ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ଭୁଲ: ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଲାଗୁଛି କହିଲେ ମୁଖ୍ୟମନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ତ୍ରୁଟି ବାହାରିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ହୋଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିବା ସହ ଟିକିନିଖି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୁସ୍ତକ ସମୀକ୍ଷା ଦାୟିତ୍ୱରେ ଥିଲେ ୨୪ ଶିକ୍ଷାବିତ୍‌ ଓ ଅଧିକାରୀ, ତଥାପି ପ୍ରଥମରୁ ଅଷ୍ଟମ ପଢ଼ାବହି ଛପାରେ ମାଳ ମାଳ ତ୍ରୁଟି

ଏକ ଇଂରାଜୀ ଖବରକାଗଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି। ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଗଠିତ ଏକ ତିନି ଜଣିଆ କମିଟି ନିର୍ଦ୍ଧାରିତ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ରିପୋର୍ଟ ଦାଖଲ କରିଛି। ପୂର୍ବରୁ ମଧ୍ୟ ପାଠ୍ୟପୁସ୍ତକରେ ତ୍ରୁଟି ଦେଖାଯାଇଥିଲା, କିନ୍ତୁ ଏଥର ତ୍ରୁଟିର ପରିମାଣ ଅସ୍ୱାଭାବିକ ଭାବେ ଅଧିକ ଥିବାରୁ ଏହା ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ସମଗ୍ର ଓଡ଼ିଶାକୁ ଛୁଇଁଲା ମୌସୁମୀ, ବର୍ଷା ବଢିବା ସହ ଖସିବ ତାପମାତ୍ରା

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ଦାୟୀ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ଷଡ଼ଯନ୍ତ୍ର ପ୍ରମାଣିତ ହୁଏ, ତେବେ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକର ପୁନଃ ମୁଦ୍ରଣ ଖର୍ଚ୍ଚ ଦୋଷୀମାନଙ୍କଠାରୁ ଆଦାୟ କରାଯିବ। ଏହାସହ ଭବିଷ୍ୟତରେ ଯେପରି ଏଭଳି ତ୍ରୁଟିର ପୁନରାବୃତ୍ତି ନହୁଏ, ସେଥିପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ।

ଆହୁରି ପଢ଼ନ୍ତୁ: ଝାରପଡ଼ା ଜେଲ୍‌ରେ ୭ କଏଦୀ ଅସୁସ୍ଥ, ଏକାସାଙ୍ଗରେ ଅସୁସ୍ଥ ହେବାକୁ ନେଇ ପ୍ରଶ୍ନବାଚୀ...

ସେପଟେ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟାଯାଇଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ ତୁରନ୍ତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଗୁଡ଼ିକ ବଦଳରେ ପିଲାମାନଙ୍କୁ ତୁରନ୍ତ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବ। ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାକୁ ନେଇ ଶିକ୍ଷକ, ଅଭିଭାବକ ଏବଂ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି ।

26 Jun 2026 By Madhusudan Das

ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ଭୁଲ: ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଲାଗୁଛି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ତ୍ରୁଟି ବାହାରିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ହୋଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିବା ସହ ଟିକିନିଖି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏକ ଇଂରାଜୀ ଖବରକାଗଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି। ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଗଠିତ ଏକ ତିନି ଜଣିଆ କମିଟି ନିର୍ଦ୍ଧାରିତ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ରିପୋର୍ଟ ଦାଖଲ କରିଛି। ପୂର୍ବରୁ ମଧ୍ୟ ପାଠ୍ୟପୁସ୍ତକରେ ତ୍ରୁଟି ଦେଖାଯାଇଥିଲା, କିନ୍ତୁ ଏଥର ତ୍ରୁଟିର ପରିମାଣ ଅସ୍ୱାଭାବିକ ଭାବେ ଅଧିକ ଥିବାରୁ ଏହା ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ଦାୟୀ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ଷଡ଼ଯନ୍ତ୍ର ପ୍ରମାଣିତ ହୁଏ, ତେବେ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକର ପୁନଃ ମୁଦ୍ରଣ ଖର୍ଚ୍ଚ ଦୋଷୀମାନଙ୍କଠାରୁ ଆଦାୟ କରାଯିବ। ଏହାସହ ଭବିଷ୍ୟତରେ ଯେପରି ଏଭଳି ତ୍ରୁଟିର ପୁନରାବୃତ୍ତି ନହୁଏ, ସେଥିପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ।

ସେପଟେ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟାଯାଇଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ ତୁରନ୍ତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଗୁଡ଼ିକ ବଦଳରେ ପିଲାମାନଙ୍କୁ ତୁରନ୍ତ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବ। ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାକୁ ନେଇ ଶିକ୍ଷକ, ଅଭିଭାବକ ଏବଂ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର