ମନୋରଞ୍ଜନ

ହିରୋଙ୍କ ପାଇଁ ଅଭିଜ୍ଞତା, ହିରୋଇନଙ୍କ ପାଇଁ ସମସ୍ୟା! ବଲିଉଡର ଦ୍ୱିମୁଖୀ ନୀତି ଉପରେ ବର୍ଷିଲେ ଈଶା କୋପିକର
ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ

ଆରମ୍ଭ ହେଲା ଶ୍ରୀଜିଉଙ୍କ ଦିବ୍ୟ ସ୍ନାନ, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ମହାବାହୁ

Madhusudan Das Picture
Published On

ପୁରୀ: ଆରମ୍ଭ ହେଲା ଚତୁର୍ଦ୍ଧାମୂର୍ତ୍ରୀଙ୍କ ଦିବ୍ୟ ସ୍ନାନ ନୀତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ । ଏହି ଦିବ୍ୟ ଲୀଳାକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଧାଳୁଙ୍କ ସମାଗମ ହୋଇଛି । ଭକ୍ତଙ୍କ ହରିବୋଲ, ହୁଳହୁଳିରେ କମ୍ପୁଛି ବଡଦାଣ୍ଡ । ଭାବର ଠାକୁର ଆଜି ନିଜ ଭକ୍ତଙ୍କ ପାଇଁ ରତ୍ନସିଂହାସନ ଛାଡ଼ି ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି । ଏହି ଦିବ୍ୟ ମହାସ୍ନାନ ପରେ ମହାପ୍ରଭୁ ଧାରଣ କରିବେ ଗଜବେଶ, ଯାହାର ଦର୍ଶନ ପାଇଁ ଭକ୍ତଙ୍କ ଅପେକ୍ଷା ଆହୁରି ବଢ଼ିଯାଇଛି । ସ୍ନାନପୂର୍ଣ୍ଣିମା କେବଳ ଏକ ଉତ୍ସବ ନୁହେଁ, ଏହା ଭକ୍ତ ଓ ଭଗବାନଙ୍କ ଅନନ୍ତ ପ୍ରେମ, ଆସ୍ଥା ଓ ଆତ୍ମିକ ସମ୍ପର୍କର ଏକ ମହାମିଳନ । ଏଠାରେ ଭକ୍ତି ଅଛି, ଭାବନା ଅଛି, ଆଉ ଅଛି କାଳିଆ ସାଆନ୍ତଙ୍କ ଅସୀମ କରୁଣାର ସ୍ପର୍ଶ ।

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ର ଶିବପଦର ପଞ୍ଚାୟତରେ ବେଦାନ୍ତ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ୩୦୦ରୁ ଉର୍ଦ୍ଧ୍ୱ ସଦସ୍ୟଙ୍କୁ ମିଳିଲା ଉନ୍ନତ ସ୍ୱାସ୍ଥ୍ୟ ସୁବିଧା

ଦେବସ୍ନାନ ପରେ ଆରମ୍ଭ ହେବ ପନ୍ଦର ଦିନିଆ ଅଣସର ନୀତି । ଏହି ଅବଧିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅଣସର ସମାପ୍ତି ପରେ ‘ନବଯୌବନ ଦର୍ଶନ’ରେ ଭକ୍ତମାନେ ପୁଣିଥରେ ଶ୍ରୀଜିଉଙ୍କ ଦିବ୍ୟ ରୂପ ଦର୍ଶନ କରିବାର ସୁଯୋଗ ପାଇବେ । ଏହା ପରେ ଆରମ୍ଭ ହେବ ବିଶ୍ୱବିଖ୍ୟାତ ଶ୍ରୀଗୁଣ୍ଡିଚା ରଥଯାତ୍ରା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ; ଲୁହା ରଡ୍‌ରେ ପିଟିପିଟି ଯୁବକଙ୍କୁ ମାରିଦେଲେ ଦୁର୍ବୃତ୍ତ

29 Jun 2026 By Madhusudan Das

ଆରମ୍ଭ ହେଲା ଶ୍ରୀଜିଉଙ୍କ ଦିବ୍ୟ ସ୍ନାନ, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ମହାବାହୁ

ପୁରୀ: ଆରମ୍ଭ ହେଲା ଚତୁର୍ଦ୍ଧାମୂର୍ତ୍ରୀଙ୍କ ଦିବ୍ୟ ସ୍ନାନ ନୀତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ । ଏହି ଦିବ୍ୟ ଲୀଳାକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଧାଳୁଙ୍କ ସମାଗମ ହୋଇଛି । ଭକ୍ତଙ୍କ ହରିବୋଲ, ହୁଳହୁଳିରେ କମ୍ପୁଛି ବଡଦାଣ୍ଡ । ଭାବର ଠାକୁର ଆଜି ନିଜ ଭକ୍ତଙ୍କ ପାଇଁ ରତ୍ନସିଂହାସନ ଛାଡ଼ି ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି । ଏହି ଦିବ୍ୟ ମହାସ୍ନାନ ପରେ ମହାପ୍ରଭୁ ଧାରଣ କରିବେ ଗଜବେଶ, ଯାହାର ଦର୍ଶନ ପାଇଁ ଭକ୍ତଙ୍କ ଅପେକ୍ଷା ଆହୁରି ବଢ଼ିଯାଇଛି । ସ୍ନାନପୂର୍ଣ୍ଣିମା କେବଳ ଏକ ଉତ୍ସବ ନୁହେଁ, ଏହା ଭକ୍ତ ଓ ଭଗବାନଙ୍କ ଅନନ୍ତ ପ୍ରେମ, ଆସ୍ଥା ଓ ଆତ୍ମିକ ସମ୍ପର୍କର ଏକ ମହାମିଳନ । ଏଠାରେ ଭକ୍ତି ଅଛି, ଭାବନା ଅଛି, ଆଉ ଅଛି କାଳିଆ ସାଆନ୍ତଙ୍କ ଅସୀମ କରୁଣାର ସ୍ପର୍ଶ ।

ଦେବସ୍ନାନ ପରେ ଆରମ୍ଭ ହେବ ପନ୍ଦର ଦିନିଆ ଅଣସର ନୀତି । ଏହି ଅବଧିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅଣସର ସମାପ୍ତି ପରେ ‘ନବଯୌବନ ଦର୍ଶନ’ରେ ଭକ୍ତମାନେ ପୁଣିଥରେ ଶ୍ରୀଜିଉଙ୍କ ଦିବ୍ୟ ରୂପ ଦର୍ଶନ କରିବାର ସୁଯୋଗ ପାଇବେ । ଏହା ପରେ ଆରମ୍ଭ ହେବ ବିଶ୍ୱବିଖ୍ୟାତ ଶ୍ରୀଗୁଣ୍ଡିଚା ରଥଯାତ୍ରା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର