ପାଣିରେ ବୁଡିଲା ପାଚିଲା ଧାନର ସୁନାକ୍ଷେତ, ଚାଷୀ ମୁଣ୍ଡରେ ଚଡକ

The Sakala Picture
Published On

ମହାକାଳପଡା: ୩ ଦିନ ଧରି ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷା ଚାଷୀକୂଳ ମୁଣ୍ଡରେ ଚଡକ ପକାଇଛି । ବାତ୍ୟା ଜୱାଦ୍ ଛଡାଇ ନେଇଛି ଚାଷୀ ମୁହଁରୁ ହସ ଆଉ ବର୍ଷକର ଦାନା । ପାଣିରେ ବୁଡିଯାଇଛି ପାଚିଲା ଧାନର ସୁନା କ୍ଷେତ । ବିହନ ବୁଣିବା ଠାରୁ ଆରମ୍ଭ କରି ହଳକରି ତଳି ରୁଆ ଉପରା କରିବା, ଘାସ ବାଛିବା, ସାର ପକାଇ ଧାନ ଗଛ ଗୁଡିକୁ ବଡ କରିସାରିବା ପରେ ଧାନ ଗଛରେ ଧାନର […]

ମହାକାଳପଡା: ୩ ଦିନ ଧରି ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷା ଚାଷୀକୂଳ ମୁଣ୍ଡରେ ଚଡକ ପକାଇଛି । ବାତ୍ୟା ଜୱାଦ୍ ଛଡାଇ ନେଇଛି ଚାଷୀ ମୁହଁରୁ ହସ ଆଉ ବର୍ଷକର ଦାନା । ପାଣିରେ ବୁଡିଯାଇଛି ପାଚିଲା ଧାନର ସୁନା କ୍ଷେତ । ବିହନ ବୁଣିବା ଠାରୁ ଆରମ୍ଭ କରି ହଳକରି ତଳି ରୁଆ ଉପରା କରିବା, ଘାସ ବାଛିବା, ସାର ପକାଇ ଧାନ ଗଛ ଗୁଡିକୁ ବଡ କରିସାରିବା ପରେ ଧାନ ଗଛରେ ଧାନର କେଣ୍ଡା ବାହାରି ତାହା ପାକଳ ହୋଇ ଅମଳ ଯୋଗ୍ୟ ହୋଇସାରିଥିଲା । ଧାନ ଗଛରେ ଧାନ କେଣ୍ଡା ପାଚିବା ଫଳରେ ସବୁଜ କ୍ଷେତ ନିଜର ରଙ୍ଗ ବଦଳାଇ ସୁନାର ରଙ୍ଗ ହୋଇ ସାରିଥିଲା । ଦିନ କେଇଟା ପରେ ଧାନ ଅମଳ କରି ଖଳାକୁ ଆଣି ସେଥିରୁ ବର୍ଷକର ଦାନା ସଂଚୟ କରିବା ସହିତ ଅବଶିଷ୍ଟକୁ ବିକ୍ରି କରି ସମବାୟ ସମିତି ଆଉ ବ୍ୟାଙ୍କରୁ କରିଥିବା ଋଣ ପରିଷୋଧ କରିଥାନ୍ତେ । ମାତ୍ର ବାତ୍ୟା ଜୱାଦ୍ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଚାଷୀ ମୁଣ୍ଡରେ ଚଡକ ପକାଇଛି । ବାତ୍ୟା ଜନିତ ବର୍ଷାରେ ପାଚିଲା ଧାନବିଲରେ ପାଣି ଲହଡ଼ି ମାରୁଛି । ଚାଷଜମିରେ ହୋଇଥିବା ଧାନଫସଲ ପାଣିରେ ବୁଡ଼ିଯାଇଥିବା ବେଳେ ଆଉ କେତକ ଅଂଚଳରେ ଚାଷୀ ପାଣିରୁ ଧାନଫସଲ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ମହାକାଳପଡା ବ୍ଲକର ଚାଷୀମାନଙ୍କର ମୁଖ୍ୟ ଆୟ ଧାନ ଚାଷରୁ ହୋଇଥାଏ । ବର୍ଷା ପାଣିରେ ପାଚିଲା ଧାନ କ୍ଷେତ ବୁଡି ରହିଥିବାରୁ ଚାଷୀ ପରିବାରମାନେ ହତାଶ ହୋଇପଡିଛନ୍ତି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

06 Dec 2021 By The Sakala

ପାଣିରେ ବୁଡିଲା ପାଚିଲା ଧାନର ସୁନାକ୍ଷେତ, ଚାଷୀ ମୁଣ୍ଡରେ ଚଡକ

ମହାକାଳପଡା: ୩ ଦିନ ଧରି ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷା ଚାଷୀକୂଳ ମୁଣ୍ଡରେ ଚଡକ ପକାଇଛି । ବାତ୍ୟା ଜୱାଦ୍ ଛଡାଇ ନେଇଛି ଚାଷୀ ମୁହଁରୁ ହସ ଆଉ ବର୍ଷକର ଦାନା । ପାଣିରେ ବୁଡିଯାଇଛି ପାଚିଲା ଧାନର ସୁନା କ୍ଷେତ । ବିହନ ବୁଣିବା ଠାରୁ ଆରମ୍ଭ କରି ହଳକରି ତଳି ରୁଆ ଉପରା କରିବା, ଘାସ ବାଛିବା, ସାର ପକାଇ ଧାନ ଗଛ ଗୁଡିକୁ ବଡ କରିସାରିବା ପରେ ଧାନ ଗଛରେ ଧାନର କେଣ୍ଡା ବାହାରି ତାହା ପାକଳ ହୋଇ ଅମଳ ଯୋଗ୍ୟ ହୋଇସାରିଥିଲା । ଧାନ ଗଛରେ ଧାନ କେଣ୍ଡା ପାଚିବା ଫଳରେ ସବୁଜ କ୍ଷେତ ନିଜର ରଙ୍ଗ ବଦଳାଇ ସୁନାର ରଙ୍ଗ ହୋଇ ସାରିଥିଲା । ଦିନ କେଇଟା ପରେ ଧାନ ଅମଳ କରି ଖଳାକୁ ଆଣି ସେଥିରୁ ବର୍ଷକର ଦାନା ସଂଚୟ କରିବା ସହିତ ଅବଶିଷ୍ଟକୁ ବିକ୍ରି କରି ସମବାୟ ସମିତି ଆଉ ବ୍ୟାଙ୍କରୁ କରିଥିବା ଋଣ ପରିଷୋଧ କରିଥାନ୍ତେ । ମାତ୍ର ବାତ୍ୟା ଜୱାଦ୍ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଚାଷୀ ମୁଣ୍ଡରେ ଚଡକ ପକାଇଛି । ବାତ୍ୟା ଜନିତ ବର୍ଷାରେ ପାଚିଲା ଧାନବିଲରେ ପାଣି ଲହଡ଼ି ମାରୁଛି । ଚାଷଜମିରେ ହୋଇଥିବା ଧାନଫସଲ ପାଣିରେ ବୁଡ଼ିଯାଇଥିବା ବେଳେ ଆଉ କେତକ ଅଂଚଳରେ ଚାଷୀ ପାଣିରୁ ଧାନଫସଲ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ମହାକାଳପଡା ବ୍ଲକର ଚାଷୀମାନଙ୍କର ମୁଖ୍ୟ ଆୟ ଧାନ ଚାଷରୁ ହୋଇଥାଏ । ବର୍ଷା ପାଣିରେ ପାଚିଲା ଧାନ କ୍ଷେତ ବୁଡି ରହିଥିବାରୁ ଚାଷୀ ପରିବାରମାନେ ହତାଶ ହୋଇପଡିଛନ୍ତି ।

https://www.thesakala.in/latest-odisha-news/golden-field-of-ripe-rice-drowned/article-7407
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର