ପିଏମ ଆବାସ ଯୋଜନା ସହ ସାମିଲ ହେବ ପିଏମ ସୂର୍ଯ୍ୟ ଘର ଯୋଜନା: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

Madhusudan Das Picture
Published On

ଭୁବନେଶ୍ୱର: ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ । ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ରାଜ୍ୟରେ ବିଦ୍ୟୁତ୍ କ୍ଷେତ୍ରରେ ସଂସ୍କାର, ସୁରକ୍ଷା ବ୍ୟବସ୍ଥା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର ସଫଳ ରୂପାୟନ ନେଇ ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ବୈଠକରେ ଅଧ୍ୟକ୍ଷତା କରି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ପିଏମ ସୂର୍ଯ୍ୟ ଘର ଯୋଜନାକୁ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ସମେତ ଅନ୍ୟ ଆବାସ ଯୋଜନା ସହ ସାମିଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆବାସ ଯୋଜନା ସହ ଏହାକୁ ଯୋଡ଼ିବା ଦ୍ୱାରା ଲୋକଙ୍କୁ ୨୪ ଘଣ୍ଟିଆ ସ୍ୱଚ୍ଛ ବିଦ୍ୟୁତ୍ ମିଳିବା ସହ ବିଦ୍ୟୁତ୍ ବିଲ୍ ବୋଝ ମଧ୍ୟ ଯଥେଷ୍ଟ କମ୍ ହେବ। ଏହି ଯୋଜନା ଅଧୀନରେ ସହରାଞ୍ଚଳର ହିତାଧିକାରୀମାନଙ୍କୁ ୧ କିଲୋୱାଟ୍ ରୁଫଟପ୍ ସୋଲାର ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୩୦,୦୦୦ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ତରଫରୁ ୨୫,୦୦୦ ଟଙ୍କା ସବସିଡି ପ୍ରଦାନ କରାଯିବ। ଫଳରେ ଏହି ସୁବିଧା ପାଇଁ ହିତାଧିକାରୀଙ୍କୁ ନିଜ ପକେଟରୁ ମାତ୍ର ୧,୮୭୫ ଟଙ୍କା ଦେବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ବିଦ୍ୟୁତ୍ ବିତରଣ କମ୍ପାନୀ (DISCOMs) ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍ ସୁରକ୍ଷା ନିମନ୍ତେ ଚାରୋଟି ଯାକ ଡିସକମ୍ ଅଧୀନରେ ୩,୭୦୮ କୋଟି ଟଙ୍କା ବ୍ୟୟରେ ଅଣ୍ଡରଗ୍ରାଉଣ୍ଡ କେବୁଲିଂ ବା ଭୂତଳ ତାର ବିଛାଇବା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହା ବ୍ୟତୀତ ତଳକୁ ଝୁଲି ରହିଥିବା ତାରକୁ ହଟାଇବା, ଇନସୁଲେଟେଡ୍ କଣ୍ଡକ୍ଟର ଲଗାଇବା, ସବଷ୍ଟେସନ ଗୁଡ଼ିକର ଚତୁଃପାର୍ଶ୍ୱରେ ଫେନ୍ସିଂ କରିବା ଏବଂ ଉତ୍ତମ ତଦାରଖ ପାଇଁ ଏକ ୟୁଟିଲିଟି ସିଫ୍ଟିଂ ପୋର୍ଟାଲ୍ ବିକଶିତ କରିବା ଉପରେ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର