ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା । ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ଜଗମୋହନ ମୀନା ରାଜ୍ୟ ସରକାରଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେ ନିଜ ଇସ୍ତଫା ପଛରେ ବ୍ୟକ୍ତିଗତ କାରଣ ଥିବା ଦର୍ଶାଇଛନ୍ତି। ଓଡ଼ିଶା କ୍ୟାଡରର ୨୦୧୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ହେଉଛନ୍ତି ଜଗମୋହନ ମୀନା। 

ଆହୁରି ପଢ଼ନ୍ତୁ: ପୋଲ ଉପରେ ସ୍କୁଟି ରଖି ଦେବୀ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଜଗମୋହନ ମୀନା ରାଜ୍ୟ ପୋଲିସ ବିଭାଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ପୂର୍ବରୁ ସେ ଅନୁଗୋଳ ଏବଂ ଗଞ୍ଜାମ ଜିଲ୍ଲାରେ ଆରକ୍ଷୀ ଅଧୀକ୍ଷକ (ଏସପି) ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏହା ସହିତ ସେ କଟକ ସହରାଞ୍ଚଳ ପୋଲିସ ଜିଲ୍ଲାରେ ମଧ୍ୟ ଡିସିପି ଭାବେ କାର୍ଯ୍ୟ କରିଥିଲେ। ଗତ ଫେବୃଆରୀ ୨୮, ୨୦୨୫ ତାରିଖରେ ତାଙ୍କୁ ଭୁବନେଶ୍ୱର ଡିସିପି ଭାବେ ଅବସ୍ଥାପିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସକ୍ରିୟ ହେଲା ସୁସ୍ପଷ୍ଟ ଲଘୁଚାପ: ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ବରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ରାଜ୍ୟ ସରକାର ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫା ଆନୁଷ୍ଠାନିକ ଭାବେ ଗ୍ରହଣ କରିନାହାଁନ୍ତି। କିନ୍ତୁ ତାଙ୍କର ଏହି ହଠାତ୍ ନିଷ୍ପତ୍ତି ପୋଲିସ ମହଲରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ନିକଟରେ ବାଲିଅନ୍ତା ଠାରେ ରେଳ କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ଦିନଦ୍ୱିପହରରେ ହତ୍ୟା କରାଯିବା ଘଟଣାକୁ ନେଇ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଉପରେ ବ୍ୟାପକ ସମାଲୋଚନା ହେଉଛି। ଏହିଭଳି ଏକ ସମ୍ବେଦନଶୀଳ ସ୍ଥିତି ମଧ୍ୟରେ ତାଙ୍କ ଇସ୍ତଫା ପ୍ରଦାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତେବେ ତାଙ୍କ ନିଷ୍ପତ୍ତିର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସରକାରୀ ଭାବେ ଜଣାପଡିନାହିଁ। ତେବେ ତାଙ୍କ ନିଷ୍ପତ୍ତିର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସରକାରୀ ଭାବେ ଜଣାପଡିନାହିଁ। ରାଜସ୍ଥାନରେ ଥିବା ଜଣେ ଘନିଷ୍ଠ ସମ୍ପର୍କୀୟଙ୍କର ଏକ ଘରୋଇ କମ୍ପାନୀରେ ସେ ଯୋଗଦେବାର ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଆଇପିଏସ ଅଫିସର ତଥା ସିଆଇଡି ଓ କ୍ରାଇମବ୍ରାଞ୍ଚ IG ସଫିନ୍ ଅହମ୍ମଦଙ୍କ ପରଲୋକ, ଓଡ଼ିଶା ପୋଲିସରେ ଶୋକର ଛାୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର