ଓଡ଼ିଶାରେ ୪ ବର୍ଷିଆ ITEP ନାମଲେଖା ପାଇଁ ପ୍ରଥମ ମେରିଟ୍ ତାଲିକା ପ୍ରକାଶ, ୧୪୬୩ ଛାତ୍ରଛାତ୍ରୀ ମନୋନୀତ

Madhusudan Das Picture
Published On

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚାରି ବର୍ଷିଆ ଇଣ୍ଟିଗ୍ରେଟେଡ୍ ଟିଚର୍ ଏଜୁକେସନ୍ ପ୍ରୋଗ୍ରାମ୍ (ITEP) ନାମଲେଖା ନିମନ୍ତେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଶୁକ୍ରବାର ଦିନ ପ୍ରକାଶ ପାଇଛି। ଏହି ପ୍ରକ୍ରିୟା ଷ୍ଟୁଡେଣ୍ଟ୍ ଏକାଡେମିକ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ (SAMS) ଜରିଆରେ ପରିଚାଳିତ ହେଉଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୟ: ଓଡ଼ିଶା ମୁହାଁ ହେବ କି ଘୂର୍ଣ୍ଣିବଳୟ?

ଚଳିତ ଶିକ୍ଷାବର୍ଷରୁ ପ୍ରଥମ ଥର ପାଇଁ SAMS ଅଧୀନରେ ଆରମ୍ଭ ହୋଇଥିବା ଏହି ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସ୍ନାତକ ଡିଗ୍ରୀ ସହିତ ବି.ଏଡ୍. (B.Ed.) ଯୋଗ୍ୟତା ୪ ବର୍ଷ ମଧ୍ୟରେ ହାସଲ କରିପାରିବେ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ପରିଚାଳିତ ନ୍ୟାସନାଲ୍ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ (NCET-2026) ଦେଇଥିବା ପ୍ରାର୍ଥୀମାନେ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

ବିଭାଗୀୟ ସୂଚନା ଅନୁଯାୟୀ, ଅଂଶଗ୍ରହଣ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ମୋଟ ୧,୫୦୦ ସିଟ୍ ଅନୁମୋଦିତ ହୋଇଛି। ଏହି ପାଠ୍ୟକ୍ରମ ପାଇଁ ୧୦,୬୪୭ ଆବେଦନକାରୀ ଦରଖାସ୍ତ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧,୪୬୩ ଜଣଙ୍କୁ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ୫୬୨ ଜଣ ଛାତ୍ର ଏବଂ ୯୦୧ ଜଣ ଛାତ୍ରୀ ରହିଛନ୍ତି। 

ଆହୁରି ପଢ଼ନ୍ତୁ: ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର