ମାଓ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟରେ ରଖିଲେ ୫ ସୂତ୍ରୀ ପ୍ରସ୍ତାବ

The Sakala Picture
Published On

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାଓ ପ୍ରଭାବିତ ରାଜ୍ୟର ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦ଟି ମାଓ ପ୍ରଭାବିତ ରାଜ୍ୟକୁ ନେଇ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ ମାଓବାଦୀ ପ୍ରଭାବିତ ଅଂଚଳଗୁଡିକରେ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। Thank Union Home Min @amitshah ji for convening this meeting on left-wing extremism which remains a […]

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାଓ ପ୍ରଭାବିତ ରାଜ୍ୟର ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦ଟି ମାଓ ପ୍ରଭାବିତ ରାଜ୍ୟକୁ ନେଇ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ ମାଓବାଦୀ ପ୍ରଭାବିତ ଅଂଚଳଗୁଡିକରେ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଏଥି ସହିତ ଏହି ବୈଠକରେ ନବୀନ ମାଓ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମିର ବିକାଶକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆଗରେ ୫ ସୂତ୍ରୀ ପ୍ରସ୍ତାବ ରଖିଛନ୍ତି। ରାଜ୍ୟରେ ମାଲକାନଗିରି ଦେଇ ଜୟପୁର –ମୋଟୁ ଜାତୀୟ ରାଜପଥ-୩୨୬ର ଚାରି ଲେନିଂ ପାଇଁ ପ୍ରସ୍ତାବ ଦେଇଛନ୍ତି ନବୀନ । ଏହା ହେଲେ ପୂର୍ବ ଭାରତର ଛତିଶଗଡ, ଝାଡଖଣ୍ଡରୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକୁ ଏକ ସମାନ୍ତରାଳ ଯାତାୟତ ପଥ ବାହାରିବ । ଏହି କରିଡର ଦ୍ୱାରା ଯାତ୍ରା ସମୟ ହ୍ରାସ ହେବା ସହ ସଂପୃକ୍ତ ଅଂଚଳରେ ଅର୍ଥନୈତିକ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିସହିତ ଦକ୍ଷିଣ ଓ ପଶ୍ଚିମ ଓଡିଶାର ଅନେକ ଅଂଚଳରେ ମୋବାଇଲ୍ ଫୋନ ସେବା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ୬ ହଜାର ୨୭୮ଟି ଗାଁରେ ମୋବାଇଲ୍ ଯୋଗାଯୋଗ ନାହିଁ । ଓଡିଶା ପାଇଁ ୪୮୮ଟି ମୋବାଇଲ ଟାୱାର ଅନୁମୋଦନ କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଦେଇଛନ୍ତି ନବୀନ । କିନ୍ତୁ ମୋବାଇଲ କଭର ହୋଇ ନ ଥିବା ଗାଁଗୁଡିକ ପାଇଁ ଆନୁମାନିକ ୨ ହଜାର ଅଧିକ ମୋବାଇଲ୍ ବେସ୍ ଷ୍ଟେସନ ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଅନ୍ୟପଟେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ଅନ୍ତର୍ଗତ ଜିଲ୍ଲା ଗୁଡ଼ିକ ବର୍ତ୍ତମାନ ରେଳବାଇ ନେଟୱର୍କରେ ଆସୁନାହାନ୍ତି । ରେଲୱେ ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ସହଭାଗିତାରେ ଜୟପୁରରୁ ନବରଙ୍ଗପୁର ଓ ଜୟପୁରରୁ ମାଲକାନଗିରି ପ୍ରକଳ୍ପ ଲାଗି କାର୍ୟ୍ୟ କରୁଛନ୍ତି । ପ୍ରକଳ୍ପରେ ସ୍ଥାନିତ ହୋଇ ନଥିବା ୧୫୩ କିଲୋମିଟର ଦୀର୍ଘ ମାଲକାନଗିରରୁ ଭଦ୍ରାଚଳମ ଓ ୧୧୮ କିଲୋମିଟର ଦୀର୍ଘ ନବରଙ୍ଗପୁରରୁ ଜୁନାଗଡ଼ ଗୁରୁତ୍ୱପୂର୍ଣ୍ଣ ରୁଟ୍ । ଏହି ପଥର ବିକାଶ ହେଲେ ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ସମ୍ଭବ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମାଓବାଦୀ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସୁବିଧା ସୃଷ୍ଟି କରିବାରେ ଆମେ ସଫଳ ହୋଇ ନାହୁଁ। ବିନା ମୂଲ୍ୟରେ ବ୍ୟାଙ୍କ ଶାଖା ସ୍ଥାପନ ପାଇଁ ରାଜ୍ୟ ସରକାର ଜମି, ନିର୍ମାଣ ଇତ୍ୟାଦି ଯୋଗାଇ ଦେବେ। ଏକ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ମଧ୍ୟରେ ବ୍ୟାଙ୍କ ଗଠନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ଦେଶର ଏହି ମାଓ ପ୍ରଭାବିତ ଅଞ୍ଚଳରୁ କେତେ ପିଲା ନିଟ୍, ଆଇଆଇଟି ଓ ଜେଇଇ ଇତ୍ୟାଦି ଜାତୀୟ ସ୍ତରର ପରୀକ୍ଷାରେ ସଫଳ ହୋଇଛନ୍ତି ସେନେଇ କେନ୍ଦ୍ର ସରକାର ଏକ ଅଧ୍ୟୟନ କରିବା ସହ ଅଧିକ ଛାତ୍ରଛାତ୍ରୀମାନେ ଯେପରି ଅଧିକ ସଫଳ ହୋଇପାରିବେ ସେଥିଲାଗି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଏକ ସର୍ବେକ୍ଷଣ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

26 Sep 2021 By The Sakala

https://www.thesakala.in/latest-odisha-news/cm-naveen-patnaik-emphasis-on-infrastructure-development-in-maoist-affected-areas/article-5658
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର