ଟିଉସନରୁ ଫେରୁଥିବାବେଳେ ବିଚ୍‌ ରାସ୍ତାରୁ ଛାତ୍ରୀଙ୍କୁ ଅପହରଣ, ସିସି ଟିଭିରେ ଦୃଶ୍ୟ କଏଦ

The Sakala Picture
Published On

ଭଦ୍ରକ: ଟିଉସନରୁ ଫେରୁଥିବା ବେଳେ ରାସ୍ତା ମଝିରୁ ଜଣେ ଛାତ୍ରୀଙ୍କୁ ଏକ ଇଣ୍ଡିଗୋ କାରରେ ଜବରଦସ୍ତ ଯୁବକ ଜଣକ ଠେଲି ପେଲି ଅପହରଣ କରି ନେଇ ଯାଉଥିବାର ସିସି ଟିଭି ଫୁଟେଜ ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ମହୁଲିଆ ଛକ ନିକଟରେ। ପରିବାର ଲୋକେ ଝିଅକୁ ଅପହରଣ କରିଯାଇଥିବା ନେଇ ଗତ ୧୯ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ହାତ ଖାଲି […]

ଭଦ୍ରକ: ଟିଉସନରୁ ଫେରୁଥିବା ବେଳେ ରାସ୍ତା ମଝିରୁ ଜଣେ ଛାତ୍ରୀଙ୍କୁ ଏକ ଇଣ୍ଡିଗୋ କାରରେ ଜବରଦସ୍ତ ଯୁବକ ଜଣକ ଠେଲି ପେଲି ଅପହରଣ କରି ନେଇ ଯାଉଥିବାର ସିସି ଟିଭି ଫୁଟେଜ ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ମହୁଲିଆ ଛକ ନିକଟରେ। ପରିବାର ଲୋକେ ଝିଅକୁ ଅପହରଣ କରିଯାଇଥିବା ନେଇ ଗତ ୧୯ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ହାତ ଖାଲି କରି ବସିଛି। ଏନେଇ ପରିବାର ଲୋକେ ଗତ ୧୦ ଦିନ ହେଲା ଥାନାକୁ ଦୌଡୁଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇଁ ପାରିନଥିଲେ। ଏବେ ଯୁବତୀଙ୍କ ସୁରକ୍ଷା ନେଇ ପରିବାର ଓ ସମ୍ପର୍କୀୟ ଚିନ୍ତାରେ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

ମହୁଲିଆ ଛକ ନିକଟ ଏକ ସିମେଣ୍ଟ ଦୋକାନରୁ ସିସି ଟିଭି ଫୁଟେଜ ମିଳିବା ପରେ ଝିଅର ଉଦ୍ଧାର ପାଇଁ ପୋଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ତେବେ ଅପହରଣ କରିଥିବା ଯୁବକ ଜଣକ ମତୋ ଚଷାଖଣ୍ଡ ଗାଁର ପୃଥ୍ୱୀରାଜ କରଣ ବୋଲି ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାଯାଏ ଗତ ୧୯ ତାରିଖ ଦିନ ଝିଅ ସବୁଦିନ ପରି ସକାଳେ ଚାନ୍ଦବାଲି କୁ ଟିଉସନ ଆସୁଥିଲା। ହେଲେ ଟିଉସନରୁ ଘରକୁ ଫେରିନଥିଲା । ଟିଉସନ ସାରଙ୍କ ସହିତ ଯୋଗାଯୋଗ କରିବାରେ ସାର କହିଥିଲେ କି ଏକ ଟାଟା ମ୍ୟାଜିକରେ ଝିଅ ଘରକୁ ଯାଇଛି ବୋଲି। ଝିଅ ଘରେ ନପହଂଚିବାରୁ ବହୁ ଖୋଜା ଖୋଜି କରିବା ପରେ କୌଣସି ଖୋଜ ଖବର ମିଳି ନଥିଲା । ପୂର୍ବରୁ ମତୋ ଅଂଚଳରେ ପୃଥ୍ୱୀରାଜ କରଣ ଝିଅକୁ ବିଭିନ୍ନ ସମୟରେ ହଇରାଣ କରୁଥିଲା ଓ ସେ ହିଁ ଝିଅକୁ ଅପହରଣ କରିଥିବା ନେଇ ଝିଅର ମା ଥାନାରେ ଅଭିଯୋଗ କରିଥିଲେ। ଅନ୍ୟ ପଟରେ ଚାନ୍ଦବାଲି ଥାନାର ଆଇଆଇସି କରୁଣାକର ରାଉତ କହିଛନ୍ତି ଝିଅର ମାଆ ମଞ୍ଜୁଲତା ପଣ୍ଡାଙ୍କ ଏତଲା ଅନୁଯାଇ ନିଖୋଜ ମାମଲା ରୁଜ୍ଜୁ କରି ତଦନ୍ତ ଚାଲିଛି। ସିସି ଟିଭି ଫୁଟେଜ ଏବେ ହସ୍ତଗତ ହୋଇଛି ଓ ଝିଅକୁ ଉଦ୍ଧାର ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ଜଣା ପଡିବ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

28 Aug 2021 By The Sakala

ଟିଉସନରୁ ଫେରୁଥିବାବେଳେ ବିଚ୍‌ ରାସ୍ତାରୁ ଛାତ୍ରୀଙ୍କୁ ଅପହରଣ, ସିସି ଟିଭିରେ ଦୃଶ୍ୟ କଏଦ

ଭଦ୍ରକ: ଟିଉସନରୁ ଫେରୁଥିବା ବେଳେ ରାସ୍ତା ମଝିରୁ ଜଣେ ଛାତ୍ରୀଙ୍କୁ ଏକ ଇଣ୍ଡିଗୋ କାରରେ ଜବରଦସ୍ତ ଯୁବକ ଜଣକ ଠେଲି ପେଲି ଅପହରଣ କରି ନେଇ ଯାଉଥିବାର ସିସି ଟିଭି ଫୁଟେଜ ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ମହୁଲିଆ ଛକ ନିକଟରେ। ପରିବାର ଲୋକେ ଝିଅକୁ ଅପହରଣ କରିଯାଇଥିବା ନେଇ ଗତ ୧୯ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ହାତ ଖାଲି କରି ବସିଛି। ଏନେଇ ପରିବାର ଲୋକେ ଗତ ୧୦ ଦିନ ହେଲା ଥାନାକୁ ଦୌଡୁଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇଁ ପାରିନଥିଲେ। ଏବେ ଯୁବତୀଙ୍କ ସୁରକ୍ଷା ନେଇ ପରିବାର ଓ ସମ୍ପର୍କୀୟ ଚିନ୍ତାରେ ଅଛନ୍ତି ।

ମହୁଲିଆ ଛକ ନିକଟ ଏକ ସିମେଣ୍ଟ ଦୋକାନରୁ ସିସି ଟିଭି ଫୁଟେଜ ମିଳିବା ପରେ ଝିଅର ଉଦ୍ଧାର ପାଇଁ ପୋଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ତେବେ ଅପହରଣ କରିଥିବା ଯୁବକ ଜଣକ ମତୋ ଚଷାଖଣ୍ଡ ଗାଁର ପୃଥ୍ୱୀରାଜ କରଣ ବୋଲି ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାଯାଏ ଗତ ୧୯ ତାରିଖ ଦିନ ଝିଅ ସବୁଦିନ ପରି ସକାଳେ ଚାନ୍ଦବାଲି କୁ ଟିଉସନ ଆସୁଥିଲା। ହେଲେ ଟିଉସନରୁ ଘରକୁ ଫେରିନଥିଲା । ଟିଉସନ ସାରଙ୍କ ସହିତ ଯୋଗାଯୋଗ କରିବାରେ ସାର କହିଥିଲେ କି ଏକ ଟାଟା ମ୍ୟାଜିକରେ ଝିଅ ଘରକୁ ଯାଇଛି ବୋଲି। ଝିଅ ଘରେ ନପହଂଚିବାରୁ ବହୁ ଖୋଜା ଖୋଜି କରିବା ପରେ କୌଣସି ଖୋଜ ଖବର ମିଳି ନଥିଲା । ପୂର୍ବରୁ ମତୋ ଅଂଚଳରେ ପୃଥ୍ୱୀରାଜ କରଣ ଝିଅକୁ ବିଭିନ୍ନ ସମୟରେ ହଇରାଣ କରୁଥିଲା ଓ ସେ ହିଁ ଝିଅକୁ ଅପହରଣ କରିଥିବା ନେଇ ଝିଅର ମା ଥାନାରେ ଅଭିଯୋଗ କରିଥିଲେ। ଅନ୍ୟ ପଟରେ ଚାନ୍ଦବାଲି ଥାନାର ଆଇଆଇସି କରୁଣାକର ରାଉତ କହିଛନ୍ତି ଝିଅର ମାଆ ମଞ୍ଜୁଲତା ପଣ୍ଡାଙ୍କ ଏତଲା ଅନୁଯାଇ ନିଖୋଜ ମାମଲା ରୁଜ୍ଜୁ କରି ତଦନ୍ତ ଚାଲିଛି। ସିସି ଟିଭି ଫୁଟେଜ ଏବେ ହସ୍ତଗତ ହୋଇଛି ଓ ଝିଅକୁ ଉଦ୍ଧାର ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ଜଣା ପଡିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର