ତେଜିଲା ‘ମୋ ବସ୍‍’ ବିବାଦ

The Sakala Picture
Published On

ଭୁବନେଶ୍ୱର : ମୋ ବସ୍‍ ଓ ଘରୋଇ ବସ୍‍ ମାଲିକ ସଂଘ ମଧ୍ୟରେ ହୋଇଥିବା ବିବାଦ ତେଜିବାରେ ଲାଗିଛି। ୭୧ ନମ୍ବର ରୁଟ୍‍ରେ ‘ମୋ ବସ୍‍’ ଚଳାଚଳକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି। ୧ ତାରିଖଠାରୁ ଏହିି ରୁଟ୍‍ରେ ଭୁବନେଶ୍ୱର ବରମୁଣ୍ଡାରୁ କୋଣାର୍କକୁ ‘ମୋ ବସ୍‍’ ଗଡ଼ିବା ପରେ ଘରୋଇ ବସ୍‍ ମାଲିକ ସଂଘ ଏହାକୁ ବିରୋଧ କରି ଆସୁଛି। ଏହି ରୁଟ୍‍ରେ ଗାଡ଼ି ଚାଳନା ପାଇଁ ‘ମୋ ବସ୍‍’ ପରମିଟ୍‍ ନେଇ ନ ଥିବା […]

ଭୁବନେଶ୍ୱର : ମୋ ବସ୍‍ ଓ ଘରୋଇ ବସ୍‍ ମାଲିକ ସଂଘ ମଧ୍ୟରେ ହୋଇଥିବା ବିବାଦ ତେଜିବାରେ ଲାଗିଛି। ୭୧ ନମ୍ବର ରୁଟ୍‍ରେ ‘ମୋ ବସ୍‍’ ଚଳାଚଳକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି। ୧ ତାରିଖଠାରୁ ଏହିି ରୁଟ୍‍ରେ ଭୁବନେଶ୍ୱର ବରମୁଣ୍ଡାରୁ କୋଣାର୍କକୁ ‘ମୋ ବସ୍‍’ ଗଡ଼ିବା ପରେ ଘରୋଇ ବସ୍‍ ମାଲିକ ସଂଘ ଏହାକୁ ବିରୋଧ କରି ଆସୁଛି। ଏହି ରୁଟ୍‍ରେ ଗାଡ଼ି ଚାଳନା ପାଇଁ ‘ମୋ ବସ୍‍’ ପରମିଟ୍‍ ନେଇ ନ ଥିବା ବେଳେ ସମୟ ସାରଣୀ ନିୟମ ଖିଲାପ କରୁଥିବା ଘରୋଇ ବସ୍‍ ମାଲିକ ସଂଘ ଅଭିଯୋଗ କରିଛି। ଏନେଇ ଶୁକ୍ରବାର ସଂଘର ସଦସ୍ୟମାନେ ପରିବହନ କମିସନରଙ୍କୁ ଭେଟି ମୋ ବସ୍‍ ପରିଚାଳନା ସଂସ୍ଥାର ମନମାନି ସମ୍ପର୍କରେ ଅବଗତ କରାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସଂଘର ସଦସ୍ୟ ବରଦା ଆଚାର୍ଯ୍ୟ କହିଛନ୍ତି ଯେ ପରିବହନ କମିସନରଙ୍କୁ ସମସ୍ତ ବିଷୟରେ ଅବଗତ କରାଯାଇଥିବା ବେଳେ ପରିବହନ କମିସନର ସେମାନଙ୍କୁ ୩ ଦିନ ସମୟ ମାଗିଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ତେବେ ବିନା ପରମିଟ୍‍ରେ ଗାଡ଼ି ଚଳାଉଥିଲେ ପରିବହନ ବିଭାଗ ପକ୍ଷରୁ କ୍ରୁଟ୍‍କୁ ନୋଟିସ୍‍ କରାଯିବ ବୋଲି ପରିବହନ କମିସନର ସେମାନଙ୍କୁ କହିଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ‘ମୋ ବସ୍‍’ ଚଳାଇବାକୁ ସଂଘ ବିରୋଧ କରୁନାହିଁ। କିନ୍ତୁ ଏଥିପାଇଁ ସେମାନେ ଅନୁମତି ଆଣି ଗାଡ଼ି ଚଳାନ୍ତୁ ବୋଲି ସଂଘ ଦାବି କରୁଛି। ସମସ୍ତଙ୍କ ପାଇଁ ଗୋଟିଏ ନିୟମ ଥିବା ବେଳେ କ୍ରୁଟ୍‍ ମଧ୍ୟ ଏହି ନିୟମ ପାଳନ କରି ସମୟସାରଣୀ ମାନି ଗାଡ଼ି ଚଳାଉ ବୋଲି ସଂଘ କହିଛି। ସୂଚନା ଥାଉକି ଗୁରୁବାର ସକାଳେ ବରମୁଣ୍ଡାରୁ ବସ୍‍ ବାହାରିବା ସମୟରେ ଘରୋଇ ବସ୍‍ ମାଲିକ ସଂଙ୍ଘର କର୍ମକର୍ତ୍ତାମାନେ ଏହି ବସ୍‍କୁ ଅଟକ ରଖିଥଲା। ପରେ ‘ମୋ ବସ୍‍’ ପରିଚାଳନା ସଂସ୍ଥା କ୍ରୁଟ୍‍ର ସଦସ୍ୟମାନେ ବସ୍‍ ମାଲିକ ସଂଘ ସହିତ ଆଲୋଚନା କରିଥିଲେ। ହେଲେ ଏଥିରୁ କୌଣସି ନିର୍ଯ୍ୟାସ ନ ବାହାରିବାରୁ ଘରୋଇ ବସ ମାଲିକ ସଂଘ କମିସନରଙ୍କ ଦ୍ୱାରସ୍ଥ ହୋଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର