ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦ ତୀବ୍ର: ସମୂହ ଛୁଟିରେ ଅଧ୍ୟାପକ ଓ ଅଧ୍ୟାପିକା, କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Madhusudan Das Picture
Published On

କଟକ: କଟକର ପ୍ରସିଦ୍ଧ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନାହିଁ। କଥିତ ଅଧ୍ୟାପକ-ବିଧାୟକ ବିବାଦ ଏବଂ ୱାର୍ଡେନ ବଦଳି ପ୍ରସଙ୍ଗକୁ ନେଇ କ୍ୟାମ୍ପସରେ ଅଶାନ୍ତି ଲାଗି ରହିଥିବା ବେଳେ ଏବେ ପରିସ୍ଥିତି ଆହୁରି ଉଗ୍ର ରୂପ ନେଇଛି । ଏହି ବିବାଦ ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (RUTA) ପକ୍ଷରୁ ଆଜି ସକାଳ ୧୦ଟାରୁ ବ୍ୟାପକ ଆନ୍ଦୋଳନ ଆରମ୍ଭ ହୋଇଛି। ସଂଘର ସମସ୍ତ ସଦସ୍ୟ ସମୂହ ଛୁଟିରେ ଯିବା ସହ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। 

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

'ରୁଟା'ର କହିବା ଅନୁଯାୟୀ, କ୍ୟାମ୍ପସ ଭିତରେ ହେଉଥିବା ବାହ୍ୟ ହସ୍ତକ୍ଷେପକୁ ନେଇ କୁଳପତି କୌଣସି ସ୍ପଷ୍ଟୀକରଣ ଦେବାରେ ବିଫଳ ହୋଇଛନ୍ତି। ଏହାବ୍ୟତୀତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ନ୍ୟାଯ୍ୟ ଦାବି ପ୍ରତି କୌଣସି ପଦକ୍ଷେପ ନିଆଯାଇନାହିଁ। ଏପରିକି କୁଳପତି ସଂଘର ପ୍ରତିନିଧି ଦଳକୁ ଭେଟିବାକୁ ମଧ୍ୟ ମନା କରିଦେଇଛନ୍ତି, ଯାହା ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଏହି ପ୍ରସଙ୍ଗରେ 'ରୁଟା'ର ମୁଖପାତ୍ର ପ୍ରଫେସର ନେତାଜୀ ଅଭିନନ୍ଦନ କହିଛନ୍ତି, "ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବାହାର ଲୋକଙ୍କ ହସ୍ତକ୍ଷେପ ସମ୍ପର୍କରେ କୁଳପତି କୌଣସି ବିବୃତ୍ତି ଦେଇନାହାଁନ୍ତି। ରୁଟାର ଦାବି ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ଏବଂ ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଉଛି ସେ ଆମ ପ୍ରତିନିଧି ଦଳକୁ ଭେଟିବାକୁ ମନା କରିଦେଇଛନ୍ତି। ତେଣୁ ଆଜି ଆମେ ସମୂହ ଛୁଟିରେ ଯାଇ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହୋଇଛୁ।"

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର