ବାତ୍ୟା ଗତିପଥ ଅସ୍ପଷ୍ଟ, ଆଜି ଲଘୁଚାପ ନେବ ଅବପାତ ରୂପ

The Sakala Picture
Published On

ଭୁବନେଶ୍ୱର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ରହିଥିବା ଲଘୁଚାପ ବଳ ଗୋଟାଇବାରେ ଲାଗିଛି। ଗୁରୁବାର ସୁଦ୍ଧା ଏହା ଶକ୍ତିଶାଳୀ ହୋଇ ଅବପାତର ରୂପ ନେବ। ପରବର୍ତ୍ତର୍ି ୨୪ ଘଣ୍ଟାରେ ଏହି ଲଘୁଚାପ ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ। ଏହା ପ୍ରଭାବରେ ୩ ତାରିଖ ରାତିରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଭାବ ଅନୁଭୂତ ହେବ। ୪ ତାରିଖରେ ପବନର ଝଟକା ୧୧୦ କିମି ପହଞ୍ଚିପାରେ। ବିଶେଷ ଭାବେ ଗଞ୍ଜାମ, ଗଜପତି, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ […]

ଭୁବନେଶ୍ୱର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ରହିଥିବା ଲଘୁଚାପ ବଳ ଗୋଟାଇବାରେ ଲାଗିଛି। ଗୁରୁବାର ସୁଦ୍ଧା ଏହା ଶକ୍ତିଶାଳୀ ହୋଇ ଅବପାତର ରୂପ ନେବ। ପରବର୍ତ୍ତର୍ି ୨୪ ଘଣ୍ଟାରେ ଏହି ଲଘୁଚାପ ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ। ଏହା ପ୍ରଭାବରେ ୩ ତାରିଖ ରାତିରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଭାବ ଅନୁଭୂତ ହେବ। ୪ ତାରିଖରେ ପବନର ଝଟକା ୧୧୦ କିମି ପହଞ୍ଚିପାରେ। ବିଶେଷ ଭାବେ ଗଞ୍ଜାମ, ଗଜପତି, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଓ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ୪ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍‍ ଆଲର୍ଟ ଜାରି କରାଯାଇଛି। ଏଥିପାଇଁ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସହିତ କଚ୍ଚା ରାସ୍ତା ଓ କଚ୍ଚା କାନ୍ଥ ଭୁଶୁଡ଼ିବାର ପଡ଼ିବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କାକୁ ମଧ୍ୟ ଏଡ଼ାଇ ହେବ ନାହିଁ। ତେଣୁ ବର୍ଷା ପବନ ମୁକାବିଲା ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ୪ ତାରିଖ ସକାଳ ସମୟରେ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ଫଳରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏହି ଲଘୁଚାପ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଗୁରୁବାର ଏହା ଅବପାତରେ ପରିଣତ ହୋଇ ୩ ତାରିଖରେ ବାତ୍ୟାରେ ପରିଣତ ହେବ। ୪ ତାରିଖ ସକାଳ ଆନ୍ଧ୍ର ଓଡ଼ିଶା ସମୁଦ୍ର ଉପକୂଳରେ କେନ୍ଦ୍ରୀଭୂତ ହେବ। ତେବେ ସମ୍ଭାବ୍ୟ ବାତ୍ୟା କେଉଁ ଜାଗାରେ ଉପକୂଳ ଅତିକ୍ରମ କରିବ,ଏହାର ତୀବ୍ରତା କେତେ ରହିବ, ଅବପାତ ସୃଷ୍ଟି ପରେ ହିଁ ତାହା ସ୍ପଷ୍ଟ ହେବ ବୋଲି ଡ. ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ବାତ୍ୟା ଦ୍ୱାରା ସମୁଦ୍ର ମଧ୍ୟରେ ପବନର ବେଗ ବଢ଼଼ିବାରେ ଲାଗିଛି। ଧୀରେ ଧୀରେ ବାତ୍ୟା ସ୍ଥଳଭାଗ ନିକଟତର ହେବା ପରେ ଅର୍ଥାତ ୪ ତାରିଖ ବେଳକୁ ବାତ୍ୟା କେନ୍ଦ୍ର ସ୍ଥଳରେ ପବନର ବେଗ ବଢ଼଼ି ୯୦-୧୦୦ କିମି ପର୍ଯ୍ୟନ୍ତ ପହଞ୍ଚିବ। ଏହାର ଝଟକା ୧୧୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ପ୍ରାଥମିକ ଆକଳନରୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ସ୍ଥିତି ପାଇଁ ୨ ଡିସେମ୍ବରଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ୪ ତାରିଖରେ ଉପକୂଳ ଓ ଉପକୂଳବର୍ତ୍ତୀ ସଂସ୍ଥାଗୁଡ଼ିକ ଦ୍ୱାର କରାଯାଉଥିବା କାର୍ଯ୍ୟଗୁଡ଼ିକୁ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାକୁ ନେଇ ଦୁଇଟି ଦୃଶ୍ୟପଟ ରହିଛି। ପ୍ରଥମତଃ ବାତ୍ୟାଟି ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁପାରେ। ନଚେତ ଏହା ବଙ୍ଗଲାଦେଶ ମୁହାଁଇବ। ବିଗତ ବର୍ଷମାନଙ୍କରେ ଡିସେମ୍ବରରେ ହୋଇଥିବା ବାତ୍ୟା ଓଡ଼ିଶା ଛୁଇଁନାହିଁ। ଦ୍ୱିତୀୟତଃ ବୁଧବାର ମଧ୍ୟାହ୍ଣ ପରେ ବାତ୍ୟାଟି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି ନ କରି କିଛି ଉତ୍ତର ଆଡ଼କକୁ ଢଳି ଗତି କରୁଥିଲା, ତେଣୁ ବଙ୍ଗଲାଦେଶ ଯିବାର ସମ୍ଭାବନା ଅଧିକ ରହୁଛି। ଯଦି ଏହା ହୁଏ ତେବେ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହୋଇ ଓଡ଼ିଶା ଉପକୂଳ ଦୂରରେ ଗତି କରି ସନ୍ଧ୍ୟାପରେ ବଙ୍ଗଲାଦେଶ ସ୍ଥଳଭାଗ ଛୁଇଁବ। ତେବେ ଏହି ବାତ୍ୟାଟି ଭୀଷଣ ବାତ୍ୟାରେ ପରିଣତ ହୋଇ ଆଗକୁ ବଢ଼଼ିବାର ଥିବାରୁ ରାଜ୍ୟର ଉପକୂଳ ଜିଲ୍ଲାରେ ପବନର ବେଗ ୪୫-୫୦ କିମି ରହିପାରେ। ଦ୍ୱିତୀୟ ଦୃଶ୍ୟପଟ ଅନୁସାରେ ଇସିଏମଡବ୍ଲ୍ୟୁଏଫ୍‍ ସହିତ ଅନେକ ମଡେଲ୍‍ ଆକଳନ କରୁଛନ୍ତି ଯେ ଏହା ଗୋପାଳପୁର ପାଖାପାଖି ସ୍ଥଳଭାଗ ଛୁଇଁବ। ତେବେ ଏହା ଗଞ୍ଜାମ, କଟକ (ବଡ଼ମ୍ବା) ଢେଙ୍କାନାଳ, ସୋର ଦେଇ ପଶ୍ଚିମବଙ୍ଗ ଯିବ। ସ୍ଥଳଭାଗ ଛୁଇଁବା ପରେ ଏହା ଦୁର୍ବଳ ହେବ। ପବନର ବେଗ ୪୫ କିମି ଘଣ୍ଟା ପ୍ରତି ପହଞ୍ଚିପାରେ। କିନ୍ତୁ ସମଗ୍ର ଉପକୂଳ ଜିଲ୍ଲା ସମେତ ଗଜପତି, କନ୍ଧମାଳ, ଢେଙ୍କାନାଳ, ନୟାଗଡ଼଼, କେନ୍ଦୁଝର ଓ ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତୀକ୍ଷ୍ଣ ନଜର ରଖିଥିବା ବେଳେ ଏନେଇ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‍ରେ ଦର୍ଶାଯାଇଛି ଯେ ୩ ତାରିଖ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିପରି ୪ ତାରିଖରେ ସମ୍ପୃକ୍ତ ୪ ଜିଲ୍ଲା ପାଇଁ ରେଡ୍‍ ଆଲର୍ଟ ଜାରି ହୋଇଥିବା ବେଳେ ଖୋର୍ଦ୍ଧା, ନୟାଗଡ଼଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ଭଦ୍ରକ, ବାଲେଶ୍ୱର ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ୫ ତାରିଖ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

02 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର