ଭିଡିଓ କନଫରେନ୍ସିଂ ଜରିଆରେ ବୌଦ୍ଧରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାରେ ବି ଆସିଲା ସ୍ୱାସ୍ଥ୍ୟସେବାରେ ବିପ୍ଲବ । ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୧ ଲକ୍ଷ ୮ ହଜାର ୫ ଶହ ୫୫ ପରିବାରର ୩ ଲକ୍ଷ ୭୨ ହଜାର ୩ ଶହ ୮୭ ଜଣ ହିତାଧିକାରୀ ଏହା ଦ୍ୱାରା ଉପକୃତ ହେବେ। ଏ ଅବସରରେ ବୌଦ୍ଧର ଦୁଗ୍ଧ ଚାଷୀଙ୍କୁ ପ୍ରଂଶସା କରିଛନ୍ତି ନବୀନ । ଦୁଗ୍ଧ ଉତ୍ପାଦନ […]

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାରେ ବି ଆସିଲା ସ୍ୱାସ୍ଥ୍ୟସେବାରେ ବିପ୍ଲବ । ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୧ ଲକ୍ଷ ୮ ହଜାର ୫ ଶହ ୫୫ ପରିବାରର ୩ ଲକ୍ଷ ୭୨ ହଜାର ୩ ଶହ ୮୭ ଜଣ ହିତାଧିକାରୀ ଏହା ଦ୍ୱାରା ଉପକୃତ ହେବେ। ଏ ଅବସରରେ ବୌଦ୍ଧର ଦୁଗ୍ଧ ଚାଷୀଙ୍କୁ ପ୍ରଂଶସା କରିଛନ୍ତି ନବୀନ । ଦୁଗ୍ଧ ଉତ୍ପାଦନ ବଢ଼ାଇବାକୁ ଜିଲ୍ଲାରେ କୁଲିଂ ପ୍ଲାଣ୍ଟ ଖୋଲାଯିବ ବୋଲି ମୁଖମନ୍ତ୍ରୀ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ଏ ଅବସରର ବିଏସକେୱାଇ ସ୍ମାର୍ଟ କାର୍ଡ ବୈଶିଷ୍ଟ୍ୟତା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ, ମୁଁ ଚାହେଁ ସମସ୍ତେ ସୁସ୍ଥ ରହୁନ୍ତୁ । ଚିକିତ୍ସା ପାଇଁ କେହି ଜମିବାଡ଼ି ନ ବିକନ୍ତୁ ଅବା ପିଲାଙ୍କ ପାଠପଢ଼ାରେ ଡୋରି ନ ଲାଗୁ । ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ ବଣ୍ଟନ ସହ ବୌଦ୍ଧ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

୨୩ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବା ସହ ୪୬୩ କୋଟିର ନୂତନ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟ ସେବାର ସ୍ମାର୍ଟ ଇତିହାସରେ ସାମିଲ ହେଉଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ଉପକୃତ ହେବେ । କେବଳ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ପାଇ ପାରିବେ ଉନ୍ନତ ଚିକିତ୍ସା ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

25 Nov 2021 By The Sakala

ଭିଡିଓ କନଫରେନ୍ସିଂ ଜରିଆରେ ବୌଦ୍ଧରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାରେ ବି ଆସିଲା ସ୍ୱାସ୍ଥ୍ୟସେବାରେ ବିପ୍ଲବ । ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୧ ଲକ୍ଷ ୮ ହଜାର ୫ ଶହ ୫୫ ପରିବାରର ୩ ଲକ୍ଷ ୭୨ ହଜାର ୩ ଶହ ୮୭ ଜଣ ହିତାଧିକାରୀ ଏହା ଦ୍ୱାରା ଉପକୃତ ହେବେ। ଏ ଅବସରରେ ବୌଦ୍ଧର ଦୁଗ୍ଧ ଚାଷୀଙ୍କୁ ପ୍ରଂଶସା କରିଛନ୍ତି ନବୀନ । ଦୁଗ୍ଧ ଉତ୍ପାଦନ ବଢ଼ାଇବାକୁ ଜିଲ୍ଲାରେ କୁଲିଂ ପ୍ଲାଣ୍ଟ ଖୋଲାଯିବ ବୋଲି ମୁଖମନ୍ତ୍ରୀ ଘୋଷଣା କରିଛନ୍ତି ।

ଏ ଅବସରର ବିଏସକେୱାଇ ସ୍ମାର୍ଟ କାର୍ଡ ବୈଶିଷ୍ଟ୍ୟତା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ, ମୁଁ ଚାହେଁ ସମସ୍ତେ ସୁସ୍ଥ ରହୁନ୍ତୁ । ଚିକିତ୍ସା ପାଇଁ କେହି ଜମିବାଡ଼ି ନ ବିକନ୍ତୁ ଅବା ପିଲାଙ୍କ ପାଠପଢ଼ାରେ ଡୋରି ନ ଲାଗୁ । ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ ବଣ୍ଟନ ସହ ବୌଦ୍ଧ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ।

୨୩ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବା ସହ ୪୬୩ କୋଟିର ନୂତନ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟ ସେବାର ସ୍ମାର୍ଟ ଇତିହାସରେ ସାମିଲ ହେଉଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ଉପକୃତ ହେବେ । କେବଳ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ପାଇ ପାରିବେ ଉନ୍ନତ ଚିକିତ୍ସା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର