ମହିଳାଙ୍କ ସାମାଜିକ-ଅର୍ଥନୈତିକ ସ୍ତରରେ ମିଶନ ଶକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଛି : ସୁଜାତା କାର୍ତ୍ତିକେୟନ

The Sakala Picture
Published On

କେନ୍ଦ୍ରାପଡା : ତୃଣମୂଳ ସ୍ତରରେ କାମ କରିବ ମିଶନ ଶକ୍ତି । କେହି ଯେମେତି ବିଭାଗୀୟ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବାକୁ ନିର୍ଦେଶ ହୋଇଛି । ଆଗକୁ କିଭଳି ମିଶନ ଶକ୍ତି ଆହୁରି ଲୋକାଭିମୁଖୀ ହେବା ସହ ମହିଳାଙ୍କୁ ଅଧିକରୁ ଅଧିକ ସ୍ୱାବଲମ୍ବୀ କରାଇବ ଏନେଇ ମିଶନ ଶକ୍ତି ନିର୍ଦେଶୀକା ସୁଜାତା କାର୍ତ୍ତିକେୟନ ଜିଲ୍ଲାପାଳ ଅମ୍ରିତି ଋତୁରାଜଙ୍କୁ ନିର୍ଦେଶ ଦେଇଛନ୍ତି ॥ ଜିଲ୍ଲାର ସମସ୍ତ ମହିଳା ସାମିଲ ହେବା ସହ କିଭଳି […]

କେନ୍ଦ୍ରାପଡା : ତୃଣମୂଳ ସ୍ତରରେ କାମ କରିବ ମିଶନ ଶକ୍ତି । କେହି ଯେମେତି ବିଭାଗୀୟ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବାକୁ ନିର୍ଦେଶ ହୋଇଛି । ଆଗକୁ କିଭଳି ମିଶନ ଶକ୍ତି ଆହୁରି ଲୋକାଭିମୁଖୀ ହେବା ସହ ମହିଳାଙ୍କୁ ଅଧିକରୁ ଅଧିକ ସ୍ୱାବଲମ୍ବୀ କରାଇବ ଏନେଇ ମିଶନ ଶକ୍ତି ନିର୍ଦେଶୀକା ସୁଜାତା କାର୍ତ୍ତିକେୟନ ଜିଲ୍ଲାପାଳ ଅମ୍ରିତି ଋତୁରାଜଙ୍କୁ ନିର୍ଦେଶ ଦେଇଛନ୍ତି ॥ ଜିଲ୍ଲାର ସମସ୍ତ ମହିଳା ସାମିଲ ହେବା ସହ କିଭଳି ସେମାନଙ୍କ ଉନ୍ନତି ହୋଇପାରିବ ଏନେଇ ଜିଲ୍ଲାପାଳ ସଦଭାବନା ଗୃହରେ ୨ ଘଣ୍ଟା ସେ ଆଲୋଚନା କରିଛନ୍ତି । ଏହାଛଡା ସରକାରଙ୍କ ସମସ୍ତ ଯୋଜନାରେ କିଭଳି ମହିଳାଙ୍କୁ ସାମିଲ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଏ ସମସ୍ତ ଦିଗକୁ ନେଇ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତି ରହି ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟଶୈଳୀ ସମ୍ପର୍କରେ ନିର୍ଦେଶୀକା ପଚାରି ବୁଝିଛନ୍ତି । ଜିଲ୍ଲା ମହିଳା ଏସଏଚଜି କିପରି କୌଣସି ବିଭାଗ ଦ୍ଵାରା ସମସ୍ୟାରେ ପଡ଼ିବେ ନାହିଁ ଓ ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ସେଥିପ୍ରତି ନଜର ଦେବାକୁ କମିଶନର ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମହିଳା ସଶକ୍ତିକରଣ ଉପରେ ନିର୍ଦେଶୀକା ଗୁରୁତ୍ୱ ଦେଇଛନ୍ତି। ତୃଣମୂଳସ୍ତରରେ ସମସ୍ତ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାର ପ୍ରୟାସ ଆରମ୍ଭ ହୋଇଛି । ଯାହାକୁ ମିଶନ ଶକ୍ତି ସଫଳତାର ସହ ଆଗକୁ ଆଗକୁ ନେଇ ଚାଲିଛି ।

ଓଡ଼ିଶା ସରକାର ଆରମ୍ଭ କରିଥିବା ମହିଳା ସଶକ୍ତିକରଣ କାର୍ୟ୍ୟକ୍ରମ ମିଶନ ଶକ୍ତି’ ଏବେ ସମଗ୍ର ଭାରତ ବର୍ଷ ପାଇଁ ଶ୍ରେଷ୍ଠ ମଡ଼େଲ ହୋଇ ଛିଡା ହୋଇଛି । ଆଉ ମହିଳା ମାନେ ଚାରି କାନ୍ତି ଭିତରେ ଆବଦ୍ଧ ହୋଇ ନାହାନ୍ତି । ମହିଳାଙ୍କ ସାମାଜିକ-ଅର୍ଥନୈତିକ ସ୍ତରରେ ମିଶନ ଶକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଛି । ଜିଲ୍ଲା ସ୍ତରୀୟ ମିଶନଶକ୍ତି ବିଭାଗର ଏହି ସମୀକ୍ଷା ବୈଠକରେ ମିଶନଶକ୍ତି ମହିଳାଙ୍କ ସ୍ୱୟଂସମ୍ପୂର୍ଣ୍ଣତା ଓ ବିକାଶ ପାଇଁ ପ୍ରମୁଖ ଭୂମିକା ନେବ ବୋଲି ନିର୍ଦେଶୀକା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଆଗାମୀଦିନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ସେମାନଙ୍କ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରାଯିବ । ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ୫୦ଲକ୍ଷ ଟଙ୍କାର ଓ ପ୍ରତିପଂଚାୟତ ଏବଂ ପ୍ରତି ପୈାରସଂସ୍ଥାର ପ୍ରତ୍ୟେକ ୱାର୍ଡରେ ୫ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ମିଶନଶକ୍ତି ଗୃହ ନିର୍ମାଣ କରାଯିବ । ସେହି ଗୃହ ଗୁଡିକରେ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ବୈଠକ କରିବା ସହ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟର ବିକ୍ରୟ କରିପାରିବେ । କେନ୍ଦ୍ରାପଡା ସହରର ନୂଆବସଷ୍ଟାଣ୍ଡ ପରିସରରେ ଖୁବଶୀଘ୍ର ଏକ ମିଶନଶକ୍ତି ବଜାରର ଶୁଭାରମ୍ଭ କରାଯିବ ବୋଲି ଶ୍ରୀମତୀ ପାଣ୍ଡିଆନ କହିଥିଲେ । ପ୍ରତି ବ୍ଲକ ସ୍ତରୀୟ ମହାସଙ୍ଘକୁ ପୂର୍ବରୁ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଚଳିତବର୍ଷ ଆହୁରି ୨୫ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯିବ । ସେହି ଅର୍ଥରୁ ମହାସଙ୍ଘ ମାଧ୍ୟମରେ ଋଣ ନେଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ବିଭିନ୍ନ ବ୍ୟବସାୟ କରି ସେମାନଙ୍କ ଆର୍ଥିକ ବିକାଶ ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ଶ୍ରୀମତୀ ପାଣ୍ଡିଆନ ।

କେନ୍ଦ୍ରାପଡା ଜିଲ୍ଲା ରାଜ୍ୟର ମିଶନଶକ୍ତି କାର୍ୟ୍ୟକ୍ରମରେ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବାରୁ ଶ୍ରୀମତୀ ପାଣ୍ଡିଆନ ତାହାର ପ୍ରସଂଶା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ସହକାରୀ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ରାଜ୍ୟ ମିଶନଶକ୍ତି ବିଭାଗର ଉପ ଶାସନ ସଚିବ ବିନୋଦ କୁମାର ଜେନା, ଟିମ ଲିଡର ଚୈାଧୁରୀ ଶ୍ରୀପତି ମିଶ୍ର, କେନ୍ଦ୍ରାପଡା ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ୱାଇଁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ, ମିଶନଶକ୍ତିର ଜିଲ୍ଲା ସଂଯୋଜକ କୈଳାସ ସେନାପତି, ବିକାଶ କୁମାର ମହାନ୍ତି, ଓ.ଏଲ.ଏମ.ର ଡିପିଏମ ସତ୍ୟଭାମା ପ୍ରଧାନ, ସମସ୍ତ ବ୍ଲକର ମିଶନଶକ୍ତିର ବିପିସି ଓ ଓ.ଏଲ.ଏମ.ର ବିପିଏମମାନେ ଉପସ୍ଥିତ ଥିଲେ ।

12 Mar 2021 By The Sakala

https://www.thesakala.in/latest-odisha-news/mission-shakti-plays-key-role-in-womens-socio-economic-level-sujata-karthikeyan/article-647
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର