ଗ୍ୟାସ୍ ଦରବୃଦ୍ଧିକୁ ନେଇ ତୃତୀୟ ଦିନରେ ପହଞ୍ଚିଛି ବିଜେଡିର ବିକ୍ଷୋଭ

The Sakala Picture
Published On

ବ୍ରହ୍ମପୁର: ଗ୍ୟାସ୍ ଦରବୃଦ୍ଧିକୁ ନେଇ ଆଜି ତୃତୀୟ ଦିନରେ ବିକ୍ଷୋଭ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ରଣହୁଙ୍କାର ଦେଉଛନ୍ତି ବିଜେଡି ଯୁବ, ଛାତ୍ର ଓ ମହିଳା ନେତ୍ରୀ । ଆଜି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ କରିଛି ବିଜେଡି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ଲଗାତର ଗ୍ୟାସ ଦରବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତ ତିନି ବର୍ଷରେ […]

ବ୍ରହ୍ମପୁର: ଗ୍ୟାସ୍ ଦରବୃଦ୍ଧିକୁ ନେଇ ଆଜି ତୃତୀୟ ଦିନରେ ବିକ୍ଷୋଭ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ରଣହୁଙ୍କାର ଦେଉଛନ୍ତି ବିଜେଡି ଯୁବ, ଛାତ୍ର ଓ ମହିଳା ନେତ୍ରୀ । ଆଜି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ କରିଛି ବିଜେଡି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ଲଗାତର ଗ୍ୟାସ ଦରବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତ ତିନି ବର୍ଷରେ ପାଖାପାଖି ଦୁଇ ଗୁଣା ଦର ବୃଦ୍ଧି ହୋଇଛି । ସେହିପରି ଉଜ୍ଜଳା ନାଁରେ କେନ୍ଦ୍ର ସରକାରଙ୍କ ଲୋକଙ୍କୁ ଠକି ଚାଲିଥିବା ବିଜେଡି ଅଭିଯୋଗ କରିଛି । କୋଭିଡ ପାଇଁ ସାଧାରଣ ଲୋକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଏପରି ସ୍ଥିତିରେ କିପରି ପରିବାର ଚାଲିବ ସେନେଇ ପ୍ରଶ୍ନ କରିଛି ଦଳ ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

 

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର