ଆଦିବାସୀ ଭାଇଭଉଣୀଙ୍କ ଶ୍ରେଷ୍ଠ ବନ୍ଧୁ ବିଜେଡି: ନବୀନ

ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ପାଳିତ

Madhusudan Das Picture
Published On

ଭୁବନେଶ୍ୱର: ବିଜେଡି ସରକାର ସମୟରେ ପଞ୍ଚାୟତକୁ ଜଙ୍ଗଲ ଜାତ ଦ୍ରବ୍ୟର ସଂଗ୍ରହ ଅଧିକାର, ହଜାର ହଜାର ହଷ୍ଟେଲ, ଉଚ୍ଚଶିକ୍ଷା ପାଇଁ ଅନ୍ୱେଷା କାର୍ଯ୍ୟକ୍ରମ, ଜଙ୍ଗଲ ଜମି ଅଧିକାର ଆଦି ଜନଜାତି ଭାଇ ଭଉଣୀଙ୍କୁ ବିକାଶ ସହ ଯୋଡି ପାରିଥିଲା। ଏସଡିସି ଜରିଆରେ ଆଦିବାସୀଙ୍କ ବିକାଶ ହେଉଥିଲା। ୧୬୯ ଜନଜାତି ଗୋଷ୍ଠୀକୁ ଏ୍‌ସଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ତକ୍ରାଳୀନ ବିଜେଡି ସରକାର ପ୍ରସ୍ତାବ ଦେଇଥିଲା। ବିଜେଡି ଆଦିବାସୀ ଭାଇ-ଭଉଣୀମାନଙ୍କର ଶ୍ରେଷ୍ଠ ବନ୍ଧୁ ଓ ସେମାନଙ୍କ ନାର୍ଯ୍ୟ ଦାବିକୁ ହାସଲ କରିବା ପାଇଁ ଦଳ ଉଦ୍ୟମ ଜାରି ରଖିବ ବୋଲି କହିଛନ୍ତି ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।  ରବିବାର ଶଙ୍ଖଭବନରେ ବିଜେଡି ପକ୍ଷରୁ ଆୟୋଜିତ ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ସହ ଆଦିବାସୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଜେଡି ଲଢେ଼ଇ କରି ଆସିଛି ଓ ଭବିଷ୍ୟତରେ ମଧ୍ୟ ଲଢେ଼ଇ ଜାରି ରଖିବ ବୋଲି ନବୀନ କହିଛନ୍ତି । 

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ସେ ପୁଣି କହିଛନ୍ତି ଯେ ବିଜୁ ଜନତା ଦଳ ସରକାର ସମୟରେ ଜନଜାତି ବର୍ଗର ବିକାଶ ପାଇଁ ଅନେକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଉଚ୍ଚଶିକ୍ଷା ଠାରୁ ଆରମ୍ଭ କରି ସେମାନଙ୍କ ଜୀବନ ଜୀବିକା ଆଦି ବିଭିନ୍ନ କ୍ଷେତ୍ରର ବିକାଶ କରି ସେମାନଙ୍କୁ ସଶକ୍ତ କରିବାକୁ ବିଜେଡି ସରକାର ପଦକ୍ଷେପ ନେଇଥିଲା। ଆଦିବାସୀ ଭାଇ ଭଉଣୀଙ୍କ ଶ୍ରେଷ୍ଠ ବନ୍ଧୁ ବିଜୁ ଜନତା ଦଳ। ଆଦିବାସୀ ସଶକ୍ତିକରଣ ବିଜୁ ଜନତା ଦଳର ଲକ୍ଷ୍ୟ। ଆଦିବାସୀ ମାନଙ୍କ ବିକାଶ ପାଇଁ ବିଜୁ ଜନତା ଦଳ ସର୍ବଦା ବଦ୍ଧ ପରିକର ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଥିଲେ। 

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ଅନୁଷ୍ଠିତ ବିଶ୍ୱ ଆଦିବାସୀ ଦିବସ ଓ  ମହାନ କ୍ରାନ୍ତି ଦିବସ ଶଙ୍ଖ ଭବନରେ ଦଳର ଆଦିବାସୀ ସେଲର ଆବାହକତ୍ୱରେ ଅନୁଷ୍ଠିତ ହୋଇଛି।  ବିଭିନ୍ନ ସ୍ଥାନରେ ଥିବା ଆଦିବାସୀ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଶଙ୍ଖ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଗଣମାଧ୍ୟମ ସଂଯୋଜକ ତଥା ଆଦିବାସୀ ନେତା ଡ. ପ୍ରିୟବ୍ରତ ମାଝୀ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଆଦିବାସୀ ସେଲର ଅଧ୍ୟକ୍ଷ ମଙ୍ଗଳା କିଷାନ, ମୟୂରଭଞ୍ଜ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ପୂର୍ବତନ ବିଧାୟକ ତଥା କୋରାପୁଟ ଜିଲ୍ଲା ସଭାପତି ମାନସ ମାଡକାମୀ ପ୍ରମୁଖ ନିଜ ବକ୍ତବ୍ୟରେ ଆଦିବାସୀ ମାନଙ୍କ ଉନ୍ନତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ। ଅଦମ୍ୟ ନେତୃତ୍ୱରେ ଜନଜାତିଙ୍କ ବିକାଶକୁ ନୂଆ ପରିଭାଷା ଦେବାକୁ ବିଜୁ ଜନତା ଦଳ ସଦା ସଂକଳ୍ପବଦ୍ଧ ରହିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରମିଳା ମଲ୍ଲିକ, ସଞ୍ଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ସୁଜାତା ରାଉତ, ଟୁକୁନି ସାହୁ, ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁଲୋଚନା ଦାସ, ମଞ୍ଜୁଲତା କହଁର, ଡା. ଦେବାଶିଷ ମାରାଣ୍ଡି, ମନ୍ମଥ ରାଉତରାୟ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ଲେନିନ ମହାନ୍ତି, ବିଜୟ ନାୟକ, ପ୍ରୀତି ରଞ୍ଜନ ଘଡେଇ, ରାଜେନ୍ଦ୍ର ସାହୁ, ପ୍ରଦୀପ ସାହୁ, ସାରଦା ଜେନା, ଶର୍ମିଷ୍ଠା ସେଠୀ, ରଞ୍ଜିତା ସାହୁ, ଦମୟନ୍ତୀ ମାଝୀ, ରମାରଞ୍ଜନ ବଳିଆରସିଂହ, ମାଧବ ସର୍ଦ୍ଦାର, ବାସନ୍ତୀ ସିଂ, ନନ୍ଦଲାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଭାରତୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର