ମନୋରଞ୍ଜନ

ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ
ବିବାହ ପୂର୍ବରୁ ଲିଭ୍-ଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନ, କହିଲେ '୧୫ ବର୍ଷ ଦୁଃଖରେ ରହିବା ଅପେକ୍ଷା ୫ ବର୍ଷ ଖୁସି ଭଲ'
ଶିବକାର୍ତ୍ତିକେୟନଙ୍କ 'ପରାଶକ୍ତି' ପାଇଁ ବକେୟା ୮ କୋଟି ଟଙ୍କା ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଦ୍ଦେଶିକା ସୁଧା କୋଙ୍ଗାରା; ବିପଦରେ 'ଇଦୟମ୍ ମୁରଲୀ'ର ରିଲିଜ୍

ପ୍ରତ୍ୟକ୍ଷ ସ୍ନାନ ପରେ ଜ୍ୱରରେ ପଡ଼ି ଅଣସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଗୁପ୍ତ ସେବା

Madhusudan Das Picture
Published On

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବା ପରେ ଜ୍ୱରରେ ପଡ଼ି ଅଣସର ଘରକୁ ବିଜେ କରିଛନ୍ତି ମହାପ୍ରଭୁ। ଆଜିଠୁ ଆରମ୍ଭ ହେଉଛି ମହାପ୍ରଭୁଙ୍କ ଅଣସର ବିଧି। ଉପଶମ ପାଇଁ ଆରମ୍ଭ ହେବ ଉପଚାର। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଆରମ୍ଭ କରିବେ ଗୁପ୍ତସେବା। ଏହି ସମୟରେ ରତ୍ନସିଂହାସନରେ ଦାରୁବିଗ୍ରହଙ୍କ ଦର୍ଶନ ମିଳିବନି। ଅଣସର ତାଟିରେ ରହି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପଟିଦିଅଁ। 

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ର ଶିବପଦର ପଞ୍ଚାୟତରେ ବେଦାନ୍ତ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ୩୦୦ରୁ ଉର୍ଦ୍ଧ୍ୱ ସଦସ୍ୟଙ୍କୁ ମିଳିଲା ଉନ୍ନତ ସ୍ୱାସ୍ଥ୍ୟ ସୁବିଧା

ସୋମବାର ସ୍ନାନବେଦୀରେ ସ୍ନାନ ଏବଂ ବେଶ ନୀତି ସମ୍ପନ୍ନ ପରେ ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବାହୁଡ଼ା ବିଜେ କରିଛନ୍ତି ଠାକୁର। ଏହାପରେ କୋଠସୁଆଁସିଆମାନେ ଭିତରକୁ ଯାଇ ଭିତରକାଠ ନିକଟରେ ତାଟି ବାନ୍ଧି ପଟିଦିଅଁଙ୍କୁ ରୁନ୍ଧା ଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ ରୂପରେ, ଦେବୀ ସୁଭଦ୍ରା ଭୂବନେଶ୍ୱରୀ ରୂପେ ଏବଂ ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଭାବେ ମହାଅଣସର ପଟିରେ ସ୍ଥାନିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ, ଭୁବନେଶ୍ୱରୀ, ଦୋଳଗୋବିନ୍ଦ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ ଓ ନୃସିଂହ ଅଣସର ତାଟି ସମ୍ମୁଖରେ ରହି ପୂଜା ପାଉଛନ୍ତି । ଆଜି ସକାଳୁ ପଟିଦିଅଁ ସମ୍ମୁଖରେ ଆଳତି ଓ ଅନାନ୍ୟ ନୀତିକାନ୍ତି କରାଯାଉଛି । ଅଣସର ତାଟି ସମ୍ମୁଖରେ ପଟି ଦିଅଁ ଖଟୁଲି ଉପରେ ଦଶଅବତାର ଠାକୁର ବିଜେ କରିଛନ୍ତି ଅଣସରରେ ଥିବା ଠାକୁରଙ୍କୁ ଚକଟା ଓ ପଣା ଭୋଗ କରାଯାଉଛି ।  ଅଣସର ଘରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇବାରୁ ବଂଚିତ ଭକ୍ତ ଓ ସେବାୟତ ।

ଆହୁରି ପଢ଼ନ୍ତୁ: ଭୀମସାରର ଦୁଇ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାଧିକ ସ୍ଥାନରେ ଚଢ଼ାଉ

ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନମଣ୍ଡପରେ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଜଳରେ ପ୍ରତ୍ୟକ୍ଷ ସ୍ନାନ ପରେ ଦୁର୍ଲଭ ହାତୀବେଶ ଧାରଣ କରିଥିଲେ ଶ୍ରୀଜୀଉ। ସ୍ନାନବେଦୀରେ ଦାରୁବିଗ୍ରହଙ୍କ ଗଜାନନ ବା ହାତୀବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷାଧିକ ଭକ୍ତ। 

ଆହୁରି ପଢ଼ନ୍ତୁ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ତ୍ରୁଟି ପ୍ରତିବାଦରେ ନବରଙ୍ଗପୁରରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ପାଳନ

30 Jun 2026 By Madhusudan Das

ପ୍ରତ୍ୟକ୍ଷ ସ୍ନାନ ପରେ ଜ୍ୱରରେ ପଡ଼ି ଅଣସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଗୁପ୍ତ ସେବା

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବା ପରେ ଜ୍ୱରରେ ପଡ଼ି ଅଣସର ଘରକୁ ବିଜେ କରିଛନ୍ତି ମହାପ୍ରଭୁ। ଆଜିଠୁ ଆରମ୍ଭ ହେଉଛି ମହାପ୍ରଭୁଙ୍କ ଅଣସର ବିଧି। ଉପଶମ ପାଇଁ ଆରମ୍ଭ ହେବ ଉପଚାର। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଆରମ୍ଭ କରିବେ ଗୁପ୍ତସେବା। ଏହି ସମୟରେ ରତ୍ନସିଂହାସନରେ ଦାରୁବିଗ୍ରହଙ୍କ ଦର୍ଶନ ମିଳିବନି। ଅଣସର ତାଟିରେ ରହି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପଟିଦିଅଁ। 

ସୋମବାର ସ୍ନାନବେଦୀରେ ସ୍ନାନ ଏବଂ ବେଶ ନୀତି ସମ୍ପନ୍ନ ପରେ ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବାହୁଡ଼ା ବିଜେ କରିଛନ୍ତି ଠାକୁର। ଏହାପରେ କୋଠସୁଆଁସିଆମାନେ ଭିତରକୁ ଯାଇ ଭିତରକାଠ ନିକଟରେ ତାଟି ବାନ୍ଧି ପଟିଦିଅଁଙ୍କୁ ରୁନ୍ଧା ଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ ରୂପରେ, ଦେବୀ ସୁଭଦ୍ରା ଭୂବନେଶ୍ୱରୀ ରୂପେ ଏବଂ ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଭାବେ ମହାଅଣସର ପଟିରେ ସ୍ଥାନିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ, ଭୁବନେଶ୍ୱରୀ, ଦୋଳଗୋବିନ୍ଦ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ ଓ ନୃସିଂହ ଅଣସର ତାଟି ସମ୍ମୁଖରେ ରହି ପୂଜା ପାଉଛନ୍ତି । ଆଜି ସକାଳୁ ପଟିଦିଅଁ ସମ୍ମୁଖରେ ଆଳତି ଓ ଅନାନ୍ୟ ନୀତିକାନ୍ତି କରାଯାଉଛି । ଅଣସର ତାଟି ସମ୍ମୁଖରେ ପଟି ଦିଅଁ ଖଟୁଲି ଉପରେ ଦଶଅବତାର ଠାକୁର ବିଜେ କରିଛନ୍ତି ଅଣସରରେ ଥିବା ଠାକୁରଙ୍କୁ ଚକଟା ଓ ପଣା ଭୋଗ କରାଯାଉଛି ।  ଅଣସର ଘରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇବାରୁ ବଂଚିତ ଭକ୍ତ ଓ ସେବାୟତ ।

ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନମଣ୍ଡପରେ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଜଳରେ ପ୍ରତ୍ୟକ୍ଷ ସ୍ନାନ ପରେ ଦୁର୍ଲଭ ହାତୀବେଶ ଧାରଣ କରିଥିଲେ ଶ୍ରୀଜୀଉ। ସ୍ନାନବେଦୀରେ ଦାରୁବିଗ୍ରହଙ୍କ ଗଜାନନ ବା ହାତୀବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷାଧିକ ଭକ୍ତ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର