ପଞ୍ଚାୟତ ନିର୍ବାଚନ ୨୦୨୨: ଏଣିକି ୫ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ଜିଲ୍ଲା ପରିଷଦ, ୨ଲକ୍ଷ ଯାଏଁ ଖର୍ଚ୍ଚ କରିପାରିବେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ

The Sakala Picture
Published On

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ଏଣିକି ୫ ଘଣ୍ଟା ପରିବର୍ତ୍ତେ ୬ ଘଣ୍ଟା ହେବ। ସକାଳ ୭ଟାରୁ ଦିନ ୧୨ଟା ପରିବର୍ତ୍ତେ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନିର୍ବାଚନରେ ୨ଲକ୍ଷ ଟଙ୍କା ପରିବର୍ତ୍ତେ ସର୍ବାଧିକ ୫ ଲକ୍ଷ ଟଙ୍କା ଏବଂ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ୮୦ ହଜାର ଟଙ୍କା ପରିବର୍ତ୍ତେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ବ୍ୟୟ କରିପାରିବେ । ରାଜ୍ୟ […]

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ଏଣିକି ୫ ଘଣ୍ଟା ପରିବର୍ତ୍ତେ ୬ ଘଣ୍ଟା ହେବ। ସକାଳ ୭ଟାରୁ ଦିନ ୧୨ଟା ପରିବର୍ତ୍ତେ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନିର୍ବାଚନରେ ୨ଲକ୍ଷ ଟଙ୍କା ପରିବର୍ତ୍ତେ ସର୍ବାଧିକ ୫ ଲକ୍ଷ ଟଙ୍କା ଏବଂ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ୮୦ ହଜାର ଟଙ୍କା ପରିବର୍ତ୍ତେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ବ୍ୟୟ କରିପାରିବେ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଥିଲାଗି ସବୁଜସଙ୍କେତ ମିଳିଛି। ସର୍ବଦଳୀୟ ବୈଠକରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଆଧାରରେ ନିର୍ବାଚନ କମିଶନ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ନୂତନ ବ୍ୟବସ୍ଥା ଅନୁସାରେ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନ ପ୍ରଚାର ଓ ଆନୁଷଙ୍ଗୀକ ଖର୍ଚ୍ଚ ବାବଦରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରିପାରିବେ । ସମିତି ସଭ୍ୟ ଏବଂ ସରପଞ୍ଚ ପ୍ରାର୍ଥୀଙ୍କ ବ୍ୟୟ ସୀମା ୨ ଲକ୍ଷ ଟଙ୍କାଯାଏ ବୃଦ୍ଧି କରାଯାଇଛି। ସେହିପରି ଜିଲ୍ଲା ପରିଷଦ ସଭ୍ୟ ପ୍ରଚାର ଉଦ୍ଦେଶ୍ୟରେ ୫ଟି ୪ ଚକିଆ ଗାଡ଼ି ସହ ୧୦ଟି ମଟର ସାଇକେଲ ବ୍ୟବହାର କରିପାରିବେ । ସେହିପରି ପଞ୍ଚାୟତ ସମିତି ସଭ୍ୟ/ ସରପଞ୍ଚ ୨ଟି ଲେଖାଏଁ ଚାରି ଚକିଆ ଯାନ (ଜିପ୍ ବା କାର) ସହ ୫ଟି ଲେଖାଏଁ ମୋଟର ସାଇକେଲ ବ୍ୟବହାର କରିପାରିବେ । ପୂର୍ବରୁ ପ୍ରାର୍ଥୀମାନଙ୍କ ଗାଡ଼ି ଚଳାଚଳ ଧାର୍ଯ୍ୟ ସଂଖ୍ୟା ବହୁତ କମ୍ ରହିଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ପ୍ରାର୍ଥୀମାନଙ୍କ ଗାଡ଼ି ଚଳାଚଳ ସଂଖ୍ୟା ବୃଦ୍ଧି କରାଯାଇଥିଲେ ମଧ୍ୟ ଏଥିପାଇଁ କମିଶନ କିଛି ସର୍ତ୍ତ ରଖିଛନ୍ତି। ଧାର୍ଯ୍ୟ ସୀମା ମଧ୍ୟରେ ଗାଡ଼ି ଓ ମୋଟର ସାଇକେଲ ବା ଅଟୋ ରିକ୍ସା ବ୍ୟବହାର ଲାଗି ମାର୍ଗଦର୍ଶିକ ଜାରି କରାଯାଇଛି।। ଜିଲ୍ଲା ପରିଷଦ ପ୍ରାର୍ଥୀ ମୋଟର ଯାନ ବ୍ୟବହାର ଦିନ ଠାରୁ ଗାଡ଼ିର ପ୍ରକାର, ତାହାର ପଞ୍ଜିକରଣ ନମ୍ବର, ଗାଡ଼ି ମାଲିକଙ୍କ ନାମ ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ। ସେହିପରି ପଞ୍ଚାୟତ ସମିତି/ସରପଞ୍ଚ ପ୍ରାର୍ଥୀ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ)ଙ୍କୁ ଏ ସମ୍ପର୍କରେ ଲିଖ ତଥ୍ୟ ପ୍ରଦାନ କରିବେ। ଏହାର ଗୋଟିଏ ନକଲ ଉପ-ଜିଲ୍ଲାପାଳ/ବିଡିଓ ନିକଟସ୍ଥ ମୋଟର ଯାନ କର୍ତ୍ତୃପକ୍ଷଙ୍କୁ ଦେବ ଓ ଅନ୍ୟଟି ନିଜ ପାଖରେ ରଖିବେ। ତୃତୀୟ ନକଲଟିରେ ଉପ-ଜିଲ୍ଲାପାଳ/ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ତାଙ୍କ କ୍ଷମତାସମ୍ପନ୍ନ ଅଧିକାରୀ ସ୍ବାକ୍ଷର ଓ ଅଫିସ୍ ମୋହର ଲଗାଇ ପ୍ରାର୍ଥୀଙ୍କୁ ଫେରାଇବେ। କ୍ଷମତାସମ୍ପନ୍ନ ଅଧିକାରୀ ଏହି ତଥ୍ୟ ଆବଶ୍ୟକ କଲେ, ପ୍ରାର୍ଥୀ ତଦାରଖ ପାଇଁ ତାହା ଉପସ୍ଥାପନ କରିବେ। ମୋଟର ଯାନ ସଂକ୍ରାନ୍ତୀୟ ସମସ୍ତ ଖର୍ଚ୍ଚ, ନିର୍ବାଚନ ଖର୍ଚ୍ଚ ସୀମା ମଧ୍ୟରେ ସୀମିତ ରହିବ। ପ୍ରଚାର କାର୍ଯ୍ୟର ବ୍ୟବହୃତ ମଟରଯାନ ଭୋଟ ଆରମ୍ଭ ହେବାର ୩୬ ଘଣ୍ଟା ପୂର୍ବରୁ ମୁକ୍ତ କରାଯାଇ ନିର୍ବାଚନ ଅଧିକାରୀଙ୍କୁ ଜଣାଇଦିଆଯିବ ବୋଲି ନିୟମାବଳୀରେ ଉଲ୍ଲେଖ କରାଯାଇଛି।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

ସେହିପରି ସର୍ବଦଳୀୟ ବୈଠକରେ ଭୋଟଗ୍ରହଣ ସମୟ ବୃଦ୍ଧି ପାଇଁ ମଧ୍ୟ ରାଜନୈତିକ ଦଳମାନେ ପ୍ରସ୍ତାବ ଦେଇଥିଲେ । ଏହା ଉପରେ ମଧ୍ୟ କମିସନଙ୍କ ପକ୍ଷରୁ ବିଚାର କରି ନିଷ୍ପତ୍ତି ନିଆଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ପୂର୍ବାହ୍ନ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିବ। ପୂର୍ବରୁ ମଧ୍ୟାହ୍ନ ୧୨ଟା ଯାଏ ଭୋଟ ଗ୍ରହଣ ହେଉଥିଲା । ଜାରି ହୋଇଥିବା ଆଦେଶ ଅବମାନନାକୁ କମିଶନଙ୍କ ଦ୍ବାରା ଜାରି ନିର୍ବାଚନ ଆଚରଣ ବିଧିର ଉଲଂଘନ ଧରାଯିବ । ଏହି ଆଦେଶକୁ ତତ୍‌କ୍ଷଣାତ ଲାଗୁ କରାଯିବ ବୋଲି କମିଶନ ନିର୍ଦେଶ ଦେଇଛନ୍ତି ।

16 Nov 2021 By The Sakala

ପଞ୍ଚାୟତ ନିର୍ବାଚନ ୨୦୨୨: ଏଣିକି ୫ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ଜିଲ୍ଲା ପରିଷଦ, ୨ଲକ୍ଷ ଯାଏଁ ଖର୍ଚ୍ଚ କରିପାରିବେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ଏଣିକି ୫ ଘଣ୍ଟା ପରିବର୍ତ୍ତେ ୬ ଘଣ୍ଟା ହେବ। ସକାଳ ୭ଟାରୁ ଦିନ ୧୨ଟା ପରିବର୍ତ୍ତେ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନିର୍ବାଚନରେ ୨ଲକ୍ଷ ଟଙ୍କା ପରିବର୍ତ୍ତେ ସର୍ବାଧିକ ୫ ଲକ୍ଷ ଟଙ୍କା ଏବଂ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ୮୦ ହଜାର ଟଙ୍କା ପରିବର୍ତ୍ତେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ବ୍ୟୟ କରିପାରିବେ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଥିଲାଗି ସବୁଜସଙ୍କେତ ମିଳିଛି। ସର୍ବଦଳୀୟ ବୈଠକରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଆଧାରରେ ନିର୍ବାଚନ କମିଶନ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ।

ନୂତନ ବ୍ୟବସ୍ଥା ଅନୁସାରେ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନ ପ୍ରଚାର ଓ ଆନୁଷଙ୍ଗୀକ ଖର୍ଚ୍ଚ ବାବଦରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରିପାରିବେ । ସମିତି ସଭ୍ୟ ଏବଂ ସରପଞ୍ଚ ପ୍ରାର୍ଥୀଙ୍କ ବ୍ୟୟ ସୀମା ୨ ଲକ୍ଷ ଟଙ୍କାଯାଏ ବୃଦ୍ଧି କରାଯାଇଛି। ସେହିପରି ଜିଲ୍ଲା ପରିଷଦ ସଭ୍ୟ ପ୍ରଚାର ଉଦ୍ଦେଶ୍ୟରେ ୫ଟି ୪ ଚକିଆ ଗାଡ଼ି ସହ ୧୦ଟି ମଟର ସାଇକେଲ ବ୍ୟବହାର କରିପାରିବେ । ସେହିପରି ପଞ୍ଚାୟତ ସମିତି ସଭ୍ୟ/ ସରପଞ୍ଚ ୨ଟି ଲେଖାଏଁ ଚାରି ଚକିଆ ଯାନ (ଜିପ୍ ବା କାର) ସହ ୫ଟି ଲେଖାଏଁ ମୋଟର ସାଇକେଲ ବ୍ୟବହାର କରିପାରିବେ । ପୂର୍ବରୁ ପ୍ରାର୍ଥୀମାନଙ୍କ ଗାଡ଼ି ଚଳାଚଳ ଧାର୍ଯ୍ୟ ସଂଖ୍ୟା ବହୁତ କମ୍ ରହିଥିଲା।

ପ୍ରାର୍ଥୀମାନଙ୍କ ଗାଡ଼ି ଚଳାଚଳ ସଂଖ୍ୟା ବୃଦ୍ଧି କରାଯାଇଥିଲେ ମଧ୍ୟ ଏଥିପାଇଁ କମିଶନ କିଛି ସର୍ତ୍ତ ରଖିଛନ୍ତି। ଧାର୍ଯ୍ୟ ସୀମା ମଧ୍ୟରେ ଗାଡ଼ି ଓ ମୋଟର ସାଇକେଲ ବା ଅଟୋ ରିକ୍ସା ବ୍ୟବହାର ଲାଗି ମାର୍ଗଦର୍ଶିକ ଜାରି କରାଯାଇଛି।। ଜିଲ୍ଲା ପରିଷଦ ପ୍ରାର୍ଥୀ ମୋଟର ଯାନ ବ୍ୟବହାର ଦିନ ଠାରୁ ଗାଡ଼ିର ପ୍ରକାର, ତାହାର ପଞ୍ଜିକରଣ ନମ୍ବର, ଗାଡ଼ି ମାଲିକଙ୍କ ନାମ ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ। ସେହିପରି ପଞ୍ଚାୟତ ସମିତି/ସରପଞ୍ଚ ପ୍ରାର୍ଥୀ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ)ଙ୍କୁ ଏ ସମ୍ପର୍କରେ ଲିଖ ତଥ୍ୟ ପ୍ରଦାନ କରିବେ। ଏହାର ଗୋଟିଏ ନକଲ ଉପ-ଜିଲ୍ଲାପାଳ/ବିଡିଓ ନିକଟସ୍ଥ ମୋଟର ଯାନ କର୍ତ୍ତୃପକ୍ଷଙ୍କୁ ଦେବ ଓ ଅନ୍ୟଟି ନିଜ ପାଖରେ ରଖିବେ। ତୃତୀୟ ନକଲଟିରେ ଉପ-ଜିଲ୍ଲାପାଳ/ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ତାଙ୍କ କ୍ଷମତାସମ୍ପନ୍ନ ଅଧିକାରୀ ସ୍ବାକ୍ଷର ଓ ଅଫିସ୍ ମୋହର ଲଗାଇ ପ୍ରାର୍ଥୀଙ୍କୁ ଫେରାଇବେ। କ୍ଷମତାସମ୍ପନ୍ନ ଅଧିକାରୀ ଏହି ତଥ୍ୟ ଆବଶ୍ୟକ କଲେ, ପ୍ରାର୍ଥୀ ତଦାରଖ ପାଇଁ ତାହା ଉପସ୍ଥାପନ କରିବେ। ମୋଟର ଯାନ ସଂକ୍ରାନ୍ତୀୟ ସମସ୍ତ ଖର୍ଚ୍ଚ, ନିର୍ବାଚନ ଖର୍ଚ୍ଚ ସୀମା ମଧ୍ୟରେ ସୀମିତ ରହିବ। ପ୍ରଚାର କାର୍ଯ୍ୟର ବ୍ୟବହୃତ ମଟରଯାନ ଭୋଟ ଆରମ୍ଭ ହେବାର ୩୬ ଘଣ୍ଟା ପୂର୍ବରୁ ମୁକ୍ତ କରାଯାଇ ନିର୍ବାଚନ ଅଧିକାରୀଙ୍କୁ ଜଣାଇଦିଆଯିବ ବୋଲି ନିୟମାବଳୀରେ ଉଲ୍ଲେଖ କରାଯାଇଛି।

ସେହିପରି ସର୍ବଦଳୀୟ ବୈଠକରେ ଭୋଟଗ୍ରହଣ ସମୟ ବୃଦ୍ଧି ପାଇଁ ମଧ୍ୟ ରାଜନୈତିକ ଦଳମାନେ ପ୍ରସ୍ତାବ ଦେଇଥିଲେ । ଏହା ଉପରେ ମଧ୍ୟ କମିସନଙ୍କ ପକ୍ଷରୁ ବିଚାର କରି ନିଷ୍ପତ୍ତି ନିଆଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ପୂର୍ବାହ୍ନ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିବ। ପୂର୍ବରୁ ମଧ୍ୟାହ୍ନ ୧୨ଟା ଯାଏ ଭୋଟ ଗ୍ରହଣ ହେଉଥିଲା । ଜାରି ହୋଇଥିବା ଆଦେଶ ଅବମାନନାକୁ କମିଶନଙ୍କ ଦ୍ବାରା ଜାରି ନିର୍ବାଚନ ଆଚରଣ ବିଧିର ଉଲଂଘନ ଧରାଯିବ । ଏହି ଆଦେଶକୁ ତତ୍‌କ୍ଷଣାତ ଲାଗୁ କରାଯିବ ବୋଲି କମିଶନ ନିର୍ଦେଶ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର