ପୁଣି ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି! 'ଅ' ବଦଳରେ 'ଚ'ରୁ ଆରମ୍ଭ ଓଡ଼ିଆ ବର୍ଣ୍ଣମାଳା, ଜାତୀୟ ସଙ୍ଗୀତରେ ବନାନ ଭୁଲ୍

Madhusudan Das Picture
Published On

ଭୁବନେଶ୍ୱର: ପୁଣି ପାଠ୍ୟପୁସ୍ତକରେ ତ୍ରୁଟି! ନିକଟରେ ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ସାମ୍ନାକୁ ଆସିବା ପରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ବିଶେଷକରି ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟଗୁଡ଼ିକ ପାଇଁ ନିର୍ଦ୍ଧାରିତ ପୁସ୍ତକ ‘ଝୁଲଣ-୧’ ରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଉଦ୍ଦେଶ୍ୟମୂଳକ ଭାବେ ନବୀନଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାକୁ ମିଥ୍ୟା ଖବର ପରିବେଷଣ କରାଯାଇଛି: ବିଜେଡି

ରିପୋର୍ଟ ଅନୁଯାୟୀ, ଏହି ବହିରେ ଓଡ଼ିଆ ବର୍ଣ୍ଣମାଳାକୁ ଏକ ଅସାଧାରଣ କ୍ରମରେ ସଜାଯାଇଛି। ପିଲାମାନେ ସ୍ୱରବର୍ଣ୍ଣ ‘ଅ’ ବଦଳରେ ବ୍ୟଞ୍ଜନବର୍ଣ୍ଣ ‘ଚ’ ରୁ ପାଠପଢ଼ା ଆରମ୍ଭ କରୁଛନ୍ତି। ଏହାପରେ କ୍ରମାନ୍ୱୟରେ ‘ଟ’, ‘ମ’, ‘ଗ’ ଏବଂ ‘ର’ ରହିଥିବା ବେଳେ ‘ଅ’ ଏବଂ ‘ଆ’ ବହୁ ପରେ ସ୍ଥାନ ପାଇଛି। ପ୍ରାଥମିକ ସ୍ତରରେ ଭାଷା ଶିକ୍ଷା କ୍ଷେତ୍ରରେ ଏଭଳି ସଜ୍ଜୀକରଣ କୋମଳମତି ଶିକ୍ଷାର୍ଥୀଙ୍କୁ ଦ୍ୱନ୍ଦ୍ୱରେ ପକାଇବ ବୋଲି ଶିକ୍ଷକ ଏବଂ ଅଭିଭାବକମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ସେବା ଓ ପ୍ରତିବଦ୍ଧତା ପାଇଁ ସୁଶାନ୍ତ ସ୍ମରଣୀୟ ହୋଇରହିବେ: ନବୀନ

କେବଳ ବର୍ଣ୍ଣମାଳା ନୁହେଁ, ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ମଧ୍ୟ ସାମ୍ନାକୁ ଆସିଛି। ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ଧାଡ଼ି "ଘନ ଘନ ବନଭୂମି" ବଦଳରେ କେବଳ "ଘନ ବନଭୂମି" ଛପାଯାଇଛି। ସେହିପରି ଜାତୀୟ ସଙ୍ଗୀତରେ ମଧ୍ୟ "ଉତ୍କଳ" ଶବ୍ଦର ବନାନ ଭୁଲ ରହିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭଦ୍ରକରେ ପୁଣି ବନ୍ୟା ଆଶଙ୍କା: ଫୁଲୁଛି ସାଳନ୍ଦୀ ଓ ବୈତରଣୀ ନଦୀ, ଖୋଲିଲା ହଦଗଡ଼ ଡ୍ୟାମର ୨ଟି ଗେଟ୍

ଅନେକ ବିଦ୍ୟାଳୟ ଏଯାଏଁ ଏହି ପାଠ୍ୟପୁସ୍ତକର ମୁଦ୍ରିତ କପି ପାଇନଥିବା ବେଳେ ଅଭିଭାବକମାନଙ୍କୁ ବିଦ୍ୟାଳୟ ପକ୍ଷରୁ ଏକ ୧୬୮ ପୃଷ୍ଠା ସମ୍ବଳିତ ପିଡିଏଫ୍ (PDF) ଫାଇଲ୍ ପ୍ରଦାନ କରାଯାଇଛି। ସରକାରୀ ନିର୍ଦ୍ଦେଶକ୍ରମେ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକରେ ଏହା ଲାଗୁ କରାଯାଇଥିଲେ ହେଁ ତ୍ରୁଟିପୂର୍ଣ୍ଣ ଡିଜିଟାଲ ଏଡିସନକୁ ନେଇ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ପୁସ୍ତକର ସମୀକ୍ଷା କରି ଭୁଲ ସୁଧାରିବା ସହ ତ୍ରୁଟିମୁକ୍ତ ମୁଦ୍ରିତ କପି ଯୋଗାଇଦେବାକୁ ଦାବି ହୋଇଛି।

ସୂଚନାଯୋଗ୍ୟ, ନିକଟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ୧୬୦୦ ରୁ ଅଧିକ ତ୍ରୁଟି ବାହାରିବା ପରେ ରାଜ୍ୟ ସରକାର ସମାଲୋଚନାର ଶିକାର ହୋଇଥିଲେ। ଏବେ ଏହି ନୂଆ ତ୍ରୁଟି ସରକାରଙ୍କ ପାଇଁ ଅଡ଼ୁଆ ବଢ଼ାଇବା ସହ ବିବାଦକୁ ଆହୁରି ଖୋରାକ ଯୋଗାଇଛି।

05 Aug 2026 By Madhusudan Das

ପୁଣି ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି! 'ଅ' ବଦଳରେ 'ଚ'ରୁ ଆରମ୍ଭ ଓଡ଼ିଆ ବର୍ଣ୍ଣମାଳା, ଜାତୀୟ ସଙ୍ଗୀତରେ ବନାନ ଭୁଲ୍

ଭୁବନେଶ୍ୱର: ପୁଣି ପାଠ୍ୟପୁସ୍ତକରେ ତ୍ରୁଟି! ନିକଟରେ ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ସାମ୍ନାକୁ ଆସିବା ପରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ବିଶେଷକରି ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟଗୁଡ଼ିକ ପାଇଁ ନିର୍ଦ୍ଧାରିତ ପୁସ୍ତକ ‘ଝୁଲଣ-୧’ ରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି।

ରିପୋର୍ଟ ଅନୁଯାୟୀ, ଏହି ବହିରେ ଓଡ଼ିଆ ବର୍ଣ୍ଣମାଳାକୁ ଏକ ଅସାଧାରଣ କ୍ରମରେ ସଜାଯାଇଛି। ପିଲାମାନେ ସ୍ୱରବର୍ଣ୍ଣ ‘ଅ’ ବଦଳରେ ବ୍ୟଞ୍ଜନବର୍ଣ୍ଣ ‘ଚ’ ରୁ ପାଠପଢ଼ା ଆରମ୍ଭ କରୁଛନ୍ତି। ଏହାପରେ କ୍ରମାନ୍ୱୟରେ ‘ଟ’, ‘ମ’, ‘ଗ’ ଏବଂ ‘ର’ ରହିଥିବା ବେଳେ ‘ଅ’ ଏବଂ ‘ଆ’ ବହୁ ପରେ ସ୍ଥାନ ପାଇଛି। ପ୍ରାଥମିକ ସ୍ତରରେ ଭାଷା ଶିକ୍ଷା କ୍ଷେତ୍ରରେ ଏଭଳି ସଜ୍ଜୀକରଣ କୋମଳମତି ଶିକ୍ଷାର୍ଥୀଙ୍କୁ ଦ୍ୱନ୍ଦ୍ୱରେ ପକାଇବ ବୋଲି ଶିକ୍ଷକ ଏବଂ ଅଭିଭାବକମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।

କେବଳ ବର୍ଣ୍ଣମାଳା ନୁହେଁ, ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ମଧ୍ୟ ସାମ୍ନାକୁ ଆସିଛି। ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ଧାଡ଼ି "ଘନ ଘନ ବନଭୂମି" ବଦଳରେ କେବଳ "ଘନ ବନଭୂମି" ଛପାଯାଇଛି। ସେହିପରି ଜାତୀୟ ସଙ୍ଗୀତରେ ମଧ୍ୟ "ଉତ୍କଳ" ଶବ୍ଦର ବନାନ ଭୁଲ ରହିଥିବା ଜଣାପଡ଼ିଛି।

ଅନେକ ବିଦ୍ୟାଳୟ ଏଯାଏଁ ଏହି ପାଠ୍ୟପୁସ୍ତକର ମୁଦ୍ରିତ କପି ପାଇନଥିବା ବେଳେ ଅଭିଭାବକମାନଙ୍କୁ ବିଦ୍ୟାଳୟ ପକ୍ଷରୁ ଏକ ୧୬୮ ପୃଷ୍ଠା ସମ୍ବଳିତ ପିଡିଏଫ୍ (PDF) ଫାଇଲ୍ ପ୍ରଦାନ କରାଯାଇଛି। ସରକାରୀ ନିର୍ଦ୍ଦେଶକ୍ରମେ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକରେ ଏହା ଲାଗୁ କରାଯାଇଥିଲେ ହେଁ ତ୍ରୁଟିପୂର୍ଣ୍ଣ ଡିଜିଟାଲ ଏଡିସନକୁ ନେଇ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ପୁସ୍ତକର ସମୀକ୍ଷା କରି ଭୁଲ ସୁଧାରିବା ସହ ତ୍ରୁଟିମୁକ୍ତ ମୁଦ୍ରିତ କପି ଯୋଗାଇଦେବାକୁ ଦାବି ହୋଇଛି।

ସୂଚନାଯୋଗ୍ୟ, ନିକଟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ୧୬୦୦ ରୁ ଅଧିକ ତ୍ରୁଟି ବାହାରିବା ପରେ ରାଜ୍ୟ ସରକାର ସମାଲୋଚନାର ଶିକାର ହୋଇଥିଲେ। ଏବେ ଏହି ନୂଆ ତ୍ରୁଟି ସରକାରଙ୍କ ପାଇଁ ଅଡ଼ୁଆ ବଢ଼ାଇବା ସହ ବିବାଦକୁ ଆହୁରି ଖୋରାକ ଯୋଗାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର