ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Madhusudan Das Picture
Published On

ରାୟଗଡ଼ା: ଆବାସିକ ବିଦ୍ୟାଳୟରେ ରାଗିଂ ଅଭିଯୋଗ । ରାୟଗଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଜଣେ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ମାରିବା ସହ ବିଭିନ୍ନ କାମ କରାଉଥିବା ନେଇ ଅଭିଯୋଗ ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ସୂଚନା ଅନୁଯାୟୀ, ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ସିନିୟର ଛାତ୍ର ଉକ୍ତ ଜୁନିୟର ଛାତ୍ରଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ। କେବଳ ସେତିକି ନୁହେଁ, ଦଶମ ଶ୍ରେଣୀ ଛାତ୍ର ଜଣକ ସମ୍ପୃକ୍ତ ଛାତ୍ରଙ୍କୁ ବାଧ୍ୟ କରି ନିଜର ଲୁଗାପଟା ସଫା କରିବା ଏବଂ ବାସନ ମାଜିବା ଭଳି କାମ କରାଉଥିଲେ। ଏହି ଆକ୍ରମଣରେ ଜୁନିୟର ଛାତ୍ରଙ୍କ ବାମ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଏହି ଘଟଣାକୁ ସ୍କୁଲ କର୍ତ୍ତୃପକ୍ଷ ଚାପି ଦେବାକୁ ଉଦ୍ୟମ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ହିଁ ପୀଡ଼ିତ ଛାତ୍ରଙ୍କ ପରିବାରକୁ ଏହି ନିର୍ଯାତନା ସମ୍ପର୍କରେ ଖବର ଦେଇଥିଲେ, ଯାହା ପରେ ପୁରା ଘଟଣା ପଦାକୁ ଆସିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ସ୍କୁଲ କର୍ତ୍ତୃପକ୍ଷ ବା ପ୍ରଶାସନ ପକ୍ଷରୁ ଏହି ଘଟଣାକୁ ନେଇ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର