ଖୁବଶୀଘ୍ର ଖୋଲିବ ଓରାଙ୍ଗଉଟାନ ରହସ୍ୟ: ଦୀଘା ହୋଟେଲ୍‌ରେ ଛାନ୍‌ଭିନ୍‌, ୩ ଜଣଙ୍କୁ ଉଠାଇଆଣିଲା ଏସ୍‌ଟିଏଫ୍‌

Madhusudan Das Picture
Published On

ଭୁବନେଶ୍ୱର: ଖୁବଶୀଘ୍ର ଖୋଲିବ ଓରାଙ୍ଗଉଟାନ ରହସ୍ୟ । ଓଡ଼ିଶାରେ ୫ ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଲାଗି ରହିଛି। ଏହି ବିରଳ ପ୍ରଜାତିର ଜନ୍ତୁଙ୍କୁ କେଉଁମାନେ ଆଣିଥିଲେ ତାକୁ ନେଇ ରହସ୍ୟ ଲାଗିରହିଛି। ଶୁକ୍ରବାର ପୁଲିସ ଡିଜି ବିନୟତୋଷ ମିଶ୍ର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)କୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଧିବଦ୍ଧ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ ହୋଇଛି ବୋଲି ଡିଜିପି କହିଛନ୍ତି। 

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲରୁ ୩ ଜଣଙ୍କୁ ଉଠାଇଆଣି ଏସଟିଏଫ୍‌ ପଚରାଉଚରା କରୁଥିବା ଜଣାପଡ଼ିଛି। ହୋଟେଲ୍‌ର ମାଲିକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ତେବେ ସିସିଟିଭି ଫୁଟେଜରେ ଦେଖାଯାଉଥିବା ଉକ୍ତ କଳାରଙ୍ଗର ଥର୍‌ ଗାଡ଼ି ହୋଟେଲ୍‌ ମାଲିକଙ୍କ ବୋଲି ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଡିଜିପି କହିଛନ୍ତି ଏହି ଘଟଣାରେ ଏସ୍‌ଟିଏଫ୍‌ ତଦନ୍ତ କରୁ ବୋଲି ଆମକୁ ପିସିସିଏଫ୍‌ ଅନୁରୋଧ କରିଥିଲେ। ଏଣୁ ଶୁକ୍ରବାର ଠାରୁ ଏହି ମାମଲାକୁ ନେଇ ଆମେ ତଦନ୍ତ ଆରମ୍ଭ କରିଛୁ। ଏସ୍‌ଟିଏଫ୍‌ର ୱାଇଲ୍ଡ ଲାଇଫ୍‌ ୱିଙ୍ଗ୍‌ ଏହି ମାମଲାର ଖୋଳତାଡ଼ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର