ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ୱାଇଁ ଭିଡହତ୍ୟା ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ମୋଟ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ଅଧିକ ପ୍ରମାଣ ସଂଗ୍ରହ ଓ ଅନ୍ୟ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଜାରି ରଖାଯାଇଛି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଯୋଗୁଁ ଓଡ଼ିଶାରେ ବନ୍ୟା ବିଭୀଷିକା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି, ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱରର ଉପଖଣ୍ଡ ବିଚାରପତି (SDJM)ଙ୍କ ଅଦାଲତରେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ତଥା ଡିଏସପି ରତ୍ନପ୍ରଭା ଶତପଥୀଙ୍କ ଦ୍ୱାରା ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ନାମିତ ହୋଇଥିବା ଅଭିଯୁକ୍ତମାନେ ହେଲେ ଯୁଧିଷ୍ଠିର ଜେନା, ରଞ୍ଜିତ ପାତ୍ର, ରଞ୍ଜିତ ରଣା, ପଞ୍ଚାନନ ବଡ଼ଜେନା, ବିନୋଦ କୁମାର ବେହେରା, ପ୍ରଦୀପ ଚନ୍ଦ୍ର ମଙ୍ଗରାଜ, ଅଶୋକ କୁମାର ଜେନା, ବିଭୂତି ଭୂଷଣ ପରିଡ଼ା, ସୁବାଷ ଭୋଇ, ସ୍କାଏଲାବ ପତି ଏବଂ ବିସ୍ମୟ ମହାନ୍ତି। ଏହି ସମସ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଦଫା ୧୦୩(୧), ୧୯୧(୨), ୧୯୧(୩), ୧୮୯(୪), ୧୯୦ ଏବଂ ୧୨୭(୨) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଟ୍ୱିନ୍ ସିଟିରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ତଦନ୍ତ ସମୟରେ ଏହି ଘଟଣାରେ ମୋଟ ୨୦ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ତେବେ ଅନ୍ୟ ୯ ଜଣ ଗିରଫ ବ୍ୟକ୍ତିଙ୍କର ଏହି ଆକ୍ରମଣରେ ସକ୍ରିୟ ସମ୍ପୃକ୍ତି ନେଇ କୌଣସି ପର୍ଯ୍ୟାପ୍ତ ପ୍ରମାଣ ମିଳିପାରି ନାହିଁ। ତେଣୁ ସେମାନଙ୍କ ବିରୋଧରେ ବର୍ତ୍ତମାନ କୌଣସି ମାମଲା ଚଳାଇବା ସମ୍ଭବ ନୁହେଁ ବୋଲି ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ତଥାପି ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୧୯୩(୯) ଅନୁଯାୟୀ କ୍ରାଇମବ୍ରାଞ୍ଚ ତଦନ୍ତକୁ ଖୋଲା ରଖିଛି, ଯାହାଦ୍ୱାରା ନୂଆ ପ୍ରମାଣ ମିଳିଲେ ଭବିଷ୍ୟତରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯାଇପାରିବ।

ଆହୁରି ପଢ଼ନ୍ତୁ: ପିପିଲି କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକଙ୍କୁ ଆକ୍ରମଣ ମାମଲାରେ ବର୍ଷିଲା ବିଜେଡି

ଗତ ମେ ୭ ତାରିଖ ଦିନ ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର-କାଜ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିଲା। ପୋଲିସର ସୂଚନାନୁସାରେ, କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ୱାଇଁ ଏବଂ ତାଙ୍କ ସହଯୋଗୀ ଓମ ପ୍ରକାଶ ରାଉତ ଏକ ବାଇକ୍‌ରେ ଯାଉଥିବା ସମୟରେ ଦୁଇ ଜଣ ମହିଳା ଯାଉଥିବା ଏକ ସ୍କୁଟର ସହ ସେମାନଙ୍କର ଧକ୍କା ହୋଇଥିଲା। ଅଭିଯୋଗ ଅନୁଯାୟୀ, ଦୁର୍ଘଟଣା ପରେ ସୌମ୍ୟ ସେହି ମହିଳାମାନଙ୍କୁ ମାଡ଼ ମାରିବା ସହ ଜଣଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ଥାନୀୟ ଲୋକେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲେ।

05 Aug 2026 By Madhusudan Das

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ୱାଇଁ ଭିଡହତ୍ୟା ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ମୋଟ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ଅଧିକ ପ୍ରମାଣ ସଂଗ୍ରହ ଓ ଅନ୍ୟ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଜାରି ରଖାଯାଇଛି।

ଭୁବନେଶ୍ୱରର ଉପଖଣ୍ଡ ବିଚାରପତି (SDJM)ଙ୍କ ଅଦାଲତରେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ତଥା ଡିଏସପି ରତ୍ନପ୍ରଭା ଶତପଥୀଙ୍କ ଦ୍ୱାରା ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ନାମିତ ହୋଇଥିବା ଅଭିଯୁକ୍ତମାନେ ହେଲେ ଯୁଧିଷ୍ଠିର ଜେନା, ରଞ୍ଜିତ ପାତ୍ର, ରଞ୍ଜିତ ରଣା, ପଞ୍ଚାନନ ବଡ଼ଜେନା, ବିନୋଦ କୁମାର ବେହେରା, ପ୍ରଦୀପ ଚନ୍ଦ୍ର ମଙ୍ଗରାଜ, ଅଶୋକ କୁମାର ଜେନା, ବିଭୂତି ଭୂଷଣ ପରିଡ଼ା, ସୁବାଷ ଭୋଇ, ସ୍କାଏଲାବ ପତି ଏବଂ ବିସ୍ମୟ ମହାନ୍ତି। ଏହି ସମସ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଦଫା ୧୦୩(୧), ୧୯୧(୨), ୧୯୧(୩), ୧୮୯(୪), ୧୯୦ ଏବଂ ୧୨୭(୨) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ତଦନ୍ତ ସମୟରେ ଏହି ଘଟଣାରେ ମୋଟ ୨୦ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ତେବେ ଅନ୍ୟ ୯ ଜଣ ଗିରଫ ବ୍ୟକ୍ତିଙ୍କର ଏହି ଆକ୍ରମଣରେ ସକ୍ରିୟ ସମ୍ପୃକ୍ତି ନେଇ କୌଣସି ପର୍ଯ୍ୟାପ୍ତ ପ୍ରମାଣ ମିଳିପାରି ନାହିଁ। ତେଣୁ ସେମାନଙ୍କ ବିରୋଧରେ ବର୍ତ୍ତମାନ କୌଣସି ମାମଲା ଚଳାଇବା ସମ୍ଭବ ନୁହେଁ ବୋଲି ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ତଥାପି ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୧୯୩(୯) ଅନୁଯାୟୀ କ୍ରାଇମବ୍ରାଞ୍ଚ ତଦନ୍ତକୁ ଖୋଲା ରଖିଛି, ଯାହାଦ୍ୱାରା ନୂଆ ପ୍ରମାଣ ମିଳିଲେ ଭବିଷ୍ୟତରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯାଇପାରିବ।

ଗତ ମେ ୭ ତାରିଖ ଦିନ ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର-କାଜ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିଲା। ପୋଲିସର ସୂଚନାନୁସାରେ, କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ୱାଇଁ ଏବଂ ତାଙ୍କ ସହଯୋଗୀ ଓମ ପ୍ରକାଶ ରାଉତ ଏକ ବାଇକ୍‌ରେ ଯାଉଥିବା ସମୟରେ ଦୁଇ ଜଣ ମହିଳା ଯାଉଥିବା ଏକ ସ୍କୁଟର ସହ ସେମାନଙ୍କର ଧକ୍କା ହୋଇଥିଲା। ଅଭିଯୋଗ ଅନୁଯାୟୀ, ଦୁର୍ଘଟଣା ପରେ ସୌମ୍ୟ ସେହି ମହିଳାମାନଙ୍କୁ ମାଡ଼ ମାରିବା ସହ ଜଣଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ଥାନୀୟ ଲୋକେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର