ବନ୍ୟା ପ୍ରଭାବିତ ଖୋର୍ଦ୍ଧା ଜିଲ୍ଲାର ଟିଙ୍କିପଡ଼ା ଗାଁ ପରିଦର୍ଶନ କଲେ ପୋଲିସ କମିଶନର, ଲୋକଙ୍କୁ ବାଣ୍ଟିଲେ ରିଲିଫ୍

Madhusudan Das Picture
Published On

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଭୁବନେଶ୍ୱର-କଟକ ପୋଲିସ କମିଶନର (ସିପି) ଡ. ସୁରେଶ ଦେବ ଦତ୍ତ ସିଂହ । ସେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ପମ୍ପାଲୋ ଗ୍ରାମ ପଞ୍ଚାୟତର ଟିଙ୍କିପଡ଼ା ଗାଁରେ ପହଞ୍ଚି ବନ୍ୟା ବିପନ୍ନଙ୍କୁ ଭେଟିବା ସହ ସେମାନଙ୍କୁ ରିଲିଫ୍ ସାମଗ୍ରୀ ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ପାଇଁ ମାଟି ପରୀକ୍ଷା, ୪୫ ଦିନିଆ ଟ୍ରାଫିକ୍ କଟକଣା ଜାରି

ଏହି ଗସ୍ତ ସମୟରେ ସିପି ବନ୍ୟା ପ୍ରଭାବିତ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ବିଶେଷ କରି ସ୍ଥାନୀୟ ମହିଳାମାନେ ବନ୍ୟା ସମୟରେ ଭୋଗୁଥିବା ଦୁର୍ଦ୍ଦଶା ଏବଂ ଗାଁରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବାର ଅଭାବ ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ । ଲୋକଙ୍କୁ ଆଶ୍ୱାସନା ଦେଇ ଡ. ସିଂହ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଶାସନ ଲୋକଙ୍କୁ ରିଲିଫ୍ ଯୋଗାଇଦେଉଛି ଏବଂ ପୋଲିସ କେବଳ ଏକ ମାଧ୍ୟମ ସାଜି ସେମାନଙ୍କ ସାଥୀରେ ଠିଆ ହୋଇଛି । ଏହି ଅବସରରେ ଅତିରିକ୍ତ ଡେପୁଟି କମିଶନର ଅଫ୍ ପୋଲିସ (ଏଡିସିପି) ମାନସ ରଞ୍ଜନ ଗଡ଼ନାୟକ କହିଥିଲେ ଯେ, ଗାଁରେ ଚିକିତ୍ସା ସୁବିଧା ନଥିବାରୁ ଖୁବଶୀଘ୍ର ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବା ନେଇ ଯୋଜନା କରାଯାଉଛି । ରେଡ୍ କ୍ରସ୍ ସଦସ୍ୟଙ୍କ ସହାୟତାରେ ଏହି ରିଲିଫ୍ ବଣ୍ଟନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ସର୍ବହରା ଚାଷୀକୁଳ: ବନ୍ୟା ଧୋଇନେଲା ବର୍ଷକର ଆହାର, ସାନି ବେଉଷଣ ପାଇଁ ସମୟ ନାହିଁ

ସ୍ଥାନୀୟ ବାସିନ୍ଦାମାନେ ପୋଲିସ କମିଶନରଙ୍କ ଏହି ଗସ୍ତକୁ ସ୍ୱାଗତ କରିବା ସହ ତାଙ୍କ ସହାୟତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଜଣେ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ଧନୁଆ ନଦୀର ବନ୍ୟା ଜଳ ଗାଁରେ ପଶିବା ଫଳରେ ଟିଙ୍କିପଡ଼ାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଲିସ କମିଶନର ନିଜେ ଆସି ସେମାନଙ୍କ ଦୁଃଖ ବୁଝିଥିବାରୁ ଲୋକେ ଖୁସି ବ୍ୟକ୍ତ କରିଛନ୍ତି । 

ଆହୁରି ପଢ଼ନ୍ତୁ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୱାର୍ଡେନ୍ ସଂଘର ପ୍ରତିବାଦ: ବିଧାୟକ ପ୍ରକାଶ ସେଠୀ କ୍ଷମା ମାଗନ୍ତୁ ବୋଲି ଦାବି

08 Aug 2026 By Madhusudan Das

ବନ୍ୟା ପ୍ରଭାବିତ ଖୋର୍ଦ୍ଧା ଜିଲ୍ଲାର ଟିଙ୍କିପଡ଼ା ଗାଁ ପରିଦର୍ଶନ କଲେ ପୋଲିସ କମିଶନର, ଲୋକଙ୍କୁ ବାଣ୍ଟିଲେ ରିଲିଫ୍

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଭୁବନେଶ୍ୱର-କଟକ ପୋଲିସ କମିଶନର (ସିପି) ଡ. ସୁରେଶ ଦେବ ଦତ୍ତ ସିଂହ । ସେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ପମ୍ପାଲୋ ଗ୍ରାମ ପଞ୍ଚାୟତର ଟିଙ୍କିପଡ଼ା ଗାଁରେ ପହଞ୍ଚି ବନ୍ୟା ବିପନ୍ନଙ୍କୁ ଭେଟିବା ସହ ସେମାନଙ୍କୁ ରିଲିଫ୍ ସାମଗ୍ରୀ ପ୍ରଦାନ କରିଛନ୍ତି ।

ଏହି ଗସ୍ତ ସମୟରେ ସିପି ବନ୍ୟା ପ୍ରଭାବିତ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ବିଶେଷ କରି ସ୍ଥାନୀୟ ମହିଳାମାନେ ବନ୍ୟା ସମୟରେ ଭୋଗୁଥିବା ଦୁର୍ଦ୍ଦଶା ଏବଂ ଗାଁରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବାର ଅଭାବ ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ । ଲୋକଙ୍କୁ ଆଶ୍ୱାସନା ଦେଇ ଡ. ସିଂହ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଶାସନ ଲୋକଙ୍କୁ ରିଲିଫ୍ ଯୋଗାଇଦେଉଛି ଏବଂ ପୋଲିସ କେବଳ ଏକ ମାଧ୍ୟମ ସାଜି ସେମାନଙ୍କ ସାଥୀରେ ଠିଆ ହୋଇଛି । ଏହି ଅବସରରେ ଅତିରିକ୍ତ ଡେପୁଟି କମିଶନର ଅଫ୍ ପୋଲିସ (ଏଡିସିପି) ମାନସ ରଞ୍ଜନ ଗଡ଼ନାୟକ କହିଥିଲେ ଯେ, ଗାଁରେ ଚିକିତ୍ସା ସୁବିଧା ନଥିବାରୁ ଖୁବଶୀଘ୍ର ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବା ନେଇ ଯୋଜନା କରାଯାଉଛି । ରେଡ୍ କ୍ରସ୍ ସଦସ୍ୟଙ୍କ ସହାୟତାରେ ଏହି ରିଲିଫ୍ ବଣ୍ଟନ କରାଯାଇଥିଲା ।

ସ୍ଥାନୀୟ ବାସିନ୍ଦାମାନେ ପୋଲିସ କମିଶନରଙ୍କ ଏହି ଗସ୍ତକୁ ସ୍ୱାଗତ କରିବା ସହ ତାଙ୍କ ସହାୟତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଜଣେ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ଧନୁଆ ନଦୀର ବନ୍ୟା ଜଳ ଗାଁରେ ପଶିବା ଫଳରେ ଟିଙ୍କିପଡ଼ାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଲିସ କମିଶନର ନିଜେ ଆସି ସେମାନଙ୍କ ଦୁଃଖ ବୁଝିଥିବାରୁ ଲୋକେ ଖୁସି ବ୍ୟକ୍ତ କରିଛନ୍ତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର