କରୋନା ଟିକା ନେବନାହିଁ କହି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା, ସ୍ତ୍ରୀ କଲେ ଆତ୍ମହତ୍ୟା

The Sakala Picture
Published On

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନା ଟିକା ନେବାକୁ ଅମଙ୍ଗ ହେବାରୁ ସ୍ୱାମୀ ସ୍ତ୍ରୀ ଝଗଡ଼ାରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ତେଲକୋଇ ସରୁଆଳି ଗ୍ରାମର କିଶୋର ଖିଲାରଙ୍କ ପତ୍ନୀ କୁମୁଦିନୀ ଖିଲାର(22)ପୂର୍ବରୁ କରୋନା ଟିକାର ପ୍ରଥମ ଡୋଜ ନେଇଥିଲେ। ସେତେବେଳେ ତାଙ୍କୁ ସାମାନ୍ୟ ଜ୍ଵର ହୋଇଥିଲା। ଶୁକ୍ରବାର ସେ ଟିକାର ଦ୍ଵିତୀୟ ଡୋଜ ନେବା କଥା। କିନ୍ତୁ ସେ ଟିକା ନେବାକୁ ଅମଙ୍ଗ ହୋଇଥିଲେ। […]

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନା ଟିକା ନେବାକୁ ଅମଙ୍ଗ ହେବାରୁ ସ୍ୱାମୀ ସ୍ତ୍ରୀ ଝଗଡ଼ାରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ତେଲକୋଇ ସରୁଆଳି ଗ୍ରାମର କିଶୋର ଖିଲାରଙ୍କ ପତ୍ନୀ କୁମୁଦିନୀ ଖିଲାର(22)ପୂର୍ବରୁ କରୋନା ଟିକାର ପ୍ରଥମ ଡୋଜ ନେଇଥିଲେ। ସେତେବେଳେ ତାଙ୍କୁ ସାମାନ୍ୟ ଜ୍ଵର ହୋଇଥିଲା। ଶୁକ୍ରବାର ସେ ଟିକାର ଦ୍ଵିତୀୟ ଡୋଜ ନେବା କଥା। କିନ୍ତୁ ସେ ଟିକା ନେବାକୁ ଅମଙ୍ଗ ହୋଇଥିଲେ। ତେଣୁ ତାଙ୍କ ସ୍ୱାମୀ ବିରକ୍ତି ହୋଇଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ଏତିକିରେ ରାଗିଯାଇ ମହିଳା ଜଣକ ରୋଷେଇ ଘରେ ନିଜ ଶାଢୀରେ ରଶୀ ଲଗାଇ ଆତ୍ମହତ୍ୟା କରିଥିବାନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର