ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ, ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

Madhusudan Das Picture
Published On

ଭୁବନେଶ୍ୱର: ପୋଲିସ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜରୁରୀ ସେବା ପ୍ରାପ୍ତି ନିମନ୍ତେ ପୋଲିସ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହିଁ । ପୋଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ଵରିତ ସେବା ଯୋଗାଇ ଦେବାକୁ ଓଡିଶା ପୋଲିସ ଏକ ଅଭିନଵ ପଦକ୍ଷେପ ଗ୍ରହଣ କରିଛି। ଏଣିକି ଘରେ ବସି ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ ମାଧ୍ୟମରେ ସାଧାରଣ ଲୋକମାନେ ୧୪ଟି ପୋଲିସ-ନାଗରିକ ସେବା ପାଇପାରିବେ । ଡିଜିପି ଶ୍ରୀ ବିନୟତୋଷ ମିଶ୍ର ଆଜି ଡିଜିପି କ୍ୟାମ୍ପ ଅଫିସ୍, ଭୁବନେଶ୍ୱରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ Centre for Modernizing Government Initiative (CMGI), State Crime Records Bureau (SCRB), ଓଡ଼ିଶା ପୋଲିସ ଏବଂ Meta India (WhatsApp)ର ସହଭାଗିତାରେ  ‘ଆମ ସାଥୀ’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍  ଜନ ସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ବିକଶିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଚିଲିକାରେ ପ୍ରହସନ ପାଲଟିଛି ବୋଟ୍ ଆମ୍ବୁଲାନ୍ସ ସେବା, ଖତ ଖାଉଛି ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି, ଦୁର୍ଦ୍ଦଶାରେ ଦ୍ୱୀପାଞ୍ଚଳବାସୀ

ଓଡ଼ିଶା ସରକାରଙ୍କ ନାଗରିକ-କେନ୍ଦ୍ରିକ ଡିଜିଟାଲ୍ ସୁଶାସନ ପଦକ୍ଷେପ ଅଧୀନରେ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍’ରେ ଏହି ସେବାଗୁଡ଼ିକୁ ଯୋଡ଼ାଯାଇଛି। ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (SCRB), ଓଡ଼ିଶା ପୋଲିସ ପକ୍ଷରୁ ଏଥିପାଇଁ ଆବଶ୍ୟକୀୟ  ବୈଷୟିକ ସମନ୍ୱୟ ସମ୍ପୂର୍ଣ୍ଣ କରାଯାଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ହୃଦୟଛୁଆଁ କାହାଣୀ: ପରସ୍ପରକୁ ଜାବୁଡି ଧରି ବଞ୍ଚିଛନ୍ତି ୫ ଛୁଆ ଓରାଙ୍ଗଉଟାନ୍‌; ମା' ନାହିଁ, ହେଲେ ମା' ପରି ଅଛନ୍ତି ପରସ୍ପର

‘ଆମ ସାଥୀ’ ହେଉଛି ଓଡ଼ିଶା ସରକାରଙ୍କ ୨୪×୭ ଡିଜିଟାଲ୍ ସହାୟକ ବ୍ୟବସ୍ଥା । ହ୍ୱାଟ୍ସଆପ୍ ମାଧ୍ୟମରେ ଏଥିରେ ବିଭିନ୍ନ ସରକାରୀ ସେବା ସହଜରେ ଉପଲବ୍ଧ ହେଉଛି । ଗୃହ ବିଭାଗର ୟୁନିଫାଏଡ୍ ପ୍ଲାଟଫର୍ମର ORTPSA ଅଧୀନରେ ୧୪ଟି ପୋଲିସ-ନାଗରିକ ସେବା ଏବେ ‘ଆମ ସାଥୀ’ ସହ ସମନ୍ୱିତ ହୋଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା କ୍ରସ ଭୋଟିଂ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେଡି, ୮ ବିଧାୟକଙ୍କ ସଦସ୍ୟତା ରଦ୍ଦ ଲାଗି ପିଟିସନ୍

ନାଗରିକମାନେ ଏହି ବ୍ୟବସ୍ଥା ମାଧ୍ୟମରେ ଘରେ ବସି ଆବଶ୍ୟକୀୟ ପୋଲିସ ସେବା ପାଇଁ ଆବେଦନ କରିପାରିବେ । ଆବଶ୍ୟକ ତଥ୍ୟ ଓ ଦଲିଲ୍ ଦାଖଲ କରିବା ସହ ଆବେଦନର ସ୍ଥିତି ମଧ୍ୟ ଜାଣିପାରିବେ । ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ବ୍ୟବସ୍ଥା ରହିଛି, ସେଠାରେ ଅନୁମୋଦିତ ଦଲିଲ୍ ମଧ୍ୟ ହ୍ୱାଟ୍ସଆପ୍ରେ ପାଇପାରିବେ ।

ହ୍ୱାଟ୍ସଆପ୍‌ରେ ମିଳିବ  ନିମ୍ନଲିଖିତ ୧୪ଟି ପୋଲିସ ସେବା
୧. ଚରିତ୍ର ପ୍ରମାଣପତ୍ର
୨. ବରିଷ୍ଠ ନାଗରିକ ପଞ୍ଜୀକରଣ
୩. କର୍ମଚାରୀ ସତ୍ୟାପନ
୪. ହଜିଯାଇଥିବା ସମ୍ପତ୍ତି/ଦଲିଲ୍ ସମ୍ପର୍କିତ ରିପୋର୍ଟ
୫. ଲାଉଡ୍‌ସ୍ପିକର୍ ଅନୁମତି ପାଇଁ NOC
୬. ଭଡ଼ାଟିଆ/PG ସତ୍ୟାପନ
୭. ହଜିଯାଇଥିବା ସମ୍ପତ୍ତି ପଞ୍ଜୀକରଣ
୮. ନିଖୋଜ ବ୍ୟକ୍ତି ସମ୍ପର୍କିତ ସୂଚନା ଓ ପଞ୍ଜୀକରଣ 
୯. ଅଭିଯୋଗ ପଞ୍ଜୀକରଣ
୧୦. କର୍ମଚାରୀ/ଘରୋଇ ସହାୟକ ନିୟୋଜନ ସତ୍ୟାପନ
୧୧. କାର୍ଯ୍ୟକ୍ରମ/ପ୍ରଦର୍ଶନ ପାଇଁ ଅନୁମତି
୧୨. ଧାରଣା/ଧର୍ମଘଟ ପାଇଁ ଅନୁମତି
୧୩. FIRର ନକଲ ପ୍ରଦାନ
୧୪. ସଡ଼କ ଦୁର୍ଘଟଣା/ଚୋରି ଯାନବାହନ/ଚୋରି ମାମଲା ସମ୍ପର୍କିତ Final Formର ନକଲ ପ୍ରଦାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର