କେଜରିୱାଲଙ୍କ ବଡ଼ ଘୋଷଣା: ଦିଲ୍ଲୀର ହେବ ନିଜସ୍ବ ଶିକ୍ଷା ବୋର୍ଡ, ଶିକ୍ଷା ବ୍ଯବସ୍ଥାରେ ଆସିବ ବୈପ୍ଲବିକ ପରିବର୍ତ୍ତନ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଶିକ୍ଷା ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି।  ଦିଲ୍ଲୀର ନିଜସ୍ୱ ଶିକ୍ଷା ବୋର୍ଡ ହେବ। ଏ ନେଇ ଶନିବାର କ୍ୟାବିନେଟ ବୈଠକ ପରେ ଡିଜିଟାଲ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି। ଏଥିପାଇଁ କ୍ୟାବିନେଟ ଅନୁମୋଦନ ମିଳି ସାରିଛି । ସେ କହିଛନ୍ତି ଯେ ’ଦିଲ୍ଲୀ ସ୍କୁଲ ଏଜୁକେସନ୍ ବୋର୍ଡ’ ପ୍ରତିଷ୍ଠା ହେବ ଏବଂ ଏହି ବୋର୍ଡ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରେ ନୂତନ ବୈପ୍ଳବିକ ପରିବର୍ତ୍ତନ ଆଣିବ। ‘दिल्ली […]

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଶିକ୍ଷା ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି।  ଦିଲ୍ଲୀର ନିଜସ୍ୱ ଶିକ୍ଷା ବୋର୍ଡ ହେବ। ଏ ନେଇ ଶନିବାର କ୍ୟାବିନେଟ ବୈଠକ ପରେ ଡିଜିଟାଲ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି। ଏଥିପାଇଁ କ୍ୟାବିନେଟ ଅନୁମୋଦନ ମିଳି ସାରିଛି । ସେ କହିଛନ୍ତି ଯେ ’ଦିଲ୍ଲୀ ସ୍କୁଲ ଏଜୁକେସନ୍ ବୋର୍ଡ’ ପ୍ରତିଷ୍ଠା ହେବ ଏବଂ ଏହି ବୋର୍ଡ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରେ ନୂତନ ବୈପ୍ଳବିକ ପରିବର୍ତ୍ତନ ଆଣିବ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି ଯେ, ଏହା କେବଳ ଦିଲ୍ଲୀ ନୁହେଁ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇବ। ଆଜି ଦିଲ୍ଲୀ ଶିକ୍ଷା ବୋର୍ଡ ଗଠନ ପାଇଁ ଦିଲ୍ଲୀ କ୍ୟାବିନେଟ୍ ଅନୁମୋଦନ କରିଛି। ବର୍ତ୍ତମାନ ଦିଲ୍ଲୀରେ ଏକ ପୃଥକ ବିଦ୍ୟାଳୟ ଶିକ୍ଷା ବୋର୍ଡ ଗଠନ କରାଯିବ। ଏହା ଅନ୍ୟ ରାଜ୍ୟମାନଙ୍କ ପରି ଏକ ଛୋଟ ଶିକ୍ଷା ବୋର୍ଡ ନୁହେଁ ।

କେଜରିୱାଲ ଏହି ବୋର୍ଡର ଗୁରୁତ୍ୱକୁ ଆହୁରି ବୁଝାଇ କହିଛନ୍ତି ଯେ, ଗତ ୬ ବର୍ଷ ମଧ୍ୟରେ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଘଟିଛି। ଏଥିପାଇଁ ଆମେ ପ୍ରତିବର୍ଷ ଶିକ୍ଷା ପାଇଁ ବଜେଟର ୨୫ ପ୍ରତିଶତ ରଖିବା ଆରମ୍ଭ କରିଛୁ।

ଦିଲ୍ଲୀ ସ୍କୁଲ ଶିକ୍ଷା ବୋର୍ଡର ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ ଉତ୍ତମ ମଣିଷ କରି ଗଢ଼ି ତୋଳିବା। ସେମାନଙ୍କୁ ଦେଶପ୍ରେମୀ କରିବା ଏବଂ ସେମାନଙ୍କୁ ଚାକିରୀ ପାଇଁ ପ୍ରସ୍ତୁତ କରିବା  ବୋଲି କେଜରିୱାଲ କହିଛନ୍ତି।

’ଦିଲ୍ଲୀ ବୋର୍ଡ ଅଫ୍ ସ୍କୁଲ ଏଜୁକେସନ୍’ ଏକ ଆନ୍ତର୍ଜାତୀୟ ସ୍ତରର ବୋର୍ଡ ହେବ। ଦିଲ୍ଲୀ ସ୍କୁଲ ଶିକ୍ଷା ବୋର୍ଡରେ ଚଳିତ ବର୍ଷ ୨୦ ରୁ ୨୫ଟି ସରକାରୀ ବିଦ୍ୟାଳୟ ଅନ୍ତର୍ଭୁକ୍ତ ହେବ। ଅଭିଭାବକମାନେ ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକ ଉପରେ ବିଶ୍ୱାସ ବଢିଛି । ସରକାରୀ ବିଦ୍ୟାଳୟର ପିଲାମାନେ ମେଡିକାଲ, ଇଞ୍ଜିନିୟରିଂ ପରୀକ୍ଷାରେ ସଫଳ କରୁଛନ୍ତି। ବର୍ତ୍ତମାନ ଦିଲ୍ଲୀ ନିଜସ୍ବ ଶିକ୍ଷା ବୋର୍ଡ ଗଠନ କରିବାକୁ ଯାଉଛି। ଦିଲ୍ଲୀର ବିଦ୍ୟାଳୟ ଗୁଡିକ ସିବିଏସଇ ଓ ଆଇସିଏସଇ ବୋର୍ଡ ସହିତ ଜଡିତ।

ଦିଲ୍ଲୀ ସ୍କୁଲ ଶିକ୍ଷା ବୋର୍ଡର ତିନୋଟି ଲକ୍ଷ୍ୟ ରହିବ
୧- ଛାତ୍ରମାନେ ଦେଶ ପାଇଁ ଦାୟିତ୍ବ ନେବାକୁ ପ୍ରସ୍ତୁତ ରହିବେ ।

୨- କୌଣସି ଧର୍ମ, ଜାତି ଏବଂ ଧନୀ ଏବଂ ଗରିବଙ୍କ ପାର୍ଥକ୍ୟକୁ ଭୁଲି ଏକ ଭଲ ମଣିଷ ପ୍ରସ୍ତୁତ କରାଯିବ।

୩-ଚାକିରୀ ଖୋଜିବା ପାଇଁ ନୁହେଁ, ଚାକିରୀ ଯେପରି ପିଲାମାନେ ଦେଇପାରିବେ ସେହିଭଳି ସେମାନଙ୍କୁ ପ୍ରସ୍ତୁତ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର