ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚର ବଡ଼ ଖୁଲାସା, ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲା ବିଦ୍ଯାଙ୍କ ମିଛ

The Sakala Picture
Published On

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ ଖୁଲାସା । ସୌମ୍ୟଙ୍କ ମୃତ୍ୟୁ ସହ ନାହିଁ ଡିଏଫଓ ସଂଗ୍ରାମକେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ସମ୍ପୃକ୍ତି । ପତ୍ନୀ ବିଦ୍ୟାଭାରତୀ ଦାୟୀ । କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ପରେ ଏଡିଜି ସଞ୍ଜୀବ ପଣ୍ଡା ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି । ବିଦ୍ୟାଭାରତୀ-ସୌମ୍ୟରଞ୍ଜନଙ୍କ ଦାମ୍ପତ୍ୟ ଜୀବନ ଭଲ ନଥିଲା । ପଲିଗ୍ରାଫ ଟେଷ୍ଟରେ ବିଦ୍ୟା ମିଛ କହିଥିବା ଜଣାପଡ଼ିଛି । ସୌମ୍ୟଙ୍କ ଦେହରେ ନିଆଁ ଲାଗିବା […]

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ ଖୁଲାସା । ସୌମ୍ୟଙ୍କ ମୃତ୍ୟୁ ସହ ନାହିଁ ଡିଏଫଓ ସଂଗ୍ରାମକେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ସମ୍ପୃକ୍ତି । ପତ୍ନୀ ବିଦ୍ୟାଭାରତୀ ଦାୟୀ । କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ପରେ ଏଡିଜି ସଞ୍ଜୀବ ପଣ୍ଡା ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ବିଦ୍ୟାଭାରତୀ-ସୌମ୍ୟରଞ୍ଜନଙ୍କ ଦାମ୍ପତ୍ୟ ଜୀବନ ଭଲ ନଥିଲା । ପଲିଗ୍ରାଫ ଟେଷ୍ଟରେ ବିଦ୍ୟା ମିଛ କହିଥିବା ଜଣାପଡ଼ିଛି । ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ପରେ ଲିଭାଇବାକୁ ଯଥାସାଧ୍ୟ ଚେଷ୍ଟା କରିନଥିଲେ ବିଦ୍ୟାଭାରତୀ । ବିଦ୍ୟାଭାରତୀ ସାହାଯ୍ୟ ପାଇଁ ସଙ୍ଗେ ସଙ୍ଗେ ଅନ୍ୟ କାହାରିକୁ ଡାକି ନଥିବା କହିଛି କ୍ରାଇମବ୍ରାଞ୍ଚ । ତଦନ୍ତ ସରିବା ପରେ ବିଦ୍ୟାଙ୍କ ବିରୋଧରେ ଆଇପିସି ଧାରା ୨୮୫, ୩୦୪ (ଏ) ଦଫାରେ ଚାର୍ଜସିଟ୍ ଦାଖଲ ହୋଇଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଜୁଲାଇ ୧୧ ତାରିଖରେ ସୌମ୍ୟ ନିଆଁରେ ପୋଡ଼ି ହୋଇ ଯାଇଥିଲେ । ଗଜପତି ପୋଲିସ ଦ୍ୱାରା ଘଟଣାସ୍ଥଳରୁ ମିଳିଥିବା ପ୍ରମାଣର ଫରେନ୍ସିକ ଆନାଲିସିସ୍ ରିପୋର୍ଟ କ୍ରାଇମବ୍ରାଞ୍ଚକୁ ମିଳିଥିଲା । ସୌମ୍ୟ, ବିଦ୍ୟାଭାରତୀ, ଡିଏଫଓଙ୍କ ଫୋନ୍ ବାର୍ତ୍ତାଳାପ ସିଡିଆର୍ ପାଇବା ପରେ ଅନୁଧ୍ୟାନ କରିଥିଲା କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦୀ ଭିଡିଓ ଜବତ କରାଯାଇଥିଲା । ଘଟଣାରେ ପ୍ରମୁଖ ୩ ଅଭିଯୁକ୍ତ କୁହାଯାଉଥିବା ସଂଗ୍ରାମ କେଶରୀ ବେହେରା, ମନ୍ମଥ କୁମ୍ଭ, ବିଦ୍ୟାଭାରତୀ ପଣ୍ଡାଙ୍କ ପଲି ଗ୍ରାଫ୍ ଟେଷ୍ଟ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ସାକ୍ଷ୍ୟ ମାନଙ୍କ ଜମାନ ବନ୍ଦୀ, ସାଇଣ୍ଟିଫିକ୍ ଦଳର ସ୍ପଷ୍ଟ ଆନାଲିସିସ୍ ରିପୋର୍ଟ ଓ ତଦନ୍ତ ରିପୋର୍ଟ ଆନାଲିସିସରୁ ଜଣାପଡ଼ୁଛି ସୌମ୍ୟଙ୍କ ବାସଭବନରେ ହିଁ ଘଟଣା ଘଟିଥିବା କହିଛି କ୍ରାଇମବ୍ରାଞ୍ଚ । ସମସ୍ତ ତଥ୍ୟ ଅନୁଧ୍ୟାନ ପରେ ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ ସମ୍ପର୍କ ଥିବା ନେଇ କ୍ରାଇମବ୍ରାଞ୍ଚକୁ କୌଣସି ପ୍ରମାଣ ମିଳିନାହିଁ । ପୋଡ଼ି ହେବା ଘଟଣାରେ ଡିଏଫଓଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନାହିଁ । ମନ୍ମଥ କୁମ୍ଭଙ୍କ ମଧ୍ୟ ସମ୍ପୃକ୍ତି ଥିବା ପ୍ରମାଣ ନାହିଁ । ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି କହିଛି କ୍ରାଇମବ୍ରାଞ୍ଚ । ମୃତ୍ୟୁକାଳୀନ ଜମାନବନ୍ଦୀରେ ସୌମ୍ୟ ମଧ୍ୟ ସେଭଳି କହିଛନ୍ତି ।

08 Oct 2021 By The Sakala

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚର ବଡ଼ ଖୁଲାସା, ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲା ବିଦ୍ଯାଙ୍କ ମିଛ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ ଖୁଲାସା । ସୌମ୍ୟଙ୍କ ମୃତ୍ୟୁ ସହ ନାହିଁ ଡିଏଫଓ ସଂଗ୍ରାମକେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ସମ୍ପୃକ୍ତି । ପତ୍ନୀ ବିଦ୍ୟାଭାରତୀ ଦାୟୀ । କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ପରେ ଏଡିଜି ସଞ୍ଜୀବ ପଣ୍ଡା ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ।

ବିଦ୍ୟାଭାରତୀ-ସୌମ୍ୟରଞ୍ଜନଙ୍କ ଦାମ୍ପତ୍ୟ ଜୀବନ ଭଲ ନଥିଲା । ପଲିଗ୍ରାଫ ଟେଷ୍ଟରେ ବିଦ୍ୟା ମିଛ କହିଥିବା ଜଣାପଡ଼ିଛି । ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ପରେ ଲିଭାଇବାକୁ ଯଥାସାଧ୍ୟ ଚେଷ୍ଟା କରିନଥିଲେ ବିଦ୍ୟାଭାରତୀ । ବିଦ୍ୟାଭାରତୀ ସାହାଯ୍ୟ ପାଇଁ ସଙ୍ଗେ ସଙ୍ଗେ ଅନ୍ୟ କାହାରିକୁ ଡାକି ନଥିବା କହିଛି କ୍ରାଇମବ୍ରାଞ୍ଚ । ତଦନ୍ତ ସରିବା ପରେ ବିଦ୍ୟାଙ୍କ ବିରୋଧରେ ଆଇପିସି ଧାରା ୨୮୫, ୩୦୪ (ଏ) ଦଫାରେ ଚାର୍ଜସିଟ୍ ଦାଖଲ ହୋଇଛି ।

ଜୁଲାଇ ୧୧ ତାରିଖରେ ସୌମ୍ୟ ନିଆଁରେ ପୋଡ଼ି ହୋଇ ଯାଇଥିଲେ । ଗଜପତି ପୋଲିସ ଦ୍ୱାରା ଘଟଣାସ୍ଥଳରୁ ମିଳିଥିବା ପ୍ରମାଣର ଫରେନ୍ସିକ ଆନାଲିସିସ୍ ରିପୋର୍ଟ କ୍ରାଇମବ୍ରାଞ୍ଚକୁ ମିଳିଥିଲା । ସୌମ୍ୟ, ବିଦ୍ୟାଭାରତୀ, ଡିଏଫଓଙ୍କ ଫୋନ୍ ବାର୍ତ୍ତାଳାପ ସିଡିଆର୍ ପାଇବା ପରେ ଅନୁଧ୍ୟାନ କରିଥିଲା କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦୀ ଭିଡିଓ ଜବତ କରାଯାଇଥିଲା । ଘଟଣାରେ ପ୍ରମୁଖ ୩ ଅଭିଯୁକ୍ତ କୁହାଯାଉଥିବା ସଂଗ୍ରାମ କେଶରୀ ବେହେରା, ମନ୍ମଥ କୁମ୍ଭ, ବିଦ୍ୟାଭାରତୀ ପଣ୍ଡାଙ୍କ ପଲି ଗ୍ରାଫ୍ ଟେଷ୍ଟ କରାଯାଇଥିଲା ।

ସାକ୍ଷ୍ୟ ମାନଙ୍କ ଜମାନ ବନ୍ଦୀ, ସାଇଣ୍ଟିଫିକ୍ ଦଳର ସ୍ପଷ୍ଟ ଆନାଲିସିସ୍ ରିପୋର୍ଟ ଓ ତଦନ୍ତ ରିପୋର୍ଟ ଆନାଲିସିସରୁ ଜଣାପଡ଼ୁଛି ସୌମ୍ୟଙ୍କ ବାସଭବନରେ ହିଁ ଘଟଣା ଘଟିଥିବା କହିଛି କ୍ରାଇମବ୍ରାଞ୍ଚ । ସମସ୍ତ ତଥ୍ୟ ଅନୁଧ୍ୟାନ ପରେ ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ ସମ୍ପର୍କ ଥିବା ନେଇ କ୍ରାଇମବ୍ରାଞ୍ଚକୁ କୌଣସି ପ୍ରମାଣ ମିଳିନାହିଁ । ପୋଡ଼ି ହେବା ଘଟଣାରେ ଡିଏଫଓଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନାହିଁ । ମନ୍ମଥ କୁମ୍ଭଙ୍କ ମଧ୍ୟ ସମ୍ପୃକ୍ତି ଥିବା ପ୍ରମାଣ ନାହିଁ । ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି କହିଛି କ୍ରାଇମବ୍ରାଞ୍ଚ । ମୃତ୍ୟୁକାଳୀନ ଜମାନବନ୍ଦୀରେ ସୌମ୍ୟ ମଧ୍ୟ ସେଭଳି କହିଛନ୍ତି ।

https://www.thesakala.in/latest-odisha-news/acf-soumya-ranjan-death-case-big-reveal-of-crime-branch/article-5964
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର