୧୧ ଜିଲ୍ଲାକୁ ଘଡ଼ଘଡ଼ି ବର୍ଷା ସତର୍କତା

The Sakala Picture
Published On

ଭୁବନେଶ୍ୱର: ପୂର୍ବ ଆକଳନ ଅନୁଯାୟୀ ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀ ଜନିତ ବର୍ଷା ହୋଇଛି। ଗତ ୩୬ ଘଣ୍ଟା ମଧ୍ୟରେ ଭଦ୍ରକର ଆଖୁଆପଦାରେ ୨୭.୪ ମିଲିମିଟର, ଅନୁଗୁଳରେ ୧୭.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୪.୫ ତାଳଚେରରେ ୪ ମିମି ବର୍ଷା ହୋଇଛି। ଅନ୍ୟପକ୍ଷରେ ଶନିବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ ଗଞ୍ଜାମ ଆଦି ଜିଲାରେ ହାଲୁକାରୁୁ ମଧ୍ୟମ ଧରଣର ବର୍ଷା ହେବ ବୋଲି […]

ଭୁବନେଶ୍ୱର: ପୂର୍ବ ଆକଳନ ଅନୁଯାୟୀ ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀ ଜନିତ ବର୍ଷା ହୋଇଛି। ଗତ ୩୬ ଘଣ୍ଟା ମଧ୍ୟରେ ଭଦ୍ରକର ଆଖୁଆପଦାରେ ୨୭.୪ ମିଲିମିଟର, ଅନୁଗୁଳରେ ୧୭.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୪.୫ ତାଳଚେରରେ ୪ ମିମି ବର୍ଷା ହୋଇଛି। ଅନ୍ୟପକ୍ଷରେ ଶନିବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ ଗଞ୍ଜାମ ଆଦି ଜିଲାରେ ହାଲୁକାରୁୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ଢେଙ୍କାଳନ ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଏହି ୧୧ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣି ଜାରି ହୋଇଛି।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

ପାଣିପାଗ କେନ୍ଦ୍ରର ନିେର୍ଦ୍ଦେଶକ ଏଚ୍‍.ଆର୍‍. ବିଶ୍ୱାସଙ୍କ ସୂଚନା ଅନୁଯାୟୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଏହାପରେ ପୁଣି ୨-୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ ବୋଲି ଡ. ବିଶ୍ୱାସ କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେର ଓ ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଦୁଇଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ଲେଖାଏ ରେକର୍ଡ ହୋଇଥିବା ବେଳେ କୋରାପୁଟରେ ୧୬ ଡିଗ୍ରୀ ସହିତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

13 Mar 2021 By The Sakala

୧୧ ଜିଲ୍ଲାକୁ ଘଡ଼ଘଡ଼ି ବର୍ଷା ସତର୍କତା

ଭୁବନେଶ୍ୱର: ପୂର୍ବ ଆକଳନ ଅନୁଯାୟୀ ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀ ଜନିତ ବର୍ଷା ହୋଇଛି। ଗତ ୩୬ ଘଣ୍ଟା ମଧ୍ୟରେ ଭଦ୍ରକର ଆଖୁଆପଦାରେ ୨୭.୪ ମିଲିମିଟର, ଅନୁଗୁଳରେ ୧୭.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୪.୫ ତାଳଚେରରେ ୪ ମିମି ବର୍ଷା ହୋଇଛି। ଅନ୍ୟପକ୍ଷରେ ଶନିବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ ଗଞ୍ଜାମ ଆଦି ଜିଲାରେ ହାଲୁକାରୁୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ଢେଙ୍କାଳନ ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଏହି ୧୧ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣି ଜାରି ହୋଇଛି।

ପାଣିପାଗ କେନ୍ଦ୍ରର ନିେର୍ଦ୍ଦେଶକ ଏଚ୍‍.ଆର୍‍. ବିଶ୍ୱାସଙ୍କ ସୂଚନା ଅନୁଯାୟୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଏହାପରେ ପୁଣି ୨-୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ ବୋଲି ଡ. ବିଶ୍ୱାସ କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେର ଓ ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଦୁଇଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ଲେଖାଏ ରେକର୍ଡ ହୋଇଥିବା ବେଳେ କୋରାପୁଟରେ ୧୬ ଡିଗ୍ରୀ ସହିତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର