ମନୋରଞ୍ଜନ
ଓଡ଼ିଶା
ପିପିଲି ଭୋଟ୍ ଗଣତି : ୯୨୪ ପୋଷ୍ଟାଲ ବାଲଟ୍ରୁ ବିଜେଡିକୁ ସର୍ବାଧିକ ୫୭୨ ଭୋଟ୍
ଭୁବନେଶ୍ବର : ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପ୍ରତି ରାଉଣ୍ଡ ଭୋଟ୍ ଗଣତିରେ ବଢ଼ୁଛି ବିଜେଡିର ଭୋଟ୍ ବ୍ୟବଧ୍ୟାନ । ତେବେ ଏହାରି ମଧ୍ୟରେ ପୋଷ୍ଟାଲ ବାଲଟ୍ ଗଣତିର ଫଳାଫଳ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ମୋଟ ୯୨୪ ପୋଷ୍ଟାଲ ବାଲଟ୍ ଭିତରୁ ବିଜେଡିକୁ ସର୍ବାଧିକ ୫୭୨ ଖଣ୍ଡ ଭୋଟ୍ ମିଳିଛି। ଅପରପକ୍ଷରେ ବିଜେପିକୁ ୨୭୧, କଂଗ୍ରେସକୁ ୨୪, […]
ଭୁବନେଶ୍ବର : ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପ୍ରତି ରାଉଣ୍ଡ ଭୋଟ୍ ଗଣତିରେ ବଢ଼ୁଛି ବିଜେଡିର ଭୋଟ୍ ବ୍ୟବଧ୍ୟାନ । ତେବେ ଏହାରି ମଧ୍ୟରେ ପୋଷ୍ଟାଲ ବାଲଟ୍ ଗଣତିର ଫଳାଫଳ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ମୋଟ ୯୨୪ ପୋଷ୍ଟାଲ ବାଲଟ୍ ଭିତରୁ ବିଜେଡିକୁ ସର୍ବାଧିକ ୫୭୨ ଖଣ୍ଡ ଭୋଟ୍ ମିଳିଛି। ଅପରପକ୍ଷରେ ବିଜେପିକୁ ୨୭୧, କଂଗ୍ରେସକୁ ୨୪, ସ୍ବାଧିନ ୩ ଟି ଭୋଟ୍ ମିଳିଛି। ଏହାଛଡ଼ା ୫୪ ଖଣ୍ଡ ଭୋଟ୍ ନାକଚ ହୋଇଛି।
ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଦୁଇଟି ହଲରେ ଇଭିଏମ୍ ବାଲଟ୍ ଗଣତି ଚାଲିଛି। ଇଭିଏମ୍ ପାଇଁ ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିଛି। ସେହି ହିସାବରେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି। ଭୋଟ୍ ଗଣତି କରିବାକୁ ୬୨ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲ୍ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରହିଛନ୍ତି।






