ପିପିଲି ଉପ-ନିର୍ବାଚନ: ନିଜ ଅସ୍ତ୍ର ବିଜେପିକୁ ବୁମେରାଂ

The Sakala Picture
Published On

ଭୁବନେଶ୍ୱର: ସମୟ ବଡ଼ ବଳବାନ। ସମୟ ନିଜ ସ୍ରୋତରେ କେତେ ଚରିତ୍ର, ଘଟଣାବଳିକୁ ପାସୋରି ଦେଇଥାଏ। କିଛି ଦିନ, ମାସର ବ୍ୟବଧାନ ରାଜନୈତିକ ଦୃଶ୍ୟପଟକୁ ବହୁଳ ଭାବେ ପ୍ରଭାବିତ କରିଥାଏ। ଯାହାର ଉଦାହରଣ ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ଗତ ମାର୍ଚ୍ଚ-ଏପ୍ରିଲରେ ଯେତେବେଳେ ପିପିଲିରେ ନିର୍ବାଚନ ପ୍ରଚାର ହେଉଥିଲା। ସେତେବେଳେ ବିଜେପି ଅସ୍ତ୍ର କରୁଥିବା ପ୍ରସଙ୍ଗ ଆଜି ସେମାନଙ୍କ ପାଇଁ ବୁମେରାଂ ହେବାରେ ଲାଗିଛି। ମହଙ୍ଗା ପେଟ୍ରୋଲିୟମ ସାମଗ୍ରୀ, ରନ୍ଧନ ଗ୍ୟାସ […]

ଭୁବନେଶ୍ୱର: ସମୟ ବଡ଼ ବଳବାନ। ସମୟ ନିଜ ସ୍ରୋତରେ କେତେ ଚରିତ୍ର, ଘଟଣାବଳିକୁ ପାସୋରି ଦେଇଥାଏ। କିଛି ଦିନ, ମାସର ବ୍ୟବଧାନ ରାଜନୈତିକ ଦୃଶ୍ୟପଟକୁ ବହୁଳ ଭାବେ ପ୍ରଭାବିତ କରିଥାଏ। ଯାହାର ଉଦାହରଣ ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ଗତ ମାର୍ଚ୍ଚ-ଏପ୍ରିଲରେ ଯେତେବେଳେ ପିପିଲିରେ ନିର୍ବାଚନ ପ୍ରଚାର ହେଉଥିଲା। ସେତେବେଳେ ବିଜେପି ଅସ୍ତ୍ର କରୁଥିବା ପ୍ରସଙ୍ଗ ଆଜି ସେମାନଙ୍କ ପାଇଁ ବୁମେରାଂ ହେବାରେ ଲାଗିଛି। ମହଙ୍ଗା ପେଟ୍ରୋଲିୟମ ସାମଗ୍ରୀ, ରନ୍ଧନ ଗ୍ୟାସ ସହ ଖାଦ୍ୟ ସାମଗ୍ରୀ ସହ ‘ଆବାସ’, ଫନି ସହାୟତା ଏବେ ବିଜେପି ପାଇଁ ଆତ୍ମଘାତୀ ସାବ୍ୟସ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

ଫନୀ ସହାୟତା ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ ନିଶାଣ କରିବାକୁ ଯାଇ ନିଜେ ଅଡ଼ୁଆରେ ପଡ଼ିଛି। ଦିନକ ପୂର୍ବରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଫନୀ ସହାୟତା ପ୍ରସଙ୍ଗ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ। ଯଦି ପିପିଲି ଉପନିର୍ବାଚନରେ ବିଜେପି ବିଜୟୀ ହୁଏ, ତେବେ ମାତ୍ର ୧୫ ଦିନ ମଧ୍ୟରେ ସମସ୍ତଙ୍କୁ ଫନୀ ସହାୟତା ଦିଆଯିବ ବୋଲି ଘୋଷଣା କରି ବିବାଦକୁ ଡ଼ାକି ଆଣିଛନ୍ତି। ତାଙ୍କରି ଦଳର ଦୁଇ ବିଧାୟକ ଥିବା ପୁରୀ ଓ ବ୍ରହ୍ମଗିରି ବାସିନ୍ଦାଙ୍କୁ ଫନି ସହାୟତା ୨ ବର୍ଷ ହେଲା ମିଳି ନ ଥିବା ପ୍ରସଙ୍ଗ ଉଠାଇ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଏବଂ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ବିଜେପି ଓ ସମୀରଙ୍କୁ ଅଡ଼ୁଆରେ ପକାଇଛନ୍ତି।

ଆହୁରି ପଢ଼ନ୍ତୁ: ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜନଜୀବନ: ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ରୁଦ୍ର ମହାରଥୀ କହିଛନ୍ତି ଯେ, ବିଜେପି ସଭାପତି ପିପିଲି ବାସୀଙ୍କୁ ୧୫ ଦିନରେ ସହାୟତା ଦେବା କଥା କହୁଛନ୍ତି। ହେଲେ ସେ ଭୁଲିଯାଉଛନ୍ତି ପୁରୀ ଏବଂ ବ୍ରହ୍ମଗିରିରେ ବିଜେପି ବିଧାୟକ ୨ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ରହିଲେଣି। ସେହି ୨ ନିର୍ବାଚନମଣ୍ଡଳୀରେ ଫନୀ ସହାୟତା ସମସ୍ତଙ୍କୁ ମିଳିପାରି ନାହିଁ। ତେଣୁ ବିଜେପି ନେତାମାନେ ମିଥ୍ୟା ଓ ଫମ୍ପା ରାଜନୀତିରୁ ଦୂରେଇ ରୁହନ୍ତୁ ବୋଲି ରୁଦ୍ର ଉଲ୍ଲେଖ କରି ଆସନ୍ତା ୩ ତାରିଖରେ ବିଜେପି ନିଜର ପ୍ରକୃତ ସ୍ଥିତି କ’ଣ ଜାଣିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ଅନ୍ୟପକ୍ଷରେ ସତ୍ୟବାଦୀ ବିଧାୟକ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ, ବିଜେପିର ଶୀର୍ଷ ନେତୃବୃନ୍ଦ ଏପରିକି ପ୍ରଧାନମନ୍ତ୍ରୀଙ୍କ କଥାର ମଧ୍ୟ ଓଜନ ରହୁନାହିଁ। ଅଚ୍ଛେଦିନ କହି ମହଙ୍ଗାର ଦିନ ଆଣିସାରିଲେଣି। ସେ ଭିତରେ ରାଜ୍ୟ ବିଜେପି ନେତାଙ୍କ କଥା କିଏ ପଚାରେ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି। ପିପିଲି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ ବିଜେପିକୁ ପିପିଲି ବାସୀ କାହିଁକି ଭୋଟ ଦେବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ପେଟ୍ରୋଲ ଡ଼ିଜେଲ ୧୦୦ ଟଙ୍କାରେ ପହଞ୍ଚିଛି। ଖାଇବା ତେଲ, ଡ଼ାଲି ମହରଗ ହୋଇଛି। ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା ପରି ଉଜ୍ଜ୍ୱଳା ଯୋଜନା ସିଲିଣ୍ଡର ୫୦୦ ଟଙ୍କା ହେଉଥିଲା ବେଳେ ଗ୍ୟାସ ଭରିଲା ବେଳକୁ ୯୦୦ କି ୧୦୦୦ ଗଣିବାକୁ ପଡୁଛି। ତେଣୁ ବିଜେପି ପିପିଲିବାସୀଙ୍କ ଠାରୁ ଭୋଟ୍‍ ଆଶା ନ ରଖୁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ଅନ୍ୟପକ୍ଷରେ ନିର୍ବାଚନ ସ୍ଥଗିତ ରହିଥିଲେ ବି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ବିଜେଡି ଲୋକଙ୍କ ସହ ରହିଛି। ଗତ ସପ୍ତାହ ମଧ୍ୟରେ ଘୋରଡିଆ, ଚନ୍ଦ୍ରାଦେଇପୁର ଆଦି ଅଞ୍ଚଳରେ ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଆସନ୍ତା ୧୧ ଏବଂ ୧୨ ତାରିଖରେ ଓଡ଼ିଶା ମୋ ପରିବାର ଏବଂ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ହେବାର ରହିଛି। ଏଥିରେ ମହିଳା ଜନତା ଦଳ, ଛାତ୍ର ଓ ଯୁବ କର୍ମକର୍ତ୍ତା ଯୋଗ ଦେବେ। ତେଣୁ ସ୍ଥାନୀୟ ଅଞ୍ଚଳରେ ବିଜେଡିର ପ୍ରଚାରର ଆବଶ୍ୟକତା ନ ଥିବା ତୃଣମୂଳ କର୍ମୀ ଦାବି କରିଛନ୍ତି। ସେହିପରି ଆଉ ୪ ମାସ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ପିପିଲିରେ ୪ଟି ଜିଲ୍ଲା ପରିଷଦ ଜୋନ୍‍, ଗୋଟିଏ ବିଜ୍ଞପିତ ଅଞ୍ଚଳ,୨ଟି ବ୍ଲକ ଏବଂ ୪୬ଟି ପଞ୍ଚାୟତ ରହିଛି। ତେଣୁ ତୃଣମୂଳସ୍ତରରେ କର୍ମୀମାନଙ୍କ ସକ୍ରିୟତା ବହୁଳ ଭାବେ ବୃଦ୍ଧି ପାଇଛି। ଯାହା ଗତ ଏପ୍ରିଲ-ମେ ମାସ ତୁଳନାରେ ବିଜେଡି ପାଇଁ ଅଧିକ ସହଜ ସ୍ଥିତି ସୃଷ୍ଟି କରିଛିି। ଅନୁରୂପ ଭାବରେ ରାଜ୍ୟ ସରକାର ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି। ପିପିଲି ଅଞ୍ଚଳରେ ଚଷା, ଖଣ୍ଡାୟତ,କମାର, ଭଣ୍ଡାରୀ, ତେଲୀ ଇତ୍ୟାଦି ବହୁଳ ଭାବେ ରହିଛନ୍ତି। ଏମାନେ ସମସ୍ତେ ପଛୁଆବର୍ଗର ପ୍ରତିନିଧିତ୍ୱ କରିଥାନ୍ତି। ତେଣୁ ନିକଟରେ ନିଆଯାଇଥିବା ନିଷ୍ପତ୍ତିକୁ ବିଜେଡିକୁ ୨ ପାଦ ଆଗରେ ରଖିବ ବୋଲି ରାଜନୈତିକ ସମୀକ୍ଷକମାନେ ମନେକରୁଛନ୍ତି।

ପିପିଲି ନିର୍ବାଚନରେ ସମସ୍ତ ପ୍ରାର୍ଥୀ ଓ କର୍ମଚାରୀ ଉଭୟ ଡୋଜ୍‍ ଟିକା ନେବା ଜରୁରୀ
ପିପିଲି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ସମସ୍ତ ପ୍ରାର୍ଥୀ ଓ କମର୍ଚାରୀମାନେ ଉଭୟ ଡୋଜ୍‍ କୋଭିଡ୍‍ ଟିକା ନେବା ଜରୁରୀ। ମଙ୍ଗଳବାର ପୁରୀ ଏଡିଏମ୍‍ ତଥା ରିଟର୍ଣ୍ଣିଂ ଅଧିକାରୀ ସମସ୍ତ ପ୍ରାର୍ଥୀଙ୍କୁ ପତ୍ର ଲେଖି କହିଛନ୍ତି ଯେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରାର୍ଥୀ, ନିର୍ବାଚନ ଏଜେଣ୍ଟ, ପୁଲିଂ ଏଜେଣ୍ଟ, ଗଣତି ଏଜେଣ୍ଟ, ଗାଡ଼ି ଚାଳକ ଏବଂ ନିର୍ବାଚନ ପରିଚାଳନା ସହ ଜଡ଼ିତ ସମସ୍ତ କର୍ମଚାରୀ ଦୁଇ ଡୋଜ୍‍ କୋଭିଡ୍‍ ଟିକା ନେବା ଜରୁରୀ। ତେଣୁ ପିପିଲି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ସମସ୍ତ ପ୍ରାର୍ଥୀ ଏବଂ କର୍ମଚାରୀମାନେ ଦୁଇଟି ଯାକ ଡୋଜ୍‍ ନେବା ସହ ନିର୍ବାଚନ ଦିବସ, ଗଣନା ଦିବସ ଓ ବୈଠକ ସ୍ଥଳରେ ଆବଶ୍ୟକ ହେଲେ ଚୂଡ଼ାନ୍ତ ଟିକା ପ୍ରମାଣପତ୍ର ଦେଖାଇବା ଜରୁରୀ।

08 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର