍ତି

The Sakala Picture
Published On

ସୋନପୁର: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି। ବିଜୁ ଜନତା ଦଳର ଆଭିମୁଖ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି  ସୁବର୍ଣ୍ଣପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପୂୂର୍ବତନ ସଭାପତି କରମଚାନ୍ଦ ମହାନ୍ତି ଆଜି ବିଜେପି ଛାଡ଼ି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । ପୂର୍ବରୁ ସେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ହାରିଥିଲେ । ଏହାପରେ ବିଜେପିରେ ମିଶିଥିଲେ । ଆଜି କରମଚାନ୍ଦ ମହାନ୍ତି ତାଙ୍କ ସମର୍ଥକଙ୍କ […]

ସୋନପୁର: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି। ବିଜୁ ଜନତା ଦଳର ଆଭିମୁଖ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି  ସୁବର୍ଣ୍ଣପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପୂୂର୍ବତନ ସଭାପତି କରମଚାନ୍ଦ ମହାନ୍ତି ଆଜି ବିଜେପି ଛାଡ଼ି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । ପୂର୍ବରୁ ସେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ହାରିଥିଲେ । ଏହାପରେ ବିଜେପିରେ ମିଶିଥିଲେ । ଆଜି କରମଚାନ୍ଦ ମହାନ୍ତି ତାଙ୍କ ସମର୍ଥକଙ୍କ ସହ  ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ବରରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସୋନପୁର ବିଧାୟକ ତଥା ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀ ପ୍ରମୁଖ ତାଙ୍କୁ ସ୍ବାଗତ କରିଛନ୍ତି । କରମଚାନ୍ଦ ମହାନ୍ତି ଦଳ ପାଇଁ ଭଲ କାମ କରିବା ସହ ତାଙ୍କର ଉପସ୍ଥିତି ସୋନପୁର ବିଜେଡିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର